ରୋହିତ ଜିତିଲେ ହୃଦୟ, LIVE ମ୍ୟାଚରେ ପଡ଼ିଆରେ ପ୍ରବେଶ କରିଥିବା ଛୋଟ ପ୍ରଶଂସକଙ୍କୁ କଲେ ଆଲିଙ୍ଗନ, ସିକୁରିଟି ଙ୍କୁ କହିଲେ "ତାଙ୍କ ସହ କିଛି କର ନାହିଁ"

  1. Home
  2. Cricket News

ରୋହିତ ଜିତିଲେ ହୃଦୟ, LIVE ମ୍ୟାଚରେ ପଡ଼ିଆରେ ପ୍ରବେଶ କରିଥିବା ଛୋଟ ପ୍ରଶଂସକଙ୍କୁ କଲେ ଆଲିଙ୍ଗନ, ସିକୁରିଟି ଙ୍କୁ କହିଲେ "ତାଙ୍କ ସହ କିଛି କର ନାହିଁ"

Rohit


କ୍ରିକେଟ୍ ଖବର: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା ଦେଶ ବିଦେଶରେ ନିଜର  ଖେଳ ଆଉ ମନଭାବ ପାଇଁ  ପ୍ରସିଦ୍ଧ ହୋଇ ରହିଛନ୍ତି। ଦୁନିଆର ସର୍ବୋତ୍ତମ ଧଳା ବଲ ଖେଳାଳି ଭାବରେ ପରିଗଣିତ ହିଟମ୍ୟାନଙ୍କ କ୍ରେଜ୍ କଳ୍ପନା କରିବା କଷ୍ଟକର। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ୍ ହେଉଛି ଯେଉଁଥିରେ ରୋହିତଙ୍କ କୋମଳତା ଦେଖିବାକୁ ମିଳିଛି।

ଭାରତ ବନାମ ନ୍ୟୁଜିଲାଣ୍ଡ ODI ସିରିଜର ଦ୍ୱିତୀୟ ମ୍ୟାଚ୍ ରେ ମଧ୍ୟ ଏହି ଚିତ୍ର ଦେଖିବାକୁ ମିଳିଥିଲା। ଯେତେବେଳେ ଜଣେ କୁନି ପ୍ରଶଂସକ ଭିଡ଼ ଭିତରୁ ବାହାରି ରୋହିତ ଶର୍ମାଙ୍କୁ ଆଲିଙ୍ଗନ କରିବାକୁ ମଇଦାନକୁ ଆସିଥିଲା।ବର୍ତ୍ତମାନ ଏହି ଘଟଣାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି।

ଯେତେବେଳେ ରାୟପୁରରେ ରୋହିତ ଶର୍ମାଙ୍କ କୁନି ପ୍ରଶଂସକ ପଡିଆ ମଧ୍ୟକୁ ଆସିଥିଲେ, ସେତେବେଳେ ଭାରତୀୟ ଅଧିନାୟକଙ୍କ ମନୋଭାବ ହୃଦୟ ଜିତିଥିଲା।  ଭାରତର ଇନିଂସର ଦଶମ ଓଭରର ଚତୁର୍ଥ ବଲ ପରେ ଯେତେବେଳେ ବୋଲର ତାଙ୍କ ରନ୍ ଆଡକୁ ଯାଉଥିଲେ ଏବଂ ରୋହିତ ମଧ୍ୟ ପରବର୍ତ୍ତୀ ବଲ୍ ଖେଳିବାକୁ ପ୍ରସ୍ତୁତ ହେଉଥିଲେ। ସେତେବେଳେ ଏହି ହୃଦୟସ୍ପର୍ଶୀ ଘଟଣା ଘଟିଥିଲା। 

Rohit

ଦେଖନ୍ତୁ ଭିଡ଼ିଓ:

ଭାରତୀୟ ଅଧିନାୟକ ମଧ୍ୟ ଶିଶୁଟିକୁ ଆଲିଙ୍ଗନ କରିଥିଲେ, ଏହି ସମୟରେ ସୁରକ୍ଷା କର୍ମୀ ପିଲାଟିକୁ ପଛରୁ ଧରି ନେଇଯିବାକୁ ଚେଷ୍ଟା କରିଥିଲେ। ଏହି ଘଟଣା ଦେଖି ହିଟମ୍ୟାନ ସୁରକ୍ଷାକର୍ମୀଙ୍କୁ ପିଲାଙ୍କ ସହ କିଛି ନକରିବାକୁ କହିଥିଲେ ଏବଂ ତାଙ୍କୁ ଆରାମରେ ପଡ଼ିଆରୁ ବାହାର କରିବାକୁ ଆଦେଶ ଦେଇଥିଲେ। ବର୍ତ୍ତମାନ ଏହି ହୃଦୟସ୍ପର୍ଶୀ ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ଭାରତ-ନ୍ୟୁଜିଲ୍ୟାଣ୍ଡ ସିରିଜ୍ ମଧ୍ୟରେ ବଡ ଖବର ଆସିଲା, ଏହି ଘାତକ ବୋଲର ହେଲେ ଫିଟ, ଶୀଘ୍ର ଟିମ୍ ଇଣ୍ଡିଆରେ ଖେଳିବେ