IND vs NED: "ସନ୍ୟାସ କଣ ପାଇଁ ନେଉ ନାହାନ୍ତି" ନେଦରଲ୍ୟାଣ୍ଡ ବିପକ୍ଷରେ ଏହି ଖେଳାଳିଙ୍କ ଉପରେ ରାଗିଲେ ଦର୍ଶକ

  1. Home
  2. Cricket News

IND vs NED: "ସନ୍ୟାସ କଣ ପାଇଁ ନେଉ ନାହାନ୍ତି" ନେଦରଲ୍ୟାଣ୍ଡ ବିପକ୍ଷରେ ଏହି ଖେଳାଳିଙ୍କ ଉପରେ ରାଗିଲେ ଦର୍ଶକ

k l rahul trolled by fans


କ୍ରିକେଟ ଖବର : ଟିମ୍ ଇଣ୍ଡିଆ ଆଜି ନେଦରଲ୍ୟାଣ୍ଡକୁ 56 ରନରେ ହରାଇଛି। ଟି -20 ବିଶ୍ୱକପ୍ 2022 ର ଦ୍ୱିତୀୟ ମ୍ୟାଚ୍ ନେଦରଲ୍ୟାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆ ଖେଳିଥିଲା। ଏହି ମ୍ୟାଚ୍ ସିଡନୀରେ ଥିବା ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ପାକିସ୍ତାନକୁ ପରାସ୍ତ କରିବା ପରେ ଭାରତୀୟ ଦଳ ମଧ୍ୟ ଏହି ମ୍ୟାଚ ବି ଜିତିଛି।

k l rahul drs not out

ଟସ୍ ଜିତିବା ପରେ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ସମୟରେ କେ.ଏଲ୍ ରାହୁଲ ପୁଣି ଥରେ ଓପେନିଂ କରିବାକୁ ମଇଦାନକୁ ଓହ୍ଲେଇଥିଲେ। ତାଙ୍କର ଫ୍ଲପ୍ ଇନିଂସ ଦେଖି ପ୍ରଶଂସକମାନେ ଅତ୍ୟନ୍ତ ନିରାଶ ହୋଇଥିଲେ, ଯେଉଁଥିପାଇଁ ତାଙ୍କୁ ସୋସିଆଲ ମିଡ଼ିଆରେ ଟ୍ରୋଲ୍  କରାଯାଉଛି।

ଲୋକେଶ ରାହୁଲ୍ 12 ଟି ବଲରେ ଗୋଟିଏ ଚୌକା ସହ 9 ରନ କରି LBW ହୋଇ ପାଭିଲିୟନକୁ ଆଉଟ୍ ହୋଇ ଯାଇଥିଲେ। ତେବେ ରାହୁଲଙ୍କର ଏହି ଖରପ ପ୍ରଦର୍ଶନକୁ ଦେଖି ସୋସିଆଲ ମିଡ଼ିଆରେ ତାଙ୍କୁ ଜବରଦସ୍ତ ଟ୍ରୋଲ୍ କରାଯାଉଛି।