ପୃଥି ଶ' ବିଶାଳ ରନ୍ ସ୍କୋର କରି ଇତିହାସ ସୃଷ୍ଟି କଲେ, ଏପରିକି ରୋହିତ-ବିରାଟ ମଧ୍ୟ ରଣଜୀ ଟ୍ରଫିରେ ଏହା କରିପାରିନଥିଲେ

  1. Home
  2. Cricket News

ପୃଥି ଶ' ବିଶାଳ ରନ୍ ସ୍କୋର କରି ଇତିହାସ ସୃଷ୍ଟି କଲେ, ଏପରିକି ରୋହିତ-ବିରାଟ ମଧ୍ୟ ରଣଜୀ ଟ୍ରଫିରେ ଏହା କରିପାରିନଥିଲେ

Prithvi Shaw


କ୍ରିକେଟ୍ ଖବର: ଭାରତୀୟ କ୍ରିକେଟ୍‌ର ଯୁବ ତାରକା ପୃଥି ଶ' କିଛି ଦିନହେବ ଆନ୍ତର୍ଜାତୀୟ କ୍ରିକେଟ୍‌ରୁ ଦୁରେଇ ରହିଛନ୍ତି । କିନ୍ତୁ ଏହି ସମୟରେ ତାଙ୍କ ବ୍ୟାଟ୍‌ର ଗର୍ଜନ ଥମି ନାହିଁ । ଘରୋଇ କ୍ରିକେଟ୍‌ରେ ତାଙ୍କର ବ୍ୟାଟ୍‌ର ଗର୍ଜନରେ ସେ ନିଜର ପ୍ରଶଂସକଙ୍କ ନିକଟରେ ପହଞ୍ଚିବା ସହିତ ଭାରତୀୟ ଚୟନକର୍ତ୍ତାଙ୍କ କବାଟକୁ ବାଡେଇ ଚାଲିଛନ୍ତି ।

ରଣଜୀ ଟ୍ରଫି ୨୦୨୨-୨୩ ରେ ଆସାମ ବିପକ୍ଷରେ ପୃଥି ଶ' ଦୁର୍ଦଶ ଢଙ୍ଗରେ ତ୍ରିଶତକ ହାସଲ କରିଛନ୍ତି। କେବଳ ଏତିକି ନୁହେଁ ପୃଥି ଶ' ଆସାମ ବିପକ୍ଷରେ ୩୨୬ ବଲ୍‌ରେ ତ୍ରିଶତକ ହାସଲ କରିଥିଲେ । ଏହା ସହିତ ମୁମ୍ବାଇ ପାଇଁ ରଣଜୀ ଇତିହାସରେ ପୃଥୀ ସବୁଠାରୁ ଲମ୍ବା ପାଳି ଖେଳିଛନ୍ତି । ଏହା ସହିତ ଇଣଜୀ ଟ୍ରଫିରେ ତ୍ରିଶତକ, ବିଜୟ ହଜାର ଟ୍ରଫିରେ ଦ୍ୱିଶତକ ଏବଂ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଶତକ ହାସଲ କରିବାରେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ଏହି ସଫଳତା ପାଇଛନ୍ତି।

Prithvi Shaw

ପୃଥି ଶ' ୧୯୯୦-୯୧ରେ ସଞ୍ଜୟ ମଞ୍ଜରେକରଙ୍କ ଦ୍ୱାରା ଖେଳାଯାଇଥିବା ୩୭୭ ରନ୍‌ର ରେକର୍ଡକୁ ଭାଙ୍ଗି ଦେଇଛନ୍ତି । ପୁର୍ବରୁ ମୁମ୍ବାଇ ପାଇଁ ରଣଜୀରେ ସବୁଠୁ ଅଧିକ ରନ୍ ସଞ୍ଜୟଙ୍କ ନାମରେ ଥିଲା । ସେହିପରି ପୃଥୀ ଶ'ଙ୍କ ଏହି ପାଳି କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଦ୍ୱାରା ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ଦ୍ୱିତୀୟ ସର୍ବାଧିକ ଅଟେ।

ମୁମ୍ବାଇ ପାଇଁ ପୃଥି ଶ' ପ୍ରଥମ ଦିନରେ ବ୍ୟାଟିଂ କରୁଥିବାବେଳେ ଦ୍ୱିଶତକ ହାସଲ କରିଥିଲେ। ଏହା ପରେ ସେ ଦ୍ୱିତୀୟ ଦିନରେ ମଧ୍ୟ ଦ୍ରୁତ ବ୍ୟାଟିଂ ଜାରି ରଖିଥିଲେ ଏବଂ ତ୍ରି ଶତକ ହାସଲ କରିଥିଲେ। ସେ 383 ବଲରେ 379 ରନ୍ ସ୍କୋର କରିଥିଲେ, ଯେଉଁଥିରେ 49 ଟି ଚୌକା ଓ 4 ଟି ଛକା ଅନ୍ତର୍ଭୁକ୍ତ। କିନ୍ତୁ ସେ 400 ରନ୍ ପୂରଣ କରିବାରେ ବଞ୍ଚିତ ହୋଇଥିଲେ।

ଆହୁରି ପଢ଼ନ୍ତୁ: IND vs SL 2nd ODI: ରୋହିତ ସିରିଜ୍ ଜିତିବା ପାଇଁ କରିବେ ବଡ଼ ପରିବର୍ତ୍ତନ! ଏହି ଖେଳାଳିଙ୍କୁ ୱିକେଟ୍ କିପର ଦାୟିତ୍ୱ ଦିଆଯିବ କି?