ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚ ରେ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ କିଏ ହେବ ଭାରତର ଓପନିଙ୍ଗ ଯୋଡି? ପଢନ୍ତୁ ରିପୋର୍ଟ

  1. Home
  2. Cricket News

ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚ ରେ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ କିଏ ହେବ ଭାରତର ଓପନିଙ୍ଗ ଯୋଡି? ପଢନ୍ତୁ ରିପୋର୍ଟ

Who-Will-opoening-for-India-If-Rohit-Sharma-Misses-Out


କ୍ରିକେଟ୍ ଖବର : ଗତ କିଛି ମାସ ପୂର୍ବରୁ ଲଗାତାର ଭାବେ ଆଘାତ ସହିତ ସଙ୍ଘର୍ଷ କରୁଥିବା ଅଧିନାୟକ ରୋହିତ ଶର୍ମା, ପୁଣି ଆଘାତ ହୋଇଛନ୍ତି। ଯାହା ବର୍ତ୍ତମାନ ଟିମ୍ ଇଣ୍ଡିଆ ପାଇଁ ଚିନ୍ତାର ବିଷୟ ପାଲଟିଛି। କାରଣ ପୂର୍ବରୁ ହିଟମ୍ୟାନଙ୍କୁ ଆଘାତ କାରଣରୁ ଅନେକ ସିରିଜରୁ ବାହାରିବାକୁ ପଡ଼ିଥିଲା । 

ବର୍ତ୍ତମାନ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯାଇଥିବା ତୃତୀୟ ମ୍ୟାଚ୍ ରେ ବ୍ୟାଟିଂ କରୁଥିବାବେଳେ ତାଙ୍କୁ ପିଠିରେ ସମସ୍ୟା ସୃଷ୍ଟି ହୋଇଥିଲା। ଏହି କାରଣରୁ ତାଙ୍କୁ ଖେଳର ଅଧାରୁ ରିଟାର୍ଡ ନେବାକୁ ପଡ଼ିଥିଲା। ତେବେ ଆମେ ଆପଣଙ୍କୁ ଏହି ଆର୍ଟିକିଲରେ ଏହିପରି ତିନିଜଣ ଖେଳାଳିଙ୍କ ବିଷୟରେ କହିବୁ, ଯେଉଁମାନେ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ବାକି ମ୍ୟାଚ୍ ଗୁଡିକରେ ଓପନିଂ ଦାୟିତ୍ୱ ପରିଚାଳନା କରିପାରିବେ।

୧)ଇଶାନ୍ କିଶାନ୍ :

ishan

ଭାରତୀୟ ଦଳର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଇଶାନ୍ କିଶାନ୍ ଧମାକାଦାର ଦ୍ରୁତ ବ୍ୟାଟିଂ ପାଇଁ ଜଣାଶୁଣା ।   ସେ ଅନେକ ମ୍ୟାଚ୍‌ରେ ଓପନିଂ କରି ଟିମ୍ ଇଣ୍ଡିଆକୁ ଏକ ଭଲ ଆରମ୍ଭ ଦେଇଛନ୍ତି । ସେହିଭଳି ଇଶାନ କିଶନ ଇଂଲଣ୍ଡରେ ଟି -୨୦ ସିରିଜର ପ୍ରଥମ ମ୍ୟାଚରେ ରୋହିତ ଶର୍ମାଙ୍କ ସହ ଇନିଂସ ଆରମ୍ଭ କରିଥିଲେ। ଯଦି କୌଣସି କାରଣରୁ ରୋହିତ ଶର୍ମା ପରବର୍ତ୍ତୀ ମ୍ୟାଚ୍‌ରେ ଦଳରୁ ବାହାରେ ରହନ୍ତି, ତେବେ ଇଶାନ କିଶନଙ୍କୁ ଓପନିଂ ଦେଖିବାକୁ ମିଳିବ ।

୨) ସଞ୍ଜୁ ସାମସନ : 

sanju and shreyas

ବର୍ତ୍ତମାନ ପର୍ଯ୍ୟନ୍ତ ୱେଷ୍ଟଇଣ୍ଡିଜ୍ ବିପକ୍ଷର ସିରିଜରେ ସଞ୍ଜୁ ସାମସନ କୌଣସି ମ୍ୟାଚ୍ ଖେଳିବାର ସୁଯୋଗ ପାଇ ନାହାନ୍ତି। ଯେଉଁଥିରେ ପ୍ରଶଂସକମାନେ ବହୁତ ରାଗିଛନ୍ତି, କାରଣ ସେ ଆୟର୍ଲାଣ୍ଡ ବିପକ୍ଷରେ ଭଲ ବ୍ୟାଟିଂ କରିଥିଲେ। ଯଦି ସେ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଇନିଂସ ଓପନ କରିବାର ସୁଯୋଗ ପାଆନ୍ତି, ତେବେ ସେ ଏହି ସୁଯୋଗକୁ ତାଙ୍କ ହାତରୁ ଯିବାକୁ ଦେବେ ନାହିଁ। ସଞ୍ଜୁ ସାମସନ୍ ବଡ ସଟ୍ ମାରିବାରେ ପାରଦର୍ଶୀ। ଏଭଳି ପରିସ୍ଥିତିରେ ସେ ଦଳ ପାଇଁ ଓପନିଙ୍ଗ କରିବା ସହ ଏକ ଧମାକାରଦାର ଆରମ୍ଭ କରିପାରିବେ। 

୩) ରିଷଭ ପନ୍ତ:

pant bad shot out

ଭାରତୀୟ ଦଳର ଭବିଷ୍ୟତର ଅଧିନାୟକ ଭାବେ ବିବେଚିତ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ ତାଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ ହେଡଲାଇନରେ ରହିଛନ୍ତି ।   ଇଂଲଣ୍ଡ ବିପକ୍ଷ ଟି -୨୦ ସିରିଜରେ ସେ ଦଳ ପାଇଁ ଓପନିଙ୍ଗ କରିଥିଲେ , ଏପରି କଳ୍ପନାଜଳ୍ପନା କରାଯାଉଛି ଯେ ରୋହିତଙ୍କ ଅନୁପସ୍ଥିତିରେ ପନ୍ତ ଓପନିଙ୍ଗ କରିବାର ସୁଯୋଗ ପାଇପାରନ୍ତି ।