IND vs NZ 3rd T20I: ଦଳରେ ହେବ ଏହି ବଡ଼ ପରିବର୍ତ୍ତନ! ସଞ୍ଜୁ ସାମସନ୍ ଏବଂ ଉମ୍ରାନ ମଲିକଙ୍କୁ ମିଳିପାରିବ କି ସୁଯୋଗ ?

  1. Home
  2. Cricket News

IND vs NZ 3rd T20I: ଦଳରେ ହେବ ଏହି ବଡ଼ ପରିବର୍ତ୍ତନ! ସଞ୍ଜୁ ସାମସନ୍ ଏବଂ ଉମ୍ରାନ ମଲିକଙ୍କୁ ମିଳିପାରିବ କି ସୁଯୋଗ ?

Team india


କ୍ରିକେଟ ଖବର : ଭାରତର ଆଭିମୁଖ୍ୟ ବର୍ତ୍ତମାନ ଦଳରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ଆହ୍ୱାନ କରୁଛି। କିନ୍ତୁ ପ୍ରଶ୍ନ ଉଠିଛି କି ମଙ୍ଗଳବାର ଦିନ ନାପିଆରରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି-ଟ୍ୱେଣ୍ଟିରେ ଉମ୍ରାନ ମଲିକ ଏବଂ ସଞ୍ଜୁ ସାମସନଙ୍କୁ ସୁଯୋଗ ଦିଆଯିବ କି ? 

Sky

ବିଶ୍ୱକପ ପରାଜୟ ପରେ ଭାରତୀୟ ଦଳ ନୂତନ ଖେଳାଳିଙ୍କୁ ସୁଯୋଗ ଦେବାକୁ ପ୍ରୟାସ ଜାରି ରଖିଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ 2 ୟ ଟି-ଟ୍ୱେଣ୍ଟି କିଛି ପରିବର୍ତ୍ତନ ହୋଇ ନ ଥିଲା। କିନ୍ତୁ 3ୟ ଟି-ଟ୍ୱେଣ୍ଟିରେ ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଛି। 

ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟକ୍ତିଗତ ସ୍କୋରକୁ ବାଦ୍ ଦେଇ ଦଳ ରବିବାର 160 ସ୍କୋର କରିବାକୁ ସଂଘର୍ଷ କରୁଥିବା ଦେଖାଯାଉଥିଲା। ଭାରତର ପାୱାରପ୍ଲେ ଆଭିମୁଖ୍ୟ ଏକ ପ୍ରମୁଖ ଚିନ୍ତାର ବିଷୟ ହୋଇଛି। ଦ୍ୱିତୀୟ ମ୍ୟାଚରେ ରିଷଭ ପନ୍ତ ଆଉ ଇଶାନ କିଶାନଙ୍କୁ ଓପେନିଂ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ଉଭୟ ଖେଳାଳି କିଛି ଖାସ୍ କରି ନ ଥିଲେ।

ଆହୁରି ପଢ଼ନ୍ତୁ : "କେବଳ ସୂର୍ଯ୍ୟ ମହାନ ଖେଳାଳି ନୁହନ୍ତି" ନିଉଜିଲାଣ୍ଡ ର ପରାଜୟ ପରେ ଅଜବ ବୟାନ୍ ଦେଲେ ଟିମ୍ ସାଉଦୀ, କହିଲେ ସୂର୍ଯ୍ୟ କିଏ ଯେ...

ପନ୍ତଙ୍କ ଫର୍ମକୁ ଦେଖିଲେ ସେ ସିରିଜର ଶେଷ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିବେ ବୋଲି ଆଶା କରାଯାଇ ପାରୁ ନାହିଁ। ତେଣୁ ତାଙ୍କ ସ୍ଥାନରେ ସାମସନଙ୍କୁ ସୁଯୋଗ ଦିଆଯିବ ବୋଲି ଆଲୋଚନା ହେଉଛି। ସଂଜୁ ସାମସନ ପାୱାରପ୍ଲେ ରେ ଭଲ ରନ କରିବାର ଦକ୍ଷତା ରଖନ୍ତି। 

Team India

ଭାରତ ସିରିଜକୁ 1-0ରେ ଅଗ୍ରଣୀ କରାଇଥିବାବେଳେ ସିରିଜର ପ୍ରଥମ ମ୍ୟାଚ୍ ବର୍ଷା ହେତୁ ବାଧାପ୍ରାପ୍ତ ହୋଇଯାଇଥିଲା। ପାଣ୍ଡ୍ୟା ଖେଳୁଥିବା ଏକାଦଶରେ ଅଧିକ ବ୍ୟାଟ୍ସମ୍ୟାନଙ୍କୁ ରଖିବାକୁ ଚାହାଁନ୍ତି ଯିଏ ବୋଲିଂ ବି କରିପାରନ୍ତି ଏବଂ ଦୀପକ ହୁଡା ତାଙ୍କୁ ଏକ ବିକଳ୍ପ ଭାବରେ ମିଳିଛି। ତେଣୁ ତୃତୀୟ ମ୍ୟାଚରେ ସେ ଉମ୍ରାନ ମଲିକଙ୍କୁ ସାମିଲ୍ କରି ପାରନ୍ତି। କାରଣ ଉମ୍ରାନ ଶେଷ ଭାଗରେ ବଡ଼ ଶର୍ଟ ମାରିବାର କ୍ଷମତା ରଖନ୍ତି। 

IND vs NZ 3rd T20I ପାଇଁ ଭାରତର ସମ୍ଭାବ୍ୟ XI:

Risabh pant and sanju

ଇଶାନ କିଶନ, ସଞ୍ଜୁ ସାମସନ, ସୂର୍ଯ୍ୟକୁମାର ଯାଦବ, ଶ୍ରେୟାସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଦୀପକ ହୁଡା, ୱାଶିଂଟନ ସୁନ୍ଦର, ଭୁବନେଶ୍ୱର କୁମାର, ଯୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ମହମ୍ମଦ ସିରାଜ/ଉମ୍ରାନ ମଲିକ।