IND vs SA: ଭାରତର ଲଜ୍ଜାଜନକ ପରାଜୟ ପରେ, ସବୁଠାରୁ ଭଲ ଖେଳାଳିଙ୍କୁ ବିଶ୍ୱକପ ଦଳରୁ ବାହାର କଲେ ଗମ୍ଭୀର

  1. Home
  2. Cricket News

IND vs SA: ଭାରତର ଲଜ୍ଜାଜନକ ପରାଜୟ ପରେ, ସବୁଠାରୁ ଭଲ ଖେଳାଳିଙ୍କୁ ବିଶ୍ୱକପ ଦଳରୁ ବାହାର କଲେ ଗମ୍ଭୀର

ind t20 wc xi by gambhir


କ୍ରିକେଟ ଖବର : ଗତକାଲି କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦମଦାର୍ ମୁକାବିଲା ଦେଖିବାକୁ ମିଳିଥିଲା। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ବିପର୍ଯ୍ୟୟର ସାମ୍ନା କରିଥିଲେ। ଜଣଙ୍କ ପରେ ଜଣେ ସବୁ ଭାରତୀୟ ଖେଳାଳି ପାଭିଲିୟନ ଫେରିଥିଲେ। କିନ୍ତୁ ଶ୍ରେୟସ୍ ଆୟର୍ ଏବଂ ଦୀନେଶ କାର୍ତ୍ତିକ ଜଗିରଖି ଖେଳି ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ। ଆୟର୍ 35 ଟି ବଲ୍ ଖେଳି 40 ରନ କରିଥିବା ବେଳେ , କାର୍ତ୍ତିକ ଦୁଇଟି ଛକା ଏବଂ ଦୁଇଟି ଚୌକା ସହାୟତାରେ 21 ବଲରେ 30 ରନ ସଂଗ୍ରହ କରିଥିଲେ। ତେବେ ଏହି ଦୁଇ ଖେଳାଳିଙ୍କ ବ୍ୟତୀତ ଓପନର ଇଶାନ୍ କିଶାନ୍ ମଧ୍ୟ 34 ରନ ସଂଗ୍ରହ କରିଥିଲେ। 

ତେବେ 2019 ମସିହାରେ ଭାରତ ପାଇଁ ନିଜର ଶେଷ ମ୍ୟାଚ୍ ଖେଳିଥିବା ଦୀନେଶ କାର୍ତ୍ତିକ ଏହି ସିରିଜ୍ ଜରିଆରେ ଟିମ୍ ଇଣ୍ଡିଆକୁ କମବ୍ୟାକ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-20 ସିରିଜର ପ୍ରଥମ ମ୍ୟାଚରେ ସେ ଅଧିକ ସୁଯୋଗ ଖେଳିବା ପାଇଁ ପାଇ ନଥିଲେ। କିନ୍ତୁ ଗତକାଲିର ମ୍ୟାଚରେ ସେ 21 ଟି ବଲ୍ ଖେଳି ଦମଦାର୍ 30 ରନ ସଂଗ୍ରହ କରିଥିଲେ। କାର୍ତ୍ତିକ ଶେଷ ଓଭରର ଶେଷ 3ଟି ବଲରେ ଆକର୍ଷଣୀୟ ଦୁଇଟି ଛକା ମାରିଥିଲେ। ଯାହା ପରେ ଟିମ୍ ଇଣ୍ଡିଆ ଏକ ଭଲ ରନ ସଂଗ୍ରହ କରିପାରିଥିଲା। କିନ୍ତୁ ବର୍ତ୍ତମାନ ଭାରତର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର , କାର୍ତ୍ତିକଙ୍କୁ ପ୍ଲେଇଙ୍ଗି ଏକାଦଶରୁ ବାହାର କରିବାକୁ ଦାବି କରିଛନ୍ତି।

କାହିଁକି ଏମିତି କହିଲେ ଗମ୍ଭୀର ?

ଆଇପିଏଲ୍ 2022 ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଫିନିଶର ଭୂମିକାରେ ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ହେତୁ ଦୀନେଶ କାର୍ତ୍ତିକ ଭାରତୀୟ ଦଳରେ ଖେଳିବାର ଏକ ସୁଯୋଗ ପାଇଛନ୍ତି। କିନ୍ତୁ ଲକ୍ଷ୍ନୌ ସୁପରଜିଆଣ୍ଟସର ପରାମର୍ଶଦାତା ତଥା ପୂର୍ବତନ ଭାରତୀୟ ଦଳର ଓପନର୍ ଗୌତମ ଗମ୍ଭୀର ଦୀନେଶ କାର୍ତ୍ତିକଙ୍କ ବିଷୟରେ ଭିନ୍ନ ମତ ରଖିଛନ୍ତି।  ଦୀନେଶ କାର୍ତ୍ତିକଙ୍କୁ ଖେଳୁଥିବା ଏକାଦଶରୁ ବାହାର କରିବାକୁ ସେ ଦାବି କରିଛନ୍ତି।

dinesh-karthik-ind-vs-sa-2nd-t20

ଷ୍ଟାର ସ୍ପୋର୍ଟସରେ କଥାବାର୍ତ୍ତା କରି ଗୌତମ ଗମ୍ଭୀର କହିଛନ୍ତି ଯେ 'ଯଦି ଆପଣ ଦୀନେଶ କାର୍ତ୍ତିକଙ୍କୁ ପ୍ରଥମ ମ୍ୟାଚରେ ସୁଯୋଗ ଦେଇଛନ୍ତି, ତେବେ ଆପଣ ତାଙ୍କୁ ଅଧିକ ସୁଯୋଗ ଦେବା ଉଚିତ ନୁହଁ। ମୁଁ ଭାବୁଛି ଏହି ସିରିଜରେ ଆଇପିଏଲରେ ଦୀପକ ହୁଡାଙ୍କ ପ୍ରଦର୍ଶନକୁ ଦେଖି ଦୀପକ ହୁଡାଙ୍କୁ ମଧ୍ୟ ଏକ ସୁଯୋଗ ଦିଆଯିବା ଉଚିତ୍।

ନିଜ IPL ଦଳର ଖେଳାଳିଙ୍କୁ ଅଧିକ ଗୁରୁତ୍ୱ ଦେଉଛନ୍ତି ଗମ୍ଭୀର :

ସୂଚନାଯୋଗ୍ୟ ଯେ, ଦୀପକ ହୁଡା ଆଇପିଏଲ୍ 2022 ରେ ଲକ୍ଷ୍ନୌ ସୁପରଜିଆଣ୍ଟସର ଅଂଶ ଥିଲେ। ଯେଉଁଥିରେ ସେ ବ୍ୟାଟିଂରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିଲେ।  ଯେଉଁଥିପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଦୀପକ ହୁଡାଙ୍କୁ ସୁଯୋଗ ଦିଆଯାଇଛି। 

ରବି ବିଷ୍ଣୋୟୀ ମଧ୍ୟ ଆଇପିଏଲ୍ 2022 ରେ ଲକ୍ଷ୍ନୌ ସୁପରଜିଆଣ୍ଟସର ଏକ ଅଂଶ ଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ରବି ବିଷ୍ଣୋୟୀଙ୍କୁ ଏକାଦଶ ଖେଳିବାର ସୁଯୋଗ ଦେବା ପାଇଁ ମଧ୍ୟ ଗୌତମ ଗମ୍ଭୀର କହିଛନ୍ତି।  ରବି ବିଷ୍ଣୋୟୀଙ୍କ ବିଷୟରେ ଗୌତମ ଗମ୍ଭୀର କହିଛନ୍ତି ଯେ,  ରବି ବିଷ୍ଣୋୟୀଙ୍କୁ ଲେଗ୍ ସ୍ପିନର ଭାବରେ ଅନ୍ତର୍ଭୁକ୍ତ କରାଯାଉ।  

ତେବେ ଦୀନେଶ କାର୍ତ୍ତିକ ଆଇପିଏଲ 2022 ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳୁଥିବାବେଳେ 183.33 ର ଷ୍ଟ୍ରାଇକ୍ ହାରରେ 16ଟି ମ୍ୟାଚରେ 330 ରନ୍ ସଂଗ୍ରହ କରିଥିଲେ। ଏହି ସମୟରେ ଦୀନେଶ କାର୍ତ୍ତିକ ପାଞ୍ଚ କିମ୍ବା ଛଅ ନମ୍ବରରେ ବ୍ୟାଟିଂ କରୁଥିଲେ।  ସେହିଭଳି ଦୀପକ ହୁଡା, ଲକ୍ଷ୍ନୌ ସୁପରଜିଆଣ୍ଟସ୍ ପାଇଁ ତିନି କିମ୍ବା ଚାରି ନମ୍ବରରେ ବ୍ୟାଟିଂ କରି 136 ର ଷ୍ଟ୍ରାଇକ୍ ହାରରେ 15 ଟି ମ୍ୟାଚରେ 451 ରନ୍ ସଂଗ୍ରହ କରିଥିଲେ।

ଗମ୍ଭୀର ଚୟନ କଲେ ଭାରତୀୟ T20 ବିଶ୍ୱକପ ଦଳ:

ରୋହିତ ଶର୍ମା (c), ଈଶାନ କିଶନ, ସୂର୍ଯ୍ୟ କୁମାର ଯାଦବ, ବିରାଟ କୋହଲି, ଋଷଭ ପନ୍ତ(wk), ହାର୍ଦିକ ପାଣ୍ଡ୍ୟା, ଦୀପକ ହୁଡ୍ଡା, ଚହଲ, ହର୍ସଲ ପଟେଲ, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମରାହ