T20 ବିଶ୍ୱକପ ରେ ଦିନେଶ କାର୍ତ୍ତିକ ଖେଳିବେ କି ନାହିଁ ? ଭୁବନେଶ୍ୱର କୁମାର ଦେଲେ ଅପଡେଟ୍, କଲେ ବଡ଼ ଖୁଲାସା

  1. Home
  2. Cricket News

T20 ବିଶ୍ୱକପ ରେ ଦିନେଶ କାର୍ତ୍ତିକ ଖେଳିବେ କି ନାହିଁ ? ଭୁବନେଶ୍ୱର କୁମାର ଦେଲେ ଅପଡେଟ୍, କଲେ ବଡ଼ ଖୁଲାସା


କ୍ରିକେଟ ଖବର : ରବିବାର ଦିନ ପର୍ଥରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି -20 ବିଶ୍ୱକପ ମ୍ୟାଚ୍ ସମୟରେ ଭାରତୀୟ ଦଳର ସର୍ବ ପୁରାତନ ଖେଳାଳି ଦୀନେଶ କାର୍ତ୍ତିକଙ୍କ ପିଠିରେ ଆଘାତ ଲାଗିଛି। ସେ ଆଡିଲେଡରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ଖେଳିବେ କି ନାହିଁ ତାହା ସନ୍ଦେହ ଘେରରେ ରହିଛି। କାର୍ତ୍ତିକ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ବ୍ୟାଟିଂ କରି ଭଲ ପ୍ରଦର୍ଶନ କରିପାରିନାହାଁନ୍ତି ଏବଂ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ 15 ଟି ବଲରେ ମାତ୍ର 6 ରନ୍ ସଂଗ୍ରହ କରିଥିଲେ।

karthik injured

ଦକ୍ଷିଣ ଆଫ୍ରିକା ଇନିଂସର 15 ଓଭର ପରେ କାର୍ତ୍ତିକ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖିବାକୁ ମିଳିଥିଲା।  ସେ ତାଙ୍କ ପିଠିକୁ ଧରି ଆଣ୍ଠୁମାଡି ତଳେ ପଡ଼ିଲେ।  ଫିଜିଓ ତୁରନ୍ତ ତାଙ୍କ ପାଖରେ ପହଂଚିଲେ ଏବଂ କିଛି ସମୟ ପରେ କାର୍ତ୍ତିକ ତାଙ୍କ ସହିତ ପ୍ୟାଭିଲିୟନକୁ ଫେରିଥିଲେ। 

ତେବେ ପରେ ଦଳର ସିନିୟର ବୋଲର୍ ଭୁବନେଶ୍ୱର କୁମାର କହିଛନ୍ତି:

karthik injured and pant keeping

“କାର୍ତ୍ତିକଙ୍କ ପିଠିରେ  ଆଘାତ ଲାଗିଛି। ଫିଜିଓର ରିପୋର୍ଟ ପାଇବା ପରେ ହିଁ ଏ ବିଷୟରେ କିଛି ସ୍ପଷ୍ଟ କୁହାଯାଇପାରେ।" ନଭେମ୍ବର 2 ତାରିଖ ଦିନ ଆଡିଲେଡରେ ବାଂଲାଦେଶ ବିପକ୍ଷରେ ଭାରତକୁ ପରବର୍ତ୍ତୀ ମ୍ୟାଚ୍ ଖେଳିବାକୁ ପଡିବ ଏବଂ ଏଭଳି ପରିସ୍ଥିତିରେ କାର୍ତ୍ତିକଙ୍କୁ ଫିଟ୍ ହେବାକୁ ବହୁତ କମ୍ ସମୟ ଅଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଶେଷ ପାଞ୍ଚ ଓଭରରେ ରିଷଭ ପନ୍ତ କାର୍ତ୍ତିକଙ୍କ ସ୍ଥାନରେ ୱିକେଟ୍ କିପିଙ୍ଗ କରିଥିଲେ।

News Hub