ICC Ranking: ଦିନେଶ କାର୍ତ୍ତିକଙ୍କ ବଡ ଉପଲବ୍ଧି, ସିଧା 108 ନମ୍ବର ଉପରକୁ ଉଠି ପହଁଚିଲେ ଏହି ରେଙ୍କ ରେ
କ୍ରିକେଟ ଖବର : ଟିମ ଇଣ୍ଡିଆର ୱିକେଟ କିପର ବ୍ୟାଟ୍ସମ୍ୟାନ ଦିନେଶ କାର୍ତ୍ତିକ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି। ସାଉଥ ଆଫ୍ରିକା ବିପକ୍ଷରେ ୫ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ବିସ୍ଫୋରକ ବ୍ୟାଟିଂ କରି DK ଆଇସିସି ଟି-୨୦ ର୍ୟାଙ୍କିଙ୍ଗରେ ୧୦୮ ସ୍ଥାନ ଉପରକୁ ଉଠିଛନ୍ତି। ସେ ଆଇସିିସି ଟି-୨୦ ର୍ୟାଙ୍କିଙ୍ଗର ୮୭ ସ୍ଥାନକୁ ପହଁଚିଛନ୍ତି।
ତିନିବର୍ଷ ପରେ ଦିନେଶ ଇଣ୍ଟରନ୍ୟାସନାଲ୍ କ୍ରିକେଟକୁ ଫେରିଛନ୍ତି। ଆଉ ବର୍ତ୍ତମାନ ଦଳକୁ ଫେରୁଫେରୁ ଦିନେଶ ନିଜର ବିସ୍ଫୋରକ୍ ଖେଳ ଦେଖାଇବା ଆରମ୍ଭ କରିଛନ୍ତି।
ଦିନେଶ କାର୍ତିକ ଆଇପିଏଲ ୨୦୨୨ ପରେ ଭଲ ଫର୍ମରେ ଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗୋଲର ପାଇଁ ବହୁତ ମ୍ୟାଚ ଜିତାଇଥିଲେ ସେ। ସେ ସାଉଥଆଫ୍ରିକା ବିପକ୍ଷ ୪ର୍ଥ ଟି-୨୦ରେ ୨୭ ବଲରେ ୫୫ରନ କରିଥିଲେ ଏବଂ ସେ ପ୍ଲେୟାର ଅଫ ଦ ମ୍ୟାଚର ଟାଇଟଲ ମଧ୍ୟ ଜିତିଥିଲେ।