ବଡ଼ ବୟାନ ଦେଲେ ସୁନୀଲ ଗାଭାସ୍କର, କହିଲେ ଏହି ଖେଳାଳିଙ୍କ କ୍ୟାରିୟର ଫିନିଶ୍ ! କେବେ ମଧ୍ୟ ମିଳିବ ନାହିଁ ଦଳରେ ସ୍ଥାନ

  1. Home
  2. Cricket News

ବଡ଼ ବୟାନ ଦେଲେ ସୁନୀଲ ଗାଭାସ୍କର, କହିଲେ ଏହି ଖେଳାଳିଙ୍କ କ୍ୟାରିୟର ଫିନିଶ୍ ! କେବେ ମଧ୍ୟ ମିଳିବ ନାହିଁ ଦଳରେ ସ୍ଥାନ

Sunil-Gavaskar-on-sikhar-dhwan


କ୍ରିକେଟ ଖବର : ଚଳିତ ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା T20 ବିଶ୍ୱକପ ପାଇଁ ସମସ୍ତ ରାଷ୍ଟ୍ରୀୟ ଦଳ ପ୍ରସ୍ତୁତ ହେଉଛନ୍ତି । ଏହି ପର୍ଯ୍ୟାୟରେ, ଭାରତୀୟ ଦଳ ପରିଚାଳନା ମଧ୍ୟ ଅନେକ ଯୁବ ଖେଳାଳିଙ୍କୁ ସୁଯୋଗ ଦେଉଛି। କିନ୍ତୁ ଏ ଭିତରେ T20 କ୍ୟାରିୟରରେ ମୋଟ 9253 ରନ୍ ସ୍କୋର କରିଥିବା ଟିମ୍ ଇଣ୍ଡିଆର ଗବ୍ବର ଶିଖର ଧାୱନଙ୍କୁ ଦେଶ ପାଇଁ ଖେଳିବାର ସୁଯୋଗ ଦିଆଯାଉନାହିଁ । ସେ ଆଇପିଏଲ 2022 ସିଜନରେ ଧମାଲ ମଚାଇବା ସତ୍ୱେ ମଧ୍ୟ ସୁଯୋଗ ପାଉନାହାନ୍ତି।ପୂର୍ବତନ ଭାରତୀୟ ଖେଳାଳି ସୁନୀଲ ଗାଭାସ୍କର, 36 ବର୍ଷ ବୟସ୍କ ଧାୱନଙ୍କ ଉପରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି । 

ଧାୱନଙ୍କ ବିଷୟରେ କଣ କହିଲେ ଗାଭାସ୍କର : 

ଗାଭାସ୍କର ବିଶ୍ୱାସ କରନ୍ତି ଯେ ବର୍ତ୍ତମାନ ଧାୱନ ଭାରତୀୟ ଦଳ ପରିଚାଳନା ରଣନୀତିରେ ଫିଟ୍ ନୁହଁନ୍ତି, ଯେଉଁଥିପାଇଁ ବର୍ତ୍ତମାନ ତାଙ୍କୁ ଦଳକୁ ଫେରିବା ପାଇଁ କଷ୍ଟସାଧ୍ୟ ବ୍ୟାପାର। ଏକ ଷ୍ଟାର୍ ସ୍ପୋର୍ଟସ୍ କାର୍ଯ୍ୟକ୍ରମରେ ସୁନୀଲ ଗାଭାସ୍କର କହିଛନ୍ତି ଯେ,  ନା, ମତେ ଲାଗୁନାହିଁ କି ଧାୱନଙ୍କୁ ଚୟନକର୍ତାମାନେ T20 ୱାଲର୍ଡ କପ ରେ ରଖିବାକୁ ଚାହିଁବେ ।

shikhar dhawan

ଯଦି ସେ ଦଳର ରଣନୀତିରେ ଜଡିତ ଥାଆନ୍ତି, ତେବେ ସେ ନିଶ୍ଚିତ ଭାବରେ ଆୟର୍ଲାଣ୍ଡ ବିପକ୍ଷରେ ମନୋନୀତ ହୋଇଥାନ୍ତେ। ଗାଭାସ୍କର ଆହୁରି କହିଛନ୍ତି, କାରଣ ଅନେକ ଖେଳାଳି ଇଂଲଣ୍ଡ ଯାଇଛନ୍ତି, ଯଦି ଚୟନକର୍ତ୍ତାମାନେ ଧାୱନଙ୍କ ବିଷୟରେ କିଛି ଯୋଜନା କରୁଛନ୍ତି ତେବେ ସେ ମଧ୍ୟ ଏହି ଦଳରେ ରହିଥାନ୍ତେ। 

IPL 2022 ରେ ବିସ୍ଫୋରକ୍ ପାଳି ଖେଳିଥିଲେ ଗବ୍ବର : 

ସୂଚନାଯୋଗ୍ୟ ଯେ, ଗତ ଆଇପିଏଲ ସିଜନ 2022 ରେ ପଞ୍ଜାବ କିଙ୍ଗ୍ସ ପାଇଁ ଖେଳୁଥିବାବେଳେ ଶିଖର ଧାୱନ 14 ଟି ମ୍ୟାଚରେ 460 ରନ ସ୍କୋର କରିଥିଲେ । କେବଳ ଏତିକି ନୁହେଁ, 2016 ଆଇପିଏଲରୁ 2022 ଆଇପିଏଲ  ପର୍ଯ୍ୟନ୍ତ ସେ ଲଗାତାର ଚାରି ବର୍ଷରେ 400 କିମ୍ବା ତାହାଠାରୁ ଅଧିକ ରନ୍ ସ୍କୋର କରିଛନ୍ତି ।