କାହିଁକି ସୂର୍ୟ୍ୟକୁମାର ଯାଦବଙ୍କ ଦ୍ୱାରା ଓପନିଙ୍ଗ କରାଉଛି ଟିମ୍? ଭୁବନେଶ୍ୱର କୁମାର ଏହି ପ୍ରଶ୍ନ ର ଦେଲେ ଉତ୍ତର

  1. Home
  2. Cricket News

କାହିଁକି ସୂର୍ୟ୍ୟକୁମାର ଯାଦବଙ୍କ ଦ୍ୱାରା ଓପନିଙ୍ଗ କରାଉଛି ଟିମ୍? ଭୁବନେଶ୍ୱର କୁମାର ଏହି ପ୍ରଶ୍ନ ର ଦେଲେ ଉତ୍ତର

bhuvneswar kumar statement on surya


କ୍ରିକେଟ୍ ଖବର : ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ଟି-ଟ୍ୱେଣ୍ଟି ସିରିଜରେ ଟିମ୍ ଇଣ୍ଡିଆ ୨-୧ରେ ଆଗୁଆ ରହିଛି। ବର୍ତ୍ତମାନ ଭାରତୀୟ ଦଳର ବରିଷ୍ଠ ପେସର୍ ଭୁବନେଶ୍ୱର କୁମାର କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଭୁଭି ପ୍ରଥମେ ସୁର୍ୟ୍ୟକୁମାର ଯାଦବଙ୍କ ସହ ଇନିଂସ ଆରମ୍ଭ କରିବାର ନିଷ୍ପତ୍ତି ନେଇ ମତ ଦେଇଛନ୍ତି। ଏହା ସହିତ ସେ ଅର୍ଶଦୀପ ସିଂଙ୍କ ବିଷୟରେ ମଧ୍ୟ ନିଜର ଚିନ୍ତାଧାରା ରଖିଥିଲେ।

ଭୁବନେଶ୍ୱର କୁମାର କହିଛନ୍ତି:

bhuvneswar kumar

ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏବଂ କୋଚ୍ ରାହୁଲ ଦ୍ରାବିଡ଼ ଏମିତି ହିଁ ସୂର୍ୟ୍ୟକୁମାରଙ୍କ ସହ ଇନିଂସ ଆରମ୍ଭ କରିନାହାଁନ୍ତି। ଏହା ପଛରେ ଏକ ଗଭୀର ଚିନ୍ତା ଅଛି। ତେବେ ଦ୍ୱିତୀୟ ଟି -୨୦ ପୂର୍ବରୁ ଭବନେଶ୍ୱର କୁମାରଙ୍କୁ ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀରେ ପଚରାଯାଇଥିଲା ଯେ ସୂର୍ୟ୍ୟକୁମାର ଯାଦବଙ୍କୁ ଇନିଂସ ଖୋଲିବା ପଛରେ ଦଳର ଚିନ୍ତାଧାରା କ’ଣ? 

ପ୍ରଶ୍ନର ଉତ୍ତର ଦେଇ ଭୂବନେଶ୍ୱର କୁମାର କହିଛନ୍ତି:

ମୁଁ ପ୍ରକୃତରେ ଜାଣି ନାହିଁ କିନ୍ତୁ ହଁ ଏହା ନିଶ୍ଚିତ ଭାବରେ ଜାଣିଛି ଯେ କିଛି ଚିନ୍ତା ରହିଛି ବୋଲି। ମୁଁ ନିଶ୍ଚିତ ଯେ ଅଧିନାୟକ ଏବଂ କୋଚ ଏଥିରେ କିଛି ଜାଣିବାକୁ ଚେଷ୍ଟା କରୁଛନ୍ତି। ଯଦିଓ ଏହା ପଛରେ କାରଣ କ’ଣ ମୁଁ ଜାଣେ ନାହିଁ, କିନ୍ତୁ ହଁ ମୁଁ ନିଶ୍ଚିତ ଯେ ଏହା ପଛରେ କିଛି ଗଭୀର ଚିନ୍ତାଧାରା ଅଛି।

rohit-sharma-suryakumar-yadav

ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟି-୨୦ରେ ସୂର୍ୟ୍ୟକୁମାର ଯାଦବ ଇନିଂସ ଓପେନ କରିବାର ସୁଯୋଗ ପାଇଥିଲେ। କିନ୍ତୁ ସେ ସେହି ମ୍ୟାଚରେ ୧୬ ଟି ବଲରେ ମାତ୍ର ୨୪ ରନ୍ ସ୍କୋର କରିଥିଲେ। ଦ୍ଵିତୀୟ ମ୍ୟାଚରେ ସେ ୧୧ ରନ କରିଥିଲେ। ଆଉ ମାତ୍ର ତୃତୀୟ ମ୍ୟାଚରେ ଦମଦାର୍ ୭୪ ରନର ଏକ ଭଲ ଇନିଂସ ଖେଳି ଦଳକୁ ଜିତାଇଥିଲେ।