IND vs BAN: ବାଂଲାଦେଶ ବିପକ୍ଷ ODI ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା, ଏହି ଘାତକ ଖେଳାଳି ହେଲେ ଆହତ

  1. Home
  2. Cricket News

IND vs BAN: ବାଂଲାଦେଶ ବିପକ୍ଷ ODI ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା, ଏହି ଘାତକ ଖେଳାଳି ହେଲେ ଆହତ

ind vs ban


କ୍ରିକେଟ ଖବର : ବାଂଲାଦେଶ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଏକ ବଡ଼ ଝଟକା ଲାଗିଛି। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ଭେଟେରାନ ଫାଷ୍ଟ ବୋଲର ମହମ୍ମଦ ଶାମି ଆହତ କାରଣରୁ ଏହି ODI ସିରିଜରୁ ବାଦ ପଡିଛନ୍ତି। ଶାମିଙ୍କ ହାତରେ ଆଘାତ ଲାଗିଛି। ଯଦିଓ ବିସିସିଆଇ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ ବିବୃତ୍ତି ଦେଇନାହିଁ। କିନ୍ତୁ ଜାତୀୟ ଗଣମାଧ୍ୟମରେ ଏହି ଖବର ବିଷୟରେ ଆଲୋଚନା ହେଉଛି। 

Shami

ବାଂଲାଦେଶ ଗସ୍ତରେ ଭାରତକୁ ତିନିଟି ଦିନିକିଆ ଏବଂ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବାକୁ ପଡିବ। ODI ସିରିଜ୍ ଡିସେମ୍ବର 4 ରୁ ଆରମ୍ଭ ହେଉଛି । ମହମ୍ମଦ ଶାମି ଉଭୟ ODI ଏବଂ ଟେଷ୍ଟ ଦଳରେ ଅନ୍ତର୍ଭୁକ୍ତ ଅଛନ୍ତି ଏବଂ ଜସପ୍ରୀତ ବୁମ୍ରାଙ୍କ ଅନୁପସ୍ଥିତିରେ ପେସ୍ ଦାୟିତ୍ୱ ନେବାକୁ ସ୍ଥିର ହୋଇଥିଲା। କିନ୍ତୁ ଆଘାତ କାରଣରୁ ସେ ଭାରତୀୟ ଦଳ ସହିତ ବାଂଲାଦେଶକୁ ଯାଇ ନ ଥିବା ସୂଚନା ରହିଛି। 

ଆହୁରି ପଢ଼ନ୍ତୁ : IND vs BAN: ଟିମ୍ ଇଣ୍ଡିଆରୁ ଶେଷ ହେଲା ଏହି ବଡ଼ ଖେଳାଳିଙ୍କ କ୍ୟାରିୟର, ବାଂଲାଦେଶ ବିପକ୍ଷରେ ରେ ବି ମିଳିଲା ନାହିଁ ସୁଯୋଗ