46 ରନ୍ କରି ଟେଷ୍ଟ କ୍ରିକେଟରେ ଏହି ରେକର୍ଡ ସୃଷ୍ଟି କଲେ ରିଷଭ ପନ୍ତ, ସାମିଲ୍ ହେଲେ ଧୋନି ଆଉ ସେହୱାଗ ଥିବା ତାଲିକାରେ

  1. Home
  2. Cricket News

46 ରନ୍ କରି ଟେଷ୍ଟ କ୍ରିକେଟରେ ଏହି ରେକର୍ଡ ସୃଷ୍ଟି କଲେ ରିଷଭ ପନ୍ତ, ସାମିଲ୍ ହେଲେ ଧୋନି ଆଉ ସେହୱାଗ ଥିବା ତାଲିକାରେ


କ୍ରିକେଟ ଖବର : ଚାଲୁଥିବା ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ ଏକ ରେକର୍ଡ ସୃଷ୍ଟି କରିଛନ୍ତି। ବୁଧବାର ଖେଳଯାଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ପନ୍ତ ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ସେ 45 ବଲରୁ 46 ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ଏଥିରେ ପନ୍ତ 2 ଟି ଛକା ଏବଂ 6 ଟି ଚୌକା ମାରିଥିଲେ।  ତାଙ୍କ ନକ୍ ସମୟରେ ପନ୍ତ ଖେଳର ସମସ୍ତ ଫର୍ମାଟରେ 4,000 ଆନ୍ତର୍ଜାତୀୟ ରନ୍ ଏବଂ ଟେଷ୍ଟ କ୍ରିକେଟ୍ ରେ 50 ଟି ଛକା ମାରିବାର ରେକର୍ଡ ପୂରଣ କରିଥିଲେ।

ind vs ban rishabh pant out

ରୋହିତ ଶର୍ମାଙ୍କ ପରେ ଟେଷ୍ଟ କ୍ରିକେଟରେ 50 ଟି ଛକା ମାରିବାରେ ଦ୍ୱିତୀୟ ଦ୍ରୁତତମ ଭାରତୀୟ ଖେଳାଳି ହୋଇଛନ୍ତି ରିଷଭ ପନ୍ତ। ପନ୍ତ 54 ଇନିଂସରେ ଏହି ସଫଳତା ହାସଲ କରିଥିବାବେଳେ ରୋହିତ 51ଟି ଇନିଂସରେ ଏହି ସଫଳତା ହାସଲ କରିଥିଲେ। ଟେଷ୍ଟ କ୍ରିକେଟରେ 50 ଟି ଛକା ମାରିବାରେ ପନ୍ତ ଅଷ୍ଟମ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। 

ଭାରତର ପୂର୍ବତନ ଓପନର୍ ବିରେନ୍ଦ୍ର ସେହୱାଗ 180 ଇନିଂସରେ 91 ଛକା ସହ ଆଗୁଆ ଥିବାବେଳେ ଭାରତର ପୂର୍ବତନ ଅଧିନାୟକ ଏମଏସ ଧୋନି 144 ଇନିଂସରେ 78 ଛକା ମାରିଛନ୍ତି। ଏହି ତାଲିକାର ତୃତୀୟ ସ୍ଥାନରେ ସଚିନ ତେନ୍ଦୁଲକର 69 ଟି ଛକା ସହ ରହିଛନ୍ତି।

pant 50 sixes in test cricket

ରୋହିତ ଶର୍ମା ବର୍ତ୍ତମାନ ପର୍ଯ୍ୟନ୍ତ 64 ଟି ଛକା ସହ ଚତୁର୍ଥ ସ୍ଥାନରେ ରହିଥିବା ବେଳେ କପିଲ ଦେବ 61 ଟି ଛକା ଟେଷ୍ଟ କ୍ରିକେଟରେ ମାରି ପଞ୍ଚମ ସ୍ଥାନରେ ଅଛନ୍ତି। ସୌରଭ ଗାଙ୍ଗୁଲି - 57 ଟି ଛକା ସହ ଷଷ୍ଠ ସ୍ଥାନ, ରବିନ୍ଦ୍ର ଜାଡେଜା 55 ଟି ଛକା ସହ ସପ୍ତମ ସ୍ଥାନ ଏବଂ ରିଷଭ ପନ୍ତ  50 ଟି ଛକା ସହ ଅଷ୍ଟମ ସ୍ଥାନରେ ରହିଛନ୍ତି । 

ଆହୁରି ପଢ଼ନ୍ତୁ : ପାକିସ୍ତାନୀ ଖେଳାଳି ଇଫତିଖର ଅହମ୍ମଦ ସୋସିଆଲ ମିଡିଆରେ ହେଲେ ଟ୍ରୋଲ୍, ଚିୟର ଗାର୍ଲ ସହ କଣ କଥା ହେଉଥିଲେ ?

News Hub