ICC T20 Ranking: ଟପ 10 ରେ ସ୍ଥାନ ପାଇଲେ ଇଶାନ୍ କିଶାନ୍, ତଳକୁ ଖସିଲେ କିଙ୍ଗ୍ କୋହଲି, ଦେଖନ୍ତୁ ଲିଷ୍ଟ

  1. Home
  2. Cricket News

ICC T20 Ranking: ଟପ 10 ରେ ସ୍ଥାନ ପାଇଲେ ଇଶାନ୍ କିଶାନ୍, ତଳକୁ ଖସିଲେ କିଙ୍ଗ୍ କୋହଲି, ଦେଖନ୍ତୁ ଲିଷ୍ଟ

virat_kohli_and_ishan_kishan


କ୍ରିକେଟ ଖବର : ଆଇସିସି ଦ୍ୱାରା ପ୍ରକାଶିତ ସର୍ବଶେଷ ଟି -୨୦ ର଼୍ୟାଙ୍କିଙ୍ଗରେ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ବହୁତ ଖରାପ ପ୍ରଦର୍ଶନ କରିଛନ୍ତି ।  କୋହଲି ବର୍ତ୍ତମାନ ଖରାପ ସମୟ ଦେଇ ଗତି କରୁଛନ୍ତି।ଫଳସ୍ୱରୂପ, ସେ ଟି -୨୦ ମାନ୍ୟତାର ଶ୍ରେଷ୍ଠ ୧୦ରେ ମଧ୍ୟ ନାହାଁନ୍ତି। ତେବେ ଏଠାରେ ଯୁବ ଓପନର୍ ଇଶାନ୍ କିଶାନ୍ ଅତୁଳନୀୟ ସଫଳତା ହାସଲ କରିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଉତ୍କୃଷ୍ଟ ବ୍ୟାଟିଂ ପାଇଁ ତାଙ୍କୁ ଆଇସିସି  ର଼୍ୟାଙ୍କିଙ୍ଗରେ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। 

Ishan kishan

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଉଥିବା ଟି-୨୦ ସିରିଜରେ ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଖେଳୁନାହାନ୍ତି। ବିରାଟ କୋହଲିଙ୍କୁ ବି ବର୍ତ୍ତମାନ ବିଶ୍ରାମ ଦିଆଯାଇଛି। ଏହି ଦୁଇଜଣଙ୍କ ଅନୁପସ୍ଥିତିରୁ ଇଶାନ କିଶାନ ସିଧାସଳଖ ଉପକୃତ ହୋଇଛନ୍ତି। ଏହି ସିରିଜରେ, ଇଶାନ ଏପର୍ଯ୍ୟନ୍ତ ୩ ଟି ମ୍ୟାଚରେ ୧୬୪ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ୨ ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ।  ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନର ଫଳାଫଳ ହେଉଛି ସେ ଆଇସିସି ଟି -୨୦ ର‌୍ୟାଙ୍କିଙ୍ଗରେ ୧୪ ଟି ସ୍ଥାନକୁ ଉପରକୁ ଉଠି, ୭ ନମ୍ବର ସ୍ଥାନରେ ପହଂଚିଛନ୍ତି।

mens t20 rankings

ଏଥି ସହିତ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ଆଇସିସି ଟି -୨୦ ର଼୍ୟାଙ୍କିଙ୍ଗରେ ବହୁତ ଖରାପ ପ୍ରଦର୍ଶନ କରିଛନ୍ତି । କୋହଲି ୨୧ ତମ ସ୍ଥାନରେ ଅଛନ୍ତି ଏବଂ ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ୧୭ ତମ ସ୍ଥାନରେ ଅଛନ୍ତି । ବିରାଟ କୋହଲି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତାଙ୍କର ଶେଷ ଟି-୨୦ ସିରିଜ୍ ଖେଳିଛନ୍ତି ଏବଂ ରୋହିତ ଶର୍ମା ଶେଷ ଥର ପାଇଁ ଶ୍ରୀଲଙ୍କା ବିପକ୍ଷରେ  ଟି-୨୦ ସିରିଜ ଖେଳିଥିଲେ। ଏହି ର଼୍ୟାଙ୍କିଙ୍ଗର ଶୀର୍ଷରେ ପାକିସ୍ତାନର ଅଧିନାୟକ ବାବର ଆଜାମ ଅଛନ୍ତି। ଏଠାରେ ଆଶ୍ଚର୍ଯ୍ୟର କଥା ଏହା ଯେ, ଇଶାନଙ୍କ ବ୍ୟତୀତ ଶ୍ରେଷ୍ଠ ୧୦ରେ ଆଉ କୌଣସି ଭାରତୀୟ ଖେଳାଳି ନାହାଁନ୍ତି।