ସୁର୍ଯ୍ୟକୁମାର ଯାଦବଙ୍କ ଡେବ୍ୟୁକୁ ନେଇ ହାର୍ଦ୍ଦିକ ପାଣ୍ଡ୍ୟା ହେଲେ ନିରାଶ, BCCI କୁ ଦେଲେ ଦୋଷ
କ୍ରିକେଟ ଖବର : ଟି -20 ବିଶ୍ୱକପ 2022 ରେ ଟିମ୍ ଇଣ୍ଡିଆର ଯାତ୍ରା ଏକ ଯନ୍ତ୍ରଣାଦାୟକ ଭାବରେ ଶେଷ ହୋଇଛି। ଇଂଲଣ୍ଡ ଠାରୁ ଅପମାନଜନକ ପରାଜୟ ଟିମ୍ ଇଣ୍ଡିଆ ଉପରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଖେଳାଳିଙ୍କ ପ୍ରଦର୍ଶନ ଅପେକ୍ଷା ଦଳ ଚୟନକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷର ଭାବନା ରହିଛି।
ସେପଟେ ଭାରତୀୟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ସାଥୀ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛନ୍ତି। ଟିମ୍ ଇଣ୍ଡିଆରେ ସୂର୍ଯ୍ୟଙ୍କୁ ସ୍ଥାନ ଦେବାରେ ବିସିସିଆଇ ବହୁତ ବିଳମ୍ବ କରିଛି ବୋଲି ହାର୍ଦ୍ଦିକ କହିଛନ୍ତି।
ସୂର୍ଯ୍ୟଙ୍କୁ ପ୍ରଶଂସା କରି ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି ଯେ ଆନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିବାକୁ ସେ ବହୁତ ଡେରି କରିଛନ୍ତି। ହାର୍ଦ୍ଦିକ କହିଛନ୍ତି ଯେ, “ସୁର୍ଯ୍ୟକୁମାର ଯାଦବ ତାଙ୍କର ଆନ୍ତର୍ଜାତୀୟ ସ୍ତରରେ ବହୁତ ବିଲମ୍ବରେ ଡେବ୍ୟୁ କରିଥିଲେ। ମୁଁ ଭାବୁଛି ସେ ଅତି କମରେ ଦୁଇ ବର୍ଷ ପୂର୍ବରୁ ଭାରତ ପାଇଁ ଖେଳିଥିଲେ ଭଲ ହୋଇଥାନ୍ତା।"
ଏହା ସହିତ, 2022 ମସିହାରେ ସୂର୍ଯ୍ୟକୁମାର ଯାଦବ ଟି-20 ଫର୍ମାଟରେ ନିଜ ନାମକୁ ଶୀର୍ଷରେ ରଖିଛନ୍ତି। କେବଳ ଭାରତ ନୁହେଁ ବିଦେଶୀ ଖେଳାଳିମାନେ ମଧ୍ୟ ତାଙ୍କୁ ପ୍ରଶଂସା କରିଛନ୍ତି। ପଡିଆରେ ସଟ ଖେଳିବାର ତାଙ୍କର ଦକ୍ଷତା ତାଙ୍କୁ ଏବି ଡି ଭିଲିୟର୍ସଙ୍କ ସହ ସମକ୍ଷକ କରିପାରିଛି। ଟି-20 ବିଶ୍ୱକପ 2022 ରେ 5 ଟି ଇନିଂସରେ ସୂର୍ଯ୍ୟ 225 ରନ ସ୍କୋର କରିଥିଲେ। ଏହା ବ୍ୟତୀତ ସେ ଚଳିତ ବର୍ଷ ଖେଳର କ୍ଷୁଦ୍ର ଫର୍ମାଟରେ ସର୍ବାଧିକ ରନ୍ ସ୍କୋରର୍ ମଧ୍ୟ ଅଟନ୍ତି।