ଦେଖନ୍ତୁ ଭିଡ଼ିଓ: ମ୍ୟାଚ ସମୟସରେ ଦ୍ରାବିଡଙ୍କ କଥା ରଖି ପୁଣି ଅଧିନାୟକ ହେଲେ କିଙ୍ଗ୍ କୋହଲି

  1. Home
  2. Cricket News

ଦେଖନ୍ତୁ ଭିଡ଼ିଓ: ମ୍ୟାଚ ସମୟସରେ ଦ୍ରାବିଡଙ୍କ କଥା ରଖି ପୁଣି ଅଧିନାୟକ ହେଲେ କିଙ୍ଗ୍ କୋହଲି

kohli again captain


କ୍ରିକେଟ ଖବର : ଜୁଲାଇ ୧ ରୁ ଜୁଲାଇ ୫ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଟେଷ୍ଟ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆର ଏକ ଟିମ୍ ଇଂଲଣ୍ଡ ଯାଇଛନ୍ତି। ରୋହିତ ଶର୍ମା ଟିମ୍ ଇଣ୍ଡିଆର ନେତୃତ୍ୱ ନେଉଛନ୍ତି । ରୋହିତ ଶର୍ମାଙ୍କ ନେତୃତ୍ୱରେ ପ୍ରଥମ ଥର ପାଇଁ ଭାରତୀୟ ଦଳ ଏକ ଆନ୍ତର୍ଜାତୀୟ ଗସ୍ତରେ ଆସିଛନ୍ତି । ଏଭଳି ପରିସ୍ଥିତିରେ ରୋହିତ ଶର୍ମା ଏବଂ ଟିମ୍ ଇଣ୍ଡିଆ ପାଇଁ ଏହି ମ୍ୟାଚ୍ ଅତ୍ୟନ୍ତ ଖାସ୍। 

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଏକମାତ୍ର ଟେଷ୍ଟ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲେଷ୍ଟେଷ୍ଟେୟାର କ୍ରିକେଟ୍ କ୍ଲବ ଦଳ ବିରୁଦ୍ଧରେ ଚାରି ଦିନିଆ ଅଭ୍ୟାସ ମ୍ୟାଚ୍ ଖେଳିବାକୁ ପଡିବ। ୨୬ ଜୁନ୍ ଠାରୁ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆ ବହୁତ ପରିଶ୍ରମ କରୁଛନ୍ତି ।ଏହି ସମୟ ମଧ୍ୟରେ ସୋସିଆଲ ମିଡିଆରେ ଟିମ୍ ଇଣ୍ଡିଆର ଅଭ୍ୟାସ ଅଧିବେଶନର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।ଏହି ଭିଡିଓରେ ଟିମ୍ ଇଣ୍ଡିଆ କୋଚ୍ ରାହୁଲ ଦ୍ରାବିଡ ଦଳର ଅଧିନାୟକ ରୋହିତ ଶର୍ମା ଏବଂ ବରିଷ୍ଠ ଖେଳାଳି ବିରାଟ କୋହଲିଙ୍କ ସହ ଅନ୍ୟ ଖେଳାଳିଙ୍କ ସହ ଠିଆ ହୋଇଥିବା ନଜର ଆସିଛନ୍ତି।

IND vs ENG : टीम इंडिया के लिए एक और बुरी खबर, शुभमन गिल के बाद इंडिया वापस लौटेंगे ये 2 खिलाड़ी

ସୂଚନାଯୋଗ୍ୟ ଜେଜ଼ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଯିବାକୁ ଥିବା ଏହି ଟେଷ୍ଟ ମ୍ୟାଚ୍ ଗତ ବର୍ଷ ଖେଳାଯାଇଥିବା ଟେଷ୍ଟ ସିରିଜର ଅବଶିଷ୍ଟ ମ୍ୟାଚ୍ ଅଟେ।  ୨୦୨୧ ମସିହାରେ ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଇଂଲଣ୍ଡ ଗସ୍ତ କରିଥିଲା । ସେହି ସମୟ ମଧ୍ୟରେ ଦଳ ଏହି ଟେଷ୍ଟ ସିରିଜରେ ୨-୧ ଅଗ୍ରଣୀ ହାସଲ କରିଥିଲା ।

ତେବେ ବର୍ତ୍ତମାନ ଦଳର ଅଧିନାୟକ ପଦ ରୋହିତ ଶର୍ମାଙ୍କ ହାତରେ । ଏଭଳି ପରିସ୍ଥିତିରେ ରୋହିତ ଶର୍ମାଙ୍କ ପାଇଁ ଏହି ଟେଷ୍ଟ ମ୍ୟାଚ୍ ଜିତିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। ଏଥି ସହିତ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ବିରାଟ କୋହଲି ଟିମ୍ ଇଣ୍ଡିଆର ଖେଳାଳିଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରୁଥିବା ନଜର ଆସିଛନ୍ତି ।

ଦଳର ପ୍ରଶିକ୍ଷକ ରାହୁଲ ଦ୍ରାବିଡ ମଧ୍ୟ ତାଙ୍କ କଥାକୁ ଅତି ଯତ୍ନର ସହ ଶୁଣୁଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି। ପୂର୍ବତନ ଅଧିନାୟକ ତଥା ସିନିୟର ଖେଳାଳି ହୋଇ ବିରାଟ କୋହଲି ଏହି ଟେଷ୍ଟ ସିରିଜ ଜିତିବା ପାଇଁ ବାକି ଦଳକୁ ପ୍ରେରଣା ଦେଉଥିବା ପରି ଭିଡ଼ିଓ ଦେଖିଲା ପରେ ମନେ ହେଉଛି। ଏମିତି ଲାଗୁଚି ଯେ, ବିରାଟ ପୁଣି ଥରେ ଅଧିନାୟକ ହୋଇଛନ୍ତି କି!