ଏହି ଖେଳାଳି କେବଳ ଅତିଥି ହୋଇ ରହିଗଲେ, ଆୟର୍ଲାଣ୍ଡ ବିପକ୍ଷରେ ଚୟନ କଲେ ମାତ୍ର ବିନା ମ୍ୟାଚ ଖେଳାଇ ଭାରତୀୟ ଦଳରୁ କଲେ ବାହାର

  1. Home
  2. Cricket News

ଏହି ଖେଳାଳି କେବଳ ଅତିଥି ହୋଇ ରହିଗଲେ, ଆୟର୍ଲାଣ୍ଡ ବିପକ୍ଷରେ ଚୟନ କଲେ ମାତ୍ର ବିନା ମ୍ୟାଚ ଖେଳାଇ ଭାରତୀୟ ଦଳରୁ କଲେ ବାହାର

team-india


କ୍ରିକେଟ୍ ଖବର : ଆଇପିଏଲ୍ ୨୦୨୨ ପରଠାରୁ, ଭାରତୀୟ କ୍ରିକେଟ୍ ଦଳର ଚୟନକମିଟି କ୍ରମାଗତ ଭାବରେ କ୍ରିକେଟରେ ଅନେକ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇ ଆସୁଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏମିତି ଏକ ଯୁବ ପ୍ରତିଭା ଅଛନ୍ତି ଯାହାର ବୟସ ୩୧ ହୋଇ ସାରିଛି। ଚୟନକର୍ତା ବି ଦଳରେ ସୁଯୋଗ ଦେଉଛନ୍ତି , କିନ୍ତୁ ତାଙ୍କୁ ବର୍ତ୍ତମାନ ପର୍ୟ୍ୟନ୍ତ ଗୋଟିଏ ବି ମ୍ୟାଚରେ ଡେବ୍ୟୁ କରିବାର ସୁଯୋଗ ଦିଆଯାଉନାହିଁ। 

କେବଳ ଏତିକି ନୁହେଁ, ଏହି ଖେଳାଳିଙ୍କୁ ଗତ ୨ଟି ସିରିଜରେ ଅନ୍ତର୍ଭୁକ୍ତ କରାଯାଇଥିଲା, କିନ୍ତୁ ବର୍ତ୍ତମାନ ସେ ଗୋଟିଏ ବି ମ୍ୟାଚ୍ ନ ଖେଳି ଦଳରୁ ବାହାରି ଯାଇଛନ୍ତି। ଆମେ କହୁଚୁ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ରାହୁଲ ତ୍ରିପାଠୀଙ୍କ କଥା। ରାହୁଲ ତ୍ରିପାଠୀଙ୍କୁ ୩୧ ବର୍ଷ ହୋଇଥିବା ସତ୍ୱେ ଏପର୍ଯ୍ୟନ୍ତ ରାହୁଲଙ୍କୁ ଟିମ୍ ଇଣ୍ଡିଆ ପାଇଁ ଖେଳିବାର ଗୋଟିଏ ବି ସୁଯୋଗ ଦିଆଯାଇନାହିଁ। ଦଳରେ ତ ତାଙ୍କୁ ସ୍ଥାନ ମିଳିଛି, କିନ୍ତୁ ଚୂଡାନ୍ତ ଏକାଦଶ ଖେଳାଳି ତାଲିକାରେ ତାଙ୍କ ନାମ ନାହିଁ। 

Rahul tripathy

ନିକଟରେ ଭାରତୀୟ ଦଳ ଇଂଲଣ୍ଡ ଏବଂ ଆୟର୍ଲାଣ୍ଡ ଗସ୍ତ କରିଥିଲେ, ଯେଉଁଥିରେ ରାହୁଲ ତ୍ରିପାଠୀ ଏହି ଦୁଇଟି ଟୁର୍ ଟିମ୍ ଇଣ୍ଡିଆରେ ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ସେ ଥରେ ବି ପ୍ଲେୟିଙ୍ଗ ୧୧ ତାଲିକାରେ ସାମିଲ ହୋଇ ନ ଥିଲେ । ରାହୁଲଙ୍କୁ ଆୟର୍ଲାଣ୍ଡ ବିପକ୍ଷରେ ୨ ଟି -୨୦ ମ୍ୟାଚ୍ ପାଇଁ ଦଳରେ ରଖାଯାଇଥିଲା, ତା’ପରେ ସେହି ଇଂଲଣ୍ଡ ଗସ୍ତରେ ତାଙ୍କୁ ମାତ୍ର ୧ ଟି -୨୦ ମ୍ୟାଚ୍ ପାଇଁ ଦଳରେ ସାମିଲ କରାଯାଇଥିଲା । 

ଯଦି ଆମେ ରାହୁଲ ତ୍ରିପାଠୀଙ୍କ କ୍ରିକେଟ୍ କ୍ୟାରିୟର ଦେଖିବା ତେବେ ସେ, ଓପନର୍ ଭାବରେ ବ୍ୟାଟିଂ କରିବାର କ୍ଷମତା ରଖନ୍ତି ଏବଂ ନିମ୍ନ କ୍ରମରେ ମଧ୍ୟ ସେ ଆଇପିଏଲରେ ମୋଟ ୭୬ ଟି ମ୍ୟାଚ୍ ଖେଳିଛନ୍ତି, ଏହି ମ୍ୟାଚଗୁଡିକରେ ସେ ତାଙ୍କ ନାମରେ ୧୭୯୮ ରନ୍ ରହିଛି। ସେହିପରି ଚଳିତ ବର୍ଷ ହୋଇଥିବା ଆଇପିଏଲ ସିଜନରେ ସେ ୪୧୪ ରନ ସଂଗ୍ରହ କରିଥିଲେ।