ଦେଖନ୍ତୁ ଭିଡ଼ିଓ: ENG vs IND ପ୍ରଥମ ODI ମ୍ୟାଚ ରେ ରୋହିତଙ୍କ ଛକାରେ ଆହତ ହେଲା କୁନି ଝିଅ, ଡାକିବାକୁ ପଡିଲା ମେଡିକାଲ ଟିମ

  1. Home
  2. Cricket News

ଦେଖନ୍ତୁ ଭିଡ଼ିଓ: ENG vs IND ପ୍ରଥମ ODI ମ୍ୟାଚ ରେ ରୋହିତଙ୍କ ଛକାରେ ଆହତ ହେଲା କୁନି ଝିଅ, ଡାକିବାକୁ ପଡିଲା ମେଡିକାଲ ଟିମ

a small fan injured by Rohit sharmas pull shot


କ୍ରିକେଟ ଖବର : ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ୱାନଡେ ସିରିଜର ପ୍ରଥମ ମ୍ୟାଚ୍ ଓଭାଲରେ ଖେଳାଯାଇଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଦଳ ସମଗ୍ର ୫୦ ଓଭର ଖେଳି ପାରି ନଥିଲା। ମାତ୍ର ୨୫.୨ ଓଭରରେ ୧୧୦ ରନ୍ କରି ଅଲଆଉଟ୍ ହୋଇଥିଲା ଦଳ। 

୧୧୧ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏବଂ ଓପ୍ନର ଶିଖର ଧାୱନ ମଇଦାନକୁ ଓହ୍ଲାଇଥିଲେ। ଆଉ ଦଳକୁ ସହଜରେ  ବିଜୟ ଦେଇଥିଲେ। ୧୮.୪ ଓଭରରେ ଭାରତ ଏହି ମ୍ୟାଚ୍ ଜିତିଥିଲା । ତେବେ ମ୍ୟାଚ୍ ସମୟରେ ରୋହିତ ଏପରି ଏକ ଜବରଦସ୍ତ ଛକାଶର୍ଟ ଖେଳିଥିଲେ ଯାହା ସିଧା ଷ୍ଟାଣ୍ଡକୁ ଯାଇ କୁନି ଝିଅ ପ୍ରଂଶସକଙ୍କ ଦେହରେ ବାଜିଥିଲା। 

a small fan injured by Rohit sharmas pull shot..

ଏହି ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଚତୁର୍ଥ ଓଭରର ତୃତୀୟ ବଲରେ ବୋଲର ଡେଭିଡ ୱିଲିଙ୍କୁ ଏକ ଜବରଦସ୍ତ ବାଉଣ୍ଡରୀ ଖେଳିଥିଲେ ଏବଂ ସେହି ବଲ ସିଧା ଷ୍ଟାଣ୍ଡକୁ ଯାଇ ସେଠାରେ ବସିଥିବା ଏକ ଛୋଟ ଝିଅକୁ ବାଜିଥିଲା । ବଲଟି ବହୁତ ଦ୍ରୁତ ଥିଲା, ଏହା ପରେ ଷ୍ଟାଡିୟମରେ ଉପସ୍ଥିତଥିବା ମେଡିକାଲ ଦଳ ପିଲାଟିକୁ ଚିକିତ୍ସା କରିଥିଲେ। 

ଦେଖନ୍ତୁ ଭିଡ଼ିଓ :