ଏତେ ବର୍ଷ ପରେ ଦିନେଶ କାର୍ତ୍ତିକ ଭାଙ୍ଗିଲେ ଧୋନିଙ୍କ ଦୁଇ ଦୁଇଟି ରେକର୍ଡ, ଆଜି ପର୍ଯ୍ୟନ୍ତ କେହି ବି ଭାଙ୍ଗି ନ ଥିଲେ ଏହି ରେକର୍ଡ

  1. Home
  2. Cricket News

ଏତେ ବର୍ଷ ପରେ ଦିନେଶ କାର୍ତ୍ତିକ ଭାଙ୍ଗିଲେ ଧୋନିଙ୍କ ଦୁଇ ଦୁଇଟି ରେକର୍ଡ, ଆଜି ପର୍ଯ୍ୟନ୍ତ କେହି ବି ଭାଙ୍ଗି ନ ଥିଲେ ଏହି ରେକର୍ଡ

karthik_dhoni


କ୍ରିକେଟ ଖବର : ଦୀନେଶ କାର୍ତ୍ତିକ ବର୍ତ୍ତମାନ ଟିମ୍ ଇଣ୍ଡିଆର ସୁପରଷ୍ଟାର୍ ଫିନିସର୍ ହୋଇଛନ୍ତି।  ଆଇପିଏଲ୍ 2022 ରେ ଦମଦାର୍ ବ୍ୟାଟିଂ କରି ସମସ୍ତଙ୍କର ନଜରକୁ ଆସିଛନ୍ତି। ବର୍ତ୍ତମାନ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ନିଜର ଉତ୍କୃଷ୍ଟ ଖେଳ ପ୍ରଦର୍ଶନ ଦେଖାଇଛନ୍ତି। ରାଜକୋଟରେ ଖେଳାଯାଇଥିବା ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଚତୁର୍ଥ ମ୍ୟାଚ ଭାରତ ଜିତିଛି। ଯାହା ସହିତ ସିରିଜ୍ ବର୍ତ୍ତମାନ 2-2 ରେ ପହଞ୍ଚିଛି। 

ଏହି ମ୍ୟାଚରେ ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଭାରତ 169 ରନ୍ ସଂଗ୍ରହ କରିଥିଲା।  ଏହାର ଜବାବରେ ଦକ୍ଷିଣ ଆଫ୍ରିକା ଦଳ ମାତ୍ର 87 ରନ୍ ସ୍କୋର କରି ଅଲଆଉଟ୍ ହୋଇଯାଇଥିଲା। ଦୀନେଶ କାର୍ତ୍ତିକ  ଏହି ମ୍ୟାଚର ହିରୋ ହୋଇଥିଲେ। ସେ ଟିମ୍ ଇଣ୍ଡିଆ  ପାଇଁ 27 ବଲରେ ସର୍ବାଧିକ 55 ରନ୍ ସଂଗ୍ରହ କରିଥିଲେ। ଅନ୍ୟପକ୍ଷରେ ବୋଲିଂରେ ଆବେଶ ଖାନ ଚାରିଟି ୱିକେଟ୍ ନେଇଥିଲେ।

ଗତକାଲି ମ୍ୟାଚ୍ ଜିତାଇବା ପରେ ଟିମ୍ ଇଣ୍ଡିଆର ଫିନିସର୍ କାର୍ତ୍ତିକ କେତୋଟି ରେକର୍ଡ କରିଛନ୍ତି। DK ତାଙ୍କର ଏହି ବିସ୍ଫୋରକ୍ ଇନିଂସରେ ପୂର୍ବତନ ଭାରତର ଫିନିସର ତଥା ଅଧିନାୟକ ଏମଏସ ଧୋନିଙ୍କ ଦୁଇଟି ରେକର୍ଡ ଭାଙ୍ଗିଛନ୍ତି।

ଆସନ୍ତୁ ଜାଣିବା କାର୍ତ୍ତିକଙ୍କ ରେକର୍ଡଗୁଡିକ ବିଷୟରେ:

1) ଦୀନେଶ କାର୍ତ୍ତିକ ଅନ୍ତର୍ଜାତୀୟ ଟି -20 କ୍ରିକେଟରେ ଅର୍ଦ୍ଧଶତକ ହାସଲ କରିବାରେ ସର୍ବବୟଜେଷ୍ଠ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ସେ 37 ବର୍ଷ 16 ଦିନ ବୟସରେ ଭାରତ ପାଇଁ ଅର୍ଦ୍ଧଶତକ ହାସଲ କରିଛନ୍ତି।ଏହାପୂର୍ବରୁ ଏହି ରେକର୍ଡ ମହେନ୍ଦ୍ର ସିଂ ଧୋନିଙ୍କ ନାମରେ ଥିଲା।  ଯିଏ 2018 ମସିହାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଧୋନି ସେତେବେଳେ 36 ବର୍ଷ 229 ଦିନ ବୟସରେ ଥିଲେ। 

dinesh-karthik-ind-vs-sa-2nd-t20

2) ଷଷ୍ଠ କିମ୍ବା ତଦୁର୍ଦ୍ଧ୍ୱ ସ୍ଥାନରେ ଖେଳି ଭାରତ ପାଇଁ ଅନ୍ତର୍ଜାତୀୟ ଟି -20 ରେ ଦୀନେଶ କାର୍ତ୍ତିକ ସର୍ବାଧିକ ରନ୍ ସ୍କୋରର ହୋଇଛନ୍ତି।  ତାଙ୍କର 55 ରନ୍ ସ୍କୋର ଏହି କ୍ରମରେ ସର୍ବାଧିକ ହୋଇଛି। ତାଙ୍କ ପୂର୍ବରୁ ଏହି ସର୍ବାଧିକ ସ୍କୋର ରେକର୍ଡ ଏମଏସ ଧୋନିଙ୍କ ନାମରେ ଥିଲା। ଧୋନି ମଧ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷରେ 2018 ମସିହାରେ ଏହି ସ୍ଥାନରେ ଖେଳି 52 ରନ୍ ସ୍କୋର କରିଥିଲେ।