ENG vs IND: ଜାଣନ୍ତୁ କାହିଁକି ଡେଭିଡ ୱିଲିଙ୍କ ଶେଷ ବଲରେ ଛକା କି ଚୌକା ମାରିନଥିଲେ ରିଷଭ ପନ୍ତ

  1. Home
  2. Cricket News

ENG vs IND: ଜାଣନ୍ତୁ କାହିଁକି ଡେଭିଡ ୱିଲିଙ୍କ ଶେଷ ବଲରେ ଛକା କି ଚୌକା ମାରିନଥିଲେ ରିଷଭ ପନ୍ତ


କ୍ରିକେଟ୍ ଖବର : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ସରିଥିବା ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍ ମଞ୍ଚେଷ୍ଟର ଗ୍ରାଉଣ୍ଡରେ ଖେଳାଯାଇଥିଲା।  ଏହି ମ୍ୟାଚରେ ରିଷଭ ପନ୍ତଙ୍କ ବିସ୍ଫୋରକ ଶତକ ଦେଖିବାକୁ ମିଳିଥିଲା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡର ପ୍ରଦର୍ଶନ ଆଧାରରେ ଭାରତ ସିରିଜକୁ 2-1ରେ ଜିତିଥିଲା। 

ମ୍ୟାଚ୍ ସମୟରେ କିଛି ଏପରି ଘଟଣା ଘଟିଥିଲା ​​ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ବାସ୍ତବରେ ଖେଳର 42 ତମ ଓଭରରେ ଇଂଲଣ୍ଡ ଦ୍ରୁତ ବୋଲର ଡେଭିଡ ୱିଲି ବୋଲିଂ କରିବାକୁ ଆସିଥିଲେ। ସେତେବେଳେକୁ ଭାରତକୁ ଜିତିବା ପାଇଁ ମାତ୍ର 24 ରନ୍ ଆବଶ୍ୟକ ଥିଲା।ଠିକ୍ ସେହି ସମୟରେ ପନ୍ତ 106 ବଲରେ 100 ରନ୍ କରି ଷ୍ଟ୍ରାଇକରେ ଥିଲେ। ଏହା ପରେ ଭାରତୀୟ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ ୱିଲିଙ୍କ ପାଞ୍ଚଟି ବଲରେ କ୍ରମାଗତ ପାଞ୍ଚ ଚୌକା ମାରି ଦଳକୁ ବିଜୟର ନିକଟତର କରିଥିଲେ। କିନ୍ତୁ ଷଷ୍ଠ ବଲରେ ପନ୍ତ ଏକ ରନ୍ ନେଇ ପରବର୍ତ୍ତୀ ଓଭର ପାଇଁ ମଧ୍ୟ ଷ୍ଟ୍ରାଇକ୍ ନିଜ ପାଖରେ ରଖିଥିଲେ।

କିନ୍ତୁ ଚିନ୍ତା କରିବାର ବିଷୟ ହେଉଛି ଏହା ଯେ, ୱିଲିଙ୍କ ଶେଷ ବଲରୁ ମଧ୍ୟ ପନ୍ତ ଚାହିଁଥିଲେ ଛକା କିମ୍ବା ଚୌକା ମାରି ପାରିଥାନ୍ତେ କିନ୍ତୁ ସେ କାହିଁକି ଏକ ରନ୍ କରିବାକୁ ନିଷ୍ପତ୍ତି ନେଇଥିଲେ?  ଏହା ପରେ ଜୋ ରୁଟ୍ ପରବର୍ତ୍ତୀ ଓଭରରେ ବୋଲିଂ କରିବାକୁ ଆସିଥିଲେ ଏବଂ ପନ୍ତ ତାଙ୍କ ପ୍ରଥମ ବଲରେ ରିଭର୍ସ ସୁଇପ ଶର୍ଟ ଖେଳି ଚୌକା ମାରିଥିଲେ। ଆଉ ଭାରତକୁ ବିଜୟ କରାଇଥିଲେ। 

କାହିଁକି ଶେଷ ବଲରେ ବାଉଣ୍ଡରୀ ମାରିଲେନି ରିଷଭ :

ଏହି ବିଜୟ ପରେ ପ୍ରଶଂସକମାନେ ଅନେକ ଟ୍ୱିଟ୍ ସେୟାର କରିଥିଲେ, ଯେଉଁଥିରେ କିଛି ଲୋକ ଲେଖିଥିଲେ ଯେ ଜୋ ରୁଟ୍ ମଧ୍ୟ ରିଭର୍ସ ସ୍ୱିପ୍ ଦ୍ୱାରା ଏଜବାଷ୍ଟନ୍ ଟେଷ୍ଟ ନିଜ ଟିମକୁ ଜିତାଇଥିଲେ, ସେହି କାରଣରୁ ପନ୍ତ ମଧ୍ୟ ସମାନ ଢଙ୍ଗରେ ମଞ୍ଚେଷ୍ଟର ODI ସିରିଜ୍ ଜିତାଇଲେ।

tweet

ଅନ୍ୟ ଜଣେ ୟୁଜର୍ ଲେଖିଛନ୍ତି ଯେ, ଟେଷ୍ଟ ମ୍ୟାଚ ସମୟରେ ରୁଟଙ୍କ ବଲରେ ରିଭର୍ସ ସ୍ୱାଇପ୍ ମାରିବା କାରଣରୁ ପନ୍ତ ଆଉଟ୍ ହୋଇଥିଲେ ବୋଧହୁଏ ଏହି କାରଣରୁ ପନ୍ତ ପୁଣି ଥରେ ଜୋ ରୁଟଙ୍କ ବଲରେ ସମାନ ସଟ୍ ମାରି ତାଙ୍କ ଦଳକୁ ଜିତାଇଲେ। ସୂଚନାଯୋଗ୍ୟ ଯେ,ଏହି ମ୍ୟାଚରେ ପନ୍ତ 113 ବଲରେ 125 ରନ୍ ସଂଗ୍ରହ କରିଥିଲେ ଏବଂ ଏହି ସମୟରେ ସେ 16 ଟି ଚୌକା ଓ ଦୁଇଟି ଛକା ମାରିଥିଲେ। 

News Hub