ENG vs IND: ସୂର୍ଯ୍ୟ କୁମାର ଯାଦବ ନାମରେ ହେଲା ବଡ଼ ରେକର୍ଡ କିନ୍ତୁ ହର୍ଷଲ-ଉମ୍ରାନ୍ ତିଆରି କଲେ ଏହି ଲଜ୍ଜାଜନକ ରେକର୍ଡ

  1. Home
  2. Cricket News

ENG vs IND: ସୂର୍ଯ୍ୟ କୁମାର ଯାଦବ ନାମରେ ହେଲା ବଡ଼ ରେକର୍ଡ କିନ୍ତୁ ହର୍ଷଲ-ଉମ୍ରାନ୍ ତିଆରି କଲେ ଏହି ଲଜ୍ଜାଜନକ ରେକର୍ଡ

Match record


କ୍ରିକେଟ ଖବର : ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜର ଶେଷ ମ୍ୟାଚ୍ ଜୁଲାଇ ୧୦ ରେ ଖେଳାଯାଇଥିଲା। ନାଟିଂଧମର ଟ୍ରେଣ୍ଟ ବ୍ରିଜ ଷ୍ଟାଡିୟମରେ ଦୁଇ ଦଳ ମୁହାଁମୁହିଁ ହୋଇଥିଲେ। ଇଂଲଣ୍ଡ ଅଧିନାୟକ ଜୋସ୍ ବଟଲର୍ ଟସ୍ ଜିତିବା ପରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଯାହା ଫଳରେ ତାଙ୍କ ଦଳ ୨୧୫ ରନ୍ ସ୍କୋର କରିଥିଲା। ତେବେ ଭାରତ ୨୧୬ ରନର ଲକ୍ଷ୍ୟ ହାସଲ କରିବାକୁ ମଇଦାନକୁ ଓହ୍ଲାଇ ୧୯୮ ରନ କରିବାରେ ସଫଳ ହୋଇଥିଲା। କିନ୍ତୁ ସୂର୍ଯ୍ୟକୁମାର ଯାଦବ ବିସ୍ଫୋରକ୍ ପାଳି ଖେଳିଥିଲେ। 

ଯାଦବ ଭାରତ ପକ୍ଷରୁ ଏକ ଶତକୀୟ ପାରି ଖେଳିଥିଲେ। ଯେଉଁଥିପାଇଁ ଟିମ୍ ଇଣ୍ଡିଆ ୧୯୮ ରନ୍ ସଂଗ୍ରହ କରି ମ୍ୟାଚକୁ ୧୭ ରନରେ ହାରିଥିଲା। ଦୁଇ ଦଳ ମଧ୍ୟରେ ହୋଇଥିବା ଏହି ମ୍ୟାଚରେ ଅନେକ ରେକର୍ଡ ସୃଷ୍ଟି ହୋଇଛି। ଚାଲନ୍ତୁ ସେଗୁଡ଼ିକ ଉପରେ ନଜର ପକାଇବା  ।

ସୃଷ୍ଟି ହୋଇଛି ଏହି ସବୁ ରେକର୍ଡ : 

୧) ଭାରତ ପାଇଁ ୪ ନମ୍ବର ତଥା ତାଠାରୁ କମ ସ୍ଥାନରେ ବ୍ୟାଟିଂ କରି ଶତକ ହାସଲ କରିଥିବା ଦ୍ଵିତୀୟ ବ୍ୟାଟ୍ସମ୍ୟାନ ହେଉଛନ୍ତି ସୂର୍ଯ୍ୟକୁମାର ଯାଦବ। 

୨) ଭାରତ ପାଇଁ ସର୍ବୋଚ୍ଚ ବ୍ୟକ୍ତିଗତ ଟି-୨୦ ସ୍କୋର ହାସଲ କରିଛନ୍ତି ସୂର୍ଯ୍ୟକୁମାର। ତେବେ ଏହି ରେକର୍ଡରେ ପ୍ରଥମ ସ୍ଥାନରେ ୧୧୮ ରନ କରି ରୋହିତ ରହିଥିବା ବେଳେ, ଦ୍ଵିତୀୟ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ରହିଛନ୍ତି। 

surya

୩) ଯାଦବଙ୍କ ଦ୍ୱାରା ହୋଇଥିବା ସ୍କୋର ୧୧୭ ରନ୍ ହେଉଛି ଏକ ପୂର୍ଣ୍ଣ ସଦସ୍ୟ ରାଷ୍ଟ୍ରର ଏକ ଦଳ ପାଇଁ ୪ ନମ୍ବର ଏବଂ ତଦୁର୍ଦ୍ଧ୍ୱ ବ୍ୟାଟିଂ କରୁଥିବା ଖେଳାଳିଙ୍କ ଦ୍ୱାରା ସର୍ବାଧିକ ରନ୍ । ଏହି ପରିପ୍ରେକ୍ଷୀରେ ସେ ୨୦୧୯ ରେ ଭାରତ ବିପକ୍ଷରେ ୧୧୩ ରନ୍ ସ୍କୋର କରିଥିବା ଗ୍ଲେନ୍ ମ୍ୟାକ୍ସୱେଲଙ୍କୁ ପଛରେ ପକାଇ ଦେଇଛନ୍ତି ।

୪) ଅଧିନାୟକ ଭାବରେ କ୍ରମାଗତ ଭାବରେ ଅଧିକାଂଶ ମ୍ୟାଚ୍ ଜିତିଛନ୍ତି ରିକି ପଣ୍ଟିଂ। ସେ ସର୍ବାଧିକ ୨୦ ଟି ମ୍ୟାଚ୍ ଲଗାତାର ଜିତିଛନ୍ତି। ଆଉ ରୋହିତ ମଧ୍ୟ ୧୯ଟି ମ୍ୟାଚ ଲଗାତାର ବିଜୟୀ ହୋଇ ସାରିଲେଣି।

୫) କେ.ଏଲ୍ ରାହୁଲ ବନାମ ୱେଷ୍ଟଇଣ୍ଡିଜ୍ ,  କେ.ଏଲ୍ ରାହୁଲ ବନାମ ଇଂଲଣ୍ଡ , ରୋହିତ ଶର୍ମା ବନାମ ଇଂଲଣ୍ଡ, ସୂର୍ଯ୍ୟକୁମାର ଯାଦବ ବନାମ ଇଂଲଣ୍ଡ । ଏହି ଖେଳାଳିମାନେ ହିଁ ଭାରତ ପାଇଁ ଟି-୨୦ ଫର୍ମାଟରେ ଶତକ ମାରିଛନ୍ତି। 

୬) ଗୋଟିଏ ଟି-୨୦ ମ୍ୟାଚରେ ଭାରତୀୟ ବୋଲରଙ୍କ ଦ୍ୱାରା ଅଧିକ ରନ୍ ବ୍ୟୟ ହୋଇଛି। ୫୭ ରନ - ଜୋଗିନ୍ଦର ବନାମ ଇଂଲଣ୍ଡ , ୫୬ ରନ - ଉମ୍ରାନ୍ ମଲିକ ବନାମ ଇଂଲଣ୍ଡ,  ୫୬ - ଦୀପକ ବନାମ ୱେଷ୍ଟଇଣ୍ଡିଜ୍ , ୫୫ - କୁନାଲ ବନାମ ଅଷ୍ଟ୍ରେଲିଆ ଦ୍ୱାରା ସର୍ବାଧିକ ରନ୍ ବ୍ୟୟ କରିଥିବା ଖେଳାଳି। 

୭) ଟି-୨୦ ମ୍ୟାଚ୍ ରେ ହର୍ଷଲ ପଟେଲଙ୍କ ବୋଲିଂରେ ୨୪ ଟି ଛକା ବିପକ୍ଷ ଦଳ ମାରିଛନ୍ତି। ଯାହା ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ। 

୮) ଟି-୨୦ ସିରିଜରେ ବିରାଟ କୋହଲିଙ୍କ ଦ୍ୱାରା ସର୍ବନିମ୍ନ ରନ୍। ୯ ରନ୍ ବନାମ ଆୟର୍ଲାଣ୍ଡ (୨୦୧୮), ୧୨ ରନ୍ ବନାମ ଇଂଲଣ୍ଡ (୨୦୨୨)।