IND vs WI T20: ଟିମ୍ ଇଣ୍ଡିଆ ପାଇଁ ଆସିଲା ଖରାପ ଖବର, ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜରୁ ବାହାରିଲେ ଏହି ଷ୍ଟାର୍ ଅଲରାଉଣ୍ଡର

  1. Home
  2. Cricket News

IND vs WI T20: ଟିମ୍ ଇଣ୍ଡିଆ ପାଇଁ ଆସିଲା ଖରାପ ଖବର, ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜରୁ ବାହାରିଲେ ଏହି ଷ୍ଟାର୍ ଅଲରାଉଣ୍ଡର

team-india


କ୍ରିକେଟ୍ ଖବର : ଅଲରାଉଣ୍ଡର ହର୍ଷଲ ପଟେଲ ଆଘାତ ଯୋଗୁଁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଏବଂ ତୃତୀୟ ଟି- ୨୦ ମ୍ୟାଚ୍ ପାଇଁ ତାଙ୍କୁ ଚୟନ କରାଯାଇନାହିଁ । ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ସୋମବାର ଅଗଷ୍ଟ ୧ ତାରିଖ ଦିନ  ଏକ ବିବୃତ୍ତି ଜାରି କରି ଏହା ନିଶ୍ଚିତ କରିଛନ୍ତି ।

harshal patel

ବୋର୍ଡର ବିବୃତ୍ତି ଅନୁଯାୟୀ ହର୍ଷଲ ବର୍ତ୍ତମାନ ବିସିସିଆଇ ମେଡିକାଲ ଦଳର ତତ୍ୱାବଧାନରେ ଅଛନ୍ତି। ପ୍ରଥମ ଟି -୨୦ ରେ ମଧ୍ୟ ହର୍ଷଲ ଭାରତୀୟ ଦଳର ଅଂଶ ହୋଇ ନ ଥିଲେ। 

ପରବର୍ତୀ ମ୍ୟାଚ୍ ଗୁଡିକ ପାଇଁ ଭାରତୀୟ ଦଳ :

ରୋହିତ ଶର୍ମା(କ୍ୟାପଟେନ), ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଦିନେଶ କାର୍ତିକ, ରବିଚନ୍ଦ୍ରନ ଅଶ୍ୱିନ, ଭୁବନେଶ୍ୱର କୁମାର, ଆବେଶ ଖାନ, ଅର୍ଶଦୀପ ସିଂହ ।