ଦେଖନ୍ତୁ ଭିଡ଼ିଓ: ଅର୍ଶଦୀପଙ୍କ ଧିମା ଏବଂ ବାଉଁଶ ବଲ ରେ ଅଜବ ଢଙ୍ଗରେ ଆଉଟ ହେଲେ ମାୟର୍ସ
କ୍ରିକେଟ୍ ଖବର : ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିପାକ୍ଷିକ ୫ ଟିକିଆ ଟି-୨୦ ସିରିଜର ପ୍ରଥମ ମୁକାବିଲା ତ୍ରିନିଦାଦରେ ଗତକାଲି ଖେଳାଯାଇଛି । ଯେଉଁଥିରେ ଟିମ୍ ଇଣ୍ଡିଆ ବିଜୟୀ ହୋଇଛି। ୱେଷ୍ଟଇଣ୍ଡିଜର ଅଧିନାୟକ ନିକୋଲସ ପୁରନ ଟସ ଜିତି କରି ପ୍ରଥମେ ବୋଲିଂ କରିବାକୁ ଫଇସଲା କରିଥିଲେ ।
ପ୍ରଥମେ ଭାରତ ଟିମ ବ୍ୟାଟିଂ କରି ୨୦ ଓଭରରେ ଛଅ ୱିକେଟ ହରାଇ ୧୯୦ ରନ କରିଥିଲେ । ୧୯୧ ରନ ର ଧାର୍ୟ୍ୟ ଲକ୍ଷ୍ୟକୁ ଫଲୋ କରି କାରିବିଆଇ ଦଳ ୮ ୱିକେଟ୍ ହରାଇ ମାତ୍ର ୧୨୨ ରନ୍ ସ୍କୋର କରିଥିଲେ । ଯାହା ଫଳରେ ଆୟୋଜକଙ୍କୁ ୬୮ ରନରେ ପରାସ୍ତ କରିଛି ରୋହିତ ବାହିନୀ।
ତେବେ ଏହି ମ୍ୟାଚରେ ସବୁଠୁ ଖତରନାକ କଥା ହେଉଛକି ମାୟର୍ସଙ୍କ ୱିକେଟ ଅର୍ଶଦୀପ ନେଇଥିଲେ ଏବଂ ସେ ନିଜର ପ୍ରଥମ ୨ ବଲରେ ଛକା ଓ ଚୌକା ଖାଇଥିଲେ। କିନ୍ତୁ ତୃତୀୟ ବଲରେ ଅର୍ଶଦୀପ, ମାୟର୍ସଙ୍କୁ ପାବିଲିୟନର ରାସ୍ତା ଦେଖାଇଥିଲେ ।
ଦେଖନ୍ତୁ ଭିଡ଼ିଓ:
Redemption! @arshdeepsinghh has caught everyone by surprise, taking out their key player #KyleMayers.
— FanCode (@FanCode) July 29, 2022
Watch the India tour of West Indies, only on #FanCode👉https://t.co/RCdQk1l7GU@BCCI @windiescricket#WIvIND #INDvsWIonFanCode #INDvsWI pic.twitter.com/Azdfe2a7UM
ଅର୍ଶଦୀପ ନିଜର ପ୍ରଥମ ଓଭରରେ ଧମାଲ ମଚାଇଥିଲେ। ଯେଉଁଠି ନିଜର ପ୍ରଥମ ଓଭରରେ ମାୟର୍ସକୁ ଆଉଟ କରିଥିଲେ । ଏହାପୂର୍ବରୁ ଅର୍ଶଦୀପ ପ୍ରଥମେ ୨ ବଲରେ ଛକା ଓ ଚଉକା ରନ ବ୍ୟୟ କରିଥିଲେ। ଅର୍ଶଦୀପ ଚମତ୍କାର ଭାବରେ ବୋଲିଂ କରି ନିଜ ଖେଳରେ ସୁଧାର ଆଣିଥିଲେ। ଆଉ ବାଉଂସରେ ମାୟର୍ସକୁ ଚକମା ଦେଇଥିଲେ ।
ମାୟର୍ସଙ୍କ ବ୍ୟାଟରେ ତୃତୀୟ ବଲ୍ ବାଜି ବଲ ଉପରକୁ ଉଠିଥିଲା, ଆଉ ଭୁବନେଶ୍ୱର କୁମାର କିଛି ନଭାବି ବଲକୁ କ୍ୟାଚ କରିଥିଲେ । ମାୟର୍ସ ୬ ବଲରେ ୨ଚୌକା ଏବଂ ଗୋଟିଏ ଛକା ସାହାଯ୍ୟରେ ୨୫୦ ଷ୍ଟ୍ରାଇକ କରି ୧୫ରନ କରିଥିଲେ।