ପ୍ରଥମ 3 ଟି ମ୍ୟାଚରେ 22 ରନ୍ ସ୍କୋର କରିଥିବା ଏହି ଖେଳାଳିଙ୍କ ସମର୍ଥନ ରେ ଆସିଲେ ରାହୁଲ ଦ୍ରାବିଡ, କହିଲେ ବିଶ୍ୱକପ ପାଇଁ ଜରୁରୀ ସେ..

  1. Home
  2. Cricket News

ପ୍ରଥମ 3 ଟି ମ୍ୟାଚରେ 22 ରନ୍ ସ୍କୋର କରିଥିବା ଏହି ଖେଳାଳିଙ୍କ ସମର୍ଥନ ରେ ଆସିଲେ ରାହୁଲ ଦ୍ରାବିଡ, କହିଲେ ବିଶ୍ୱକପ ପାଇଁ ଜରୁରୀ ସେ..

rahul dravid said about k l rahul


କ୍ରିକେଟ ଖବର : ବାଂଲାଦେଶ ବିପକ୍ଷରେ ଅର୍ଧ ଶତକ କରିଲେ ସତ କିନ୍ତୁ ହେଲେ ମଧ୍ୟ ଅଫ୍ ଫର୍ମରେ ଅଛନ୍ତି ଓପନର୍ କେ.ଏଲ୍ ରାହୁଲ। ବର୍ତ୍ତମାନର ଟି-20 ବିଶ୍ୱକପ୍‌ରେ ଏକ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି ସେ। କିନ୍ତୁ ଏହି ପରିସ୍ଥିତିରେ ସେ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ ସମର୍ଥନ ପାଇଛନ୍ତି, ରାହୁଲଙ୍କ ବିଷୟରେ ଚିନ୍ତା କରିବାର କିଛି ନାହିଁ ବୋଲି କୋଚ୍ ରାହୁଲ୍ ଦ୍ରାବିଡ଼ କହିଛନ୍ତି। 

k l rahul vs ban

ଏହି ବିଶ୍ୱକପ୍‌ରେ ସୁପର 12 ର ତିନୋଟି ମ୍ୟାଚରେ ରାହୁଲ 4, 9 ଏବଂ 9 ରନ୍ (ମୋଟ 22) ସ୍କୋର କରିଛନ୍ତି। କିନ୍ତୁ ବୁଧବାର ବାଂଲାଦେଶ ବିପକ୍ଷ ଚତୁର୍ଥ ମ୍ୟାଚରେ ଲୋକେଶ ରାହୁଲ୍ 32 ଟି ବଲରେ 50 ରନ କରିଥିଲେ। ସେ ତାଙ୍କ ଇନିଂସରେ 4 ଟି ବିଶାଳକାୟ ଛକା ଆଉ 3 ଟି ଚୌକା ମାରି ତାଙ୍କୁ ଟ୍ରୋଲ୍ କରୁଥିବା ଲୋକଙ୍କ ମୁହଁ ବନ୍ଦ କରିଦେଇଛନ୍ତି। 

ଦଳ ପରିଚାଳନା ରାହୁଲଙ୍କୁ ସମ୍ପୂର୍ଣ୍ଣ ରୂପେ ସମର୍ଥନ କରେ ଏବଂ ତାଙ୍କର ପ୍ରଥମ ପସନ୍ଦ ଓପନରଙ୍କ ଫର୍ମ ବିଷୟରେ ଚିନ୍ତା କରିବାର କିଛି ନାହିଁ ବୋଲି ମଙ୍ଗଳବାର ଦିନ ବାଂଲାଦେଶ ବିପକ୍ଷ ମ୍ୟାଚ୍ ପୂର୍ବରୁ ଦ୍ରାବିଡ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ଆଉ ବୁଧବାର ଦିନ ଲୋକେଶ ରାହୁଲ୍ କୋଚ୍ ରାହୁଲ୍ ଦ୍ରାବିଡ଼ଙ୍କ ବିଶ୍ଵାସକୁ ଜାଗ୍ରତ କରିଛନ୍ତି। ଆଉ ଏହି କଥାକୁ ସତ୍ୟ ପ୍ରମାଣ କରିଛନ୍ତି। 

dravid's big plan before t20 world cup 2022

ଦ୍ରାବିଡ ଆହୁରି ବି କହିଛନ୍ତି, "ଏହି କଷ୍ଟଦାୟକ ପରିସ୍ଥିତିରେ ଆମେ ତାଙ୍କୁ ଟିକିଏ ଅଧିକ ସହ୍ୟ କରିପାରିବା। ଯେପରି ମୁଁ କହିଥିଲି ଯେ ଆମେ ତାଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରୁଛୁ। ଆମେ ଜାଣୁ ସେ କିଛି ସପ୍ତାହ ପୂର୍ବରୁ ଅଷ୍ଟ୍ରେଲିଆରେ ଯେପରି ଚାଲିଲେ ସେପରି ପ୍ରଭାବ ପକାଇ ପାରିବେ।