ଦେଖନ୍ତୁ ଭିଡିଓ: ଯୁବରାଜଙ୍କ ବିଶ୍ୱ ରେକର୍ଡ କୁ ପଛରେ ପକାଇଲେ ଗାଏକ୍ୱାଡ୍‌, ଗୋଟିଏ ଓଭର୍‌ରେ ମାରିଲେ 7 ଟି ଛକା

  1. Home
  2. Cricket News

ଦେଖନ୍ତୁ ଭିଡିଓ: ଯୁବରାଜଙ୍କ ବିଶ୍ୱ ରେକର୍ଡ କୁ ପଛରେ ପକାଇଲେ ଗାଏକ୍ୱାଡ୍‌, ଗୋଟିଏ ଓଭର୍‌ରେ ମାରିଲେ 7 ଟି ଛକା


କ୍ରିକେଟ ଖବର : ଯୁବ ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାଏକୱାଡ ସୋମବାର ଦିନ ଇତିହାସ ରଚିଛନ୍ତି। ମହାରାଷ୍ଟ୍ରର ଏହି ବ୍ୟାଟ୍ସମ୍ୟାନ୍ ବିଜୟ ହଜାରେ ଟ୍ରଫିର ଉତ୍ତର ପ୍ରଦେଶ ବିପକ୍ଷ ମ୍ୟାଚରେ ଗୋଟିଏ ଓଭରରେ ୭ଟି ଛକା ମାରି ବିଶ୍ବ ରେକର୍ଡ କରିଛନ୍ତି । ସୀମିତ ଓଭର କ୍ରିକେଟ୍ ରେ ଏହି ବିରଳ ମାଇଲଖୁଣ୍ଟ ହାସଲ କରିବାରେ ସେ ହେଉଛନ୍ତି ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍ ।

rituraj-gayakwad 7 sixes

ତେବେ ପୂର୍ବରୁ ଯୁବରାଜ ସିଂହ ଗୋଟିଏ ଓଭର୍‌ରେ ୬ଟି ଛକା ମାରି ଇତିହାସ ରଚିଥିଲେ । ୨୦୦୮ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ଇଂଲଣ୍ତ ବିପକ୍ଷ ମ୍ୟାଚ୍‌ରେ ଯୁବରାଜ ସିଂହଙ୍କ ୬ଟି ବଲ୍‌ରେ ୬ଟି ଛକା ମାରିଥିଲେ । ବିଜୟ ହଜାରେ ଟ୍ରଫିର ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ କ୍ରିକେଟର୍‌ ଋତୁରାଜ ଗାଏକ୍ୱାଡ୍‌ ଗୋଟିଏ ଓଭର୍‌ରେ ୭ଟି ଛକା ମାରି ଇତିହାସ ସୃଷ୍ଟି କରିଛନ୍ତି ।

ମ୍ୟାଚ ବିଷୟରେ :

ବିଜୟ ହଜାରେ ଟ୍ରଫିର କ୍ୱାଟର୍‌ ଫାଇନାଲ ମ୍ୟାଚ୍‌ରେ ସାମ୍ନାସାମ୍ନି ହୋଇଥିଲେ ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ର । ମହାରାଷ୍ଟ୍ର ପ୍ରଥମେ ବ୍ୟାଟିଂ କରି ୫ ୱିକେଟ୍‌ ହରାଇ ୫୦ ଓଭର୍‌ରେ ୩୩୦ ରନ୍‌ କରିଥିଲା । ମହାରାଷ୍ଟ୍ରର ଅଧିନାୟକ ଋତୁରାଜ ଗାଏକ୍ୱାଡ୍‌ ୧୫୯ ବଲ୍‌ରେ ୨୨୦ ରନ୍‌ର ଇନିଂସ ଖେଳିଛନ୍ତି । ଏଥିରେ ୧୦ଟି ଚୌକା ଓ ୧୬ଟି ଛକା ସାମିଲ ରହିଛି । ତେବେ ମ୍ୟାଚ୍‌ର ମୁଖ୍ୟ ଆକର୍ଷଣ ଥିଲା ୪୯ତମ ଓଭର। ତାହା ଦର୍ଶକ ଆଗରୁ କେବେ ଦେଖିନଥିବେ । ଋତୁରାଜ ପ୍ରଥମେ ଭାରତୀୟ ଭାବେ ଗୋଟିଏ ଓଭର୍‌ରେ ୭ଟି ଛକା ମାରିଥିଲେ ।

ଆହୁରି ପଢ଼ନ୍ତୁ : ବିରାଟ - ରୋହିତଙ୍କ ବିନା ଟିମ୍ ଇଣ୍ଡିଆ ର ଅବସ୍ଥା ବର୍ତ୍ତମାନ କେମିତି ଅଛି ? ଶିଖର ଧାୱନ ଦେଲେ ଉତ୍ତର...

କିନ୍ତୁ ତାଙ୍କୁ ପ୍ରଥମ ବଲରୁ ହିଁ ଗାଏକ୍ୱାଡ ବଡ଼ ପ୍ରହାର କରିଥିଲେ। ପ୍ରଥମ ୪ଟି ବଲରେ କ୍ରମାଗତ ୪ଟି ଛକା ମାରି ଋତୁରାଜ ନିଜର ଆକ୍ରମଣାତ୍ମକ ରୂପ ଦେଖାଇଥିଲେ। ଏହି ସମୟରେ ଶିବ ମଧ୍ୟ ୪ଟି ଛକା ଖାଇ ସମାନ୍ୟ ନର୍ଭସ ହୋଇ ଯାଇଥିଲେ। ୫ମ ବଲରେ ଋତୁରାଜ ଛକା ମାରିଥିବା ବେଳେ ଏହା ନୋ-ବଲ ହୋଇଯାଇଥିଲା।

ଦେଖନ୍ତୁ ଭିଡିଓ:

ଫଳରେ ତାଙ୍କୁ ଗୋଟିଏ ଅତିରିକ୍ତ ବଲ ପକାଇବାକୁ ପଡ଼ିଥିଲା। ଏହାର ଫାଇଦା ଉଠାଇ ଗାଏକ୍ୱାଡ ମଧ୍ୟ ଆଉ ୩ଟି ଛକା ମାରିଥିଲେ। ଏଥିସହ ନିଜର ଦ୍ୱିଶତକ ମଧ୍ୟ ହାସଲ କରିଥିଲେ। ଋତୁରାଜ ଗାଏକ୍ୱାଡ ମହାରାଷ୍ଟ୍ରର ପ୍ରଥମ ବ୍ୟାଟର ଯିଏ ଲିଷ୍ଟ ଏରେ ଦ୍ୱିଶତକ ହାସଲ କରିଛନ୍ତି। ସେ ଅପରାଜିତ ୨୨୦ ରନର ଇନିଂସ ଖେଳି ଲିଷ୍ଟ ଏରେ ଦ୍ୱିଶତକ ହାସଲ କରିଥିବା ୧୧ତମ ଖେଳାଳି ବନିଛନ୍ତି। ରୋହିତ ଶର୍ମାଙ୍କ ଗୋଟିଏ ମ୍ୟାଚ୍‌ରେ ୧୬ଟି ଛକା ମାରିବା ରେକର୍ଡର ମଧ୍ୟ ସମକକ୍ଷ ହୋଇଛନ୍ତି ଗାଏକ୍ୱାଡ। ଲିଷ୍ଟ ଏ କ୍ରିକେଟର ଗୋଟିଏ ଓଭରରେ ବ୍ୟାଟରୁ ୪୨ ରନ ବାହାର କରିବାର ବିରଳ ରେକର୍ଡ ମଧ୍ୟ ସେ କରିଛନ୍ତି।