IND vs NZ: ପରାଜୟ ପରେ କ୍ୟାପଟେନ୍ ଧାୱନ ଦେଲେ ବିବୃତି, କହିଲେ ଏହି ଖେଳାଳି ଆମଠାରୁ ମ୍ୟାଚ ଛଡ଼ାଇ ନେଲେ...

  1. Home
  2. Cricket News

IND vs NZ: ପରାଜୟ ପରେ କ୍ୟାପଟେନ୍ ଧାୱନ ଦେଲେ ବିବୃତି, କହିଲେ ଏହି ଖେଳାଳି ଆମଠାରୁ ମ୍ୟାଚ ଛଡ଼ାଇ ନେଲେ...


କ୍ରିକେଟ ଖବର : ଟମ ଲାଥାମ ଏବଂ ଅଧିନାୟକ କେନ ୱିଲିୟମସନଙ୍କ ଚମତ୍କାର ଇନିଂସ ଯୋଗୁଁ ଶୁକ୍ରବାର ଖେଳାଯାଇଥିବା ପ୍ରଥମ ଦିନିକିଆରେ ନ୍ୟୁଜିଲ୍ୟାଣ୍ଡ 7 ୱିକେଟରେ ଭାରତକୁ ପରାସ୍ତ କରିଛି। ଏହା ସହ ନ୍ୟୁଜିଲ୍ୟାଣ୍ଡ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ 1-0 ରେ ଆଗୁଆ ରହିଛି। ଜିତିବା ପାଇଁ ଭାରତ ନ୍ୟୁଜିଲ୍ୟାଣ୍ଡକୁ 307 ରନର ଲକ୍ଷ୍ୟ ଦେଇଥିଲା, ଯାହାକି 17 ଟି ବଲ ବାକି ରଖି 3 ଟି ୱିକେଟ୍ ହରାଇ ନ୍ୟୁଜିଲାଣ୍ଡ ଦଳ ହାସଲ କରିଥିଲା। 

ind vs nz 1st odi ind lose

ତେବେ ସିରିଜର ପ୍ରଥମ ମ୍ୟାଚ ହାରିବା ପରେ ଭାରତୀୟ ଅଧିନାୟକ ଶିଖର ଧାୱନ କହିଛନ୍ତି ଯେ ଟମ ଲାଥାମଙ୍କ ବିସ୍ଫୋରକ ଶତକ ଆମ ହାତରୁ ମ୍ୟାଚ ଛଡ଼ାଇ ନେଇଛି।  ମ୍ୟାଚ୍ର ଉପସ୍ଥାପନାରେ ଶିଖର କହିଛନ୍ତି ଯେ ଆମେ ଭଲ ସ୍କୋର କରିଛୁ। କିନ୍ତୁ ଆଜି ଆମେ ଅଧିକ ସର୍ଟ ଅଫ୍ ଲମ୍ୱା ବଲ୍ ବୋଲିଂ କରିଥିଲୁ, ଯେଉଁଥିପାଇଁ ଲାଥାମ୍ ବଡ଼ ସଟ୍ ଖେଳିଥିଲେ। ଆମେ 40 ଓଭର ପର୍ଯ୍ୟନ୍ତ ଖେଳରେ ଥିଲୁ କିନ୍ତୁ ଏକ ଓଭରରେ ଚାରିଟି ଚୌକା ଆସିବା ପରେ କିୱି ଦଳ ମ୍ୟାଚ ଜିତିଗଲା। 

ଆହୁରି ପଢ଼ନ୍ତୁ : IND vs NZ: ପ୍ରଥମ ODI ରେ 306 ରନ୍ ର ବିଶାଳ ସ୍କୋର କରିବା ସତ୍ୱେ ଭାରତକୁ 7 ୱିକେଟରେ ପରାସ୍ତ କଲା ନ୍ୟୁଜିଲାଣ୍ଡ, ଦେଖନ୍ତୁ ସ୍କୋରବୋର୍ଡ଼

Shikhar-Dhawan-Capatin

ଭାରତୀୟ ଅଧିନାୟକ କହିଛନ୍ତି, ଆମକୁ ଆମର ରଣନୀତି ଉପରେ କାର୍ଯ୍ୟ କରିବାକୁ ପଡିବ ଏବଂ ନିଶ୍ଚିତ କରିବାକୁ ପଡିବ ଯେ ବ୍ୟାଟ୍ସମ୍ୟାନମାନଙ୍କୁ ସେମାନଙ୍କ ଶକ୍ତିରେ ଖେଳିବାକୁ ଦେବୁ ନାହିଁ। ଏହା ଏକ ଯୁବ ଦଳ ଏବଂ ମୁଁ ମୋ ଦଳ ପାଇଁ ଗର୍ବିତ।