ରାହୁଲ ଦ୍ରାବିଡ ଟି-20 ରେ ଯୁବ ଦଳ ଉପରେ ଅଧିକ ବିଶ୍ୱାସ କରିଛନ୍ତି, ରୋହିତ ଏବଂ କୋହଲିଙ୍କ ହୋଇଗଲା କି ଛୁଟି ? କଣ କହିଲେ ଦ୍ରାବିଡ଼

  1. Home
  2. Cricket News

ରାହୁଲ ଦ୍ରାବିଡ ଟି-20 ରେ ଯୁବ ଦଳ ଉପରେ ଅଧିକ ବିଶ୍ୱାସ କରିଛନ୍ତି, ରୋହିତ ଏବଂ କୋହଲିଙ୍କ ହୋଇଗଲା କି ଛୁଟି ? କଣ କହିଲେ ଦ୍ରାବିଡ଼

Rahul Dravid said on young team in T20


କ୍ରିକେଟ ଖବର: 2024 ରେ ହେବାକୁ ଥିବା ଟି -20 ବିଶ୍ୱକପ ପାଇଁ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଏକ ବଡ଼ ସୂଚନା ଦେଇଛନ୍ତି।  ସେ କହିଛନ୍ତି ଯେ ଦଳର ଯୁବ ଖେଳାଳିଙ୍କ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି ଏବଂ ସେମାନଙ୍କୁ ନେଇ ଦଳ ଗଠନ ପାଇଁ ଉଦ୍ୟମ କରାଯାଉଛି।

ରାହୁଲ ଦ୍ରାବିଡଙ୍କ ଅନୁଯାୟୀ, ଚଳିତ ବର୍ଷ ଦିନିକିଆ ଏବଂ ଟେଷ୍ଟ ଉପରେ ଅଧିକ ଧ୍ୟାନ ଦିଆଯାଉଛି ଏବଂ ଏହି କାରଣରୁ ଯୁବ ଖେଳାଳିଙ୍କୁ ଟି -20 ରେ ସୁଯୋଗ ଦିଆଯାଇପାରିବ। ରାହୁଲ ଦ୍ରାବିଡ ରୋହିତ ଶର୍ମା କିମ୍ବା ବିରାଟ କୋହଲିଙ୍କ ନାମ ନ ନେଇ ଯୁବ ଦଳକୁ ନେଇ ଏହି ଦଳ ଗଠନ କରାଯାଇପାରିବ ବୋଲି ସୂଚନା ଦେଇଛନ୍ତି।

Ind vs sl

ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଗତ ବର୍ଷ ଟି -20 ବିଶ୍ୱକପ୍‌ର ସେମିଫାଇନାଲ ଖେଳିଥିବା ଦଳ ମଧ୍ୟରୁ କେବଳ ତିନି-ଚାରି ଖେଳାଳି ଶ୍ରୀଲଙ୍କା ବିପକ୍ଷ ଏକାଦଶ ଖେଳର ଅଂଶ ହୋଇଛନ୍ତି। ଆମେ ନିଶ୍ଚିତ ଭାବରେ ଆଗକୁ T20 ବିଶ୍ୱକପକୁ ଅପେକ୍ଷା କରିଛୁ। ଭଲ କଥା ହେଉଛି ବର୍ତ୍ତମାନ ODI ବିଶ୍ୱକପ ଏବଂ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଉପରେ ଅନେକ ଧ୍ୟାନ ଦିଆଯାଇଛି ଏବଂ ସେଥିପାଇଁ ଏହି ଖେଳାଳିମାନଙ୍କୁ ଟି -20 ରେ ସୁଯୋଗ ଦିଆଯାଇପାରେ। 

ଆହୁରି ପଢ଼ନ୍ତୁ: ଦେଖନ୍ତୁ ଭିଡିଓ: ସୂର୍ଯ୍ୟକୁମାରଙ୍କ ଜବରଦସ୍ତ ଖେଳ ଦେଖି ହାର୍ଦ୍ଦିକ ହେଲେ ଚକିତ, ମୁଣ୍ଡ ନୁଆଁଇ ଡ୍ରେସିଂ ରୁମରୁ କଲେ ଅଭିବାଦନ