ଦେଖନ୍ତୁ ଭିଡ଼ିଓ: ''ମାରୋ ମୁଝେ ମାରୋ" ଭାଇରଲ ଭିଡ଼ିଓ ରେ ଥିବା ପାକିସ୍ତାନୀ ଟୋକା ସହ ଦେଖା ହେଲେ ଇରଫାନ୍ ପଠାନ

  1. Home
  2. Cricket News

ଦେଖନ୍ତୁ ଭିଡ଼ିଓ: ''ମାରୋ ମୁଝେ ମାରୋ" ଭାଇରଲ ଭିଡ଼ିଓ ରେ ଥିବା ପାକିସ୍ତାନୀ ଟୋକା ସହ ଦେଖା ହେଲେ ଇରଫାନ୍ ପଠାନ

irfan pathan meets maro mujhe maro guy


କ୍ରିକେଟ୍ ଖବର : ଏସିଆ କପର ଦ୍ଵିତୀୟ ମ୍ୟାଚ ପାକିସ୍ତାନ କ୍ରିକେଟ୍ ଦଳ ରୋହିତ ବାହିନୀଙ୍କୁ ହରାଇଛି। ତେବେ ଏହି ମ୍ୟାଚ୍ ପୂର୍ବରୁ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡ଼ିଓରେ ''ଓଃ ଭାଇ !! ମାରୋ ମୁଝେ ମାରୋ " ଡାଇଲଗ୍ ପାଇଁ ପ୍ରସିଦ୍ଧ ଥିବା ପାକିସ୍ତାନର ଏହି ବ୍ୟକ୍ତି ନଜର ଆସିଛନ୍ତି। 

ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ, ଏହି ଯୁବକ ଜଣକ ଇରଫାନ୍ ପଠାନଙ୍କୁ ପଚାରୁଛନ୍ତି ରବିବାର ହେବାକୁ ଥିବା ମ୍ୟାଚ୍ ବିଷୟରେ କଣ ଭାବୁଛନ୍ତି ? ଇରଫାନ୍ କହୁଛନ୍ତି ଆମ ପିଲାମାନେ ବର୍ତ୍ତମାନ ଫର୍ମରେ ଅଛନ୍ତି। ଭୁଲ୍ ଥରେ ହୁଏ, ବାରମ୍ବାର ହେବ ନାହିଁ। ଏହି ଷ୍ଟାଡିୟମରେ ଭଲ ମ୍ୟାଚ ହେବ। ସେହି ସମୟରେ ଏହି ଯୁବକ ଜଣକ କହୁଛନ୍ତି , ମୁଁ ତ କହିବି ଏସିଆ କପର ଫାଇନାଲ୍ ମ୍ୟାଚ୍ ଉଭୟ ଦଳ ଖେଳନ୍ତୁ , ଏହା ଦେଖିବାକୁ ମଜା ଲାଗିବ। 

ଦେଖନ୍ତୁ ଭିଡ଼ିଓ :