ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ ପୁଣିଥରେ ନୂଆ ଅଧିନାୟକ ଘୋଷଣା କଲା BCCI, ଦେଖନ୍ତୁ କିଏ ହେଲା ଅଧିନାୟକ

  1. Home
  2. Cricket News

ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ ପୁଣିଥରେ ନୂଆ ଅଧିନାୟକ ଘୋଷଣା କଲା BCCI, ଦେଖନ୍ତୁ କିଏ ହେଲା ଅଧିନାୟକ

Ind vs wi


କ୍ରିକେଟ ଖବର : ଇଂଲଣ୍ଡ ବିପକ୍ଷରେ ଟି-୨୦ ଏବଂ ଦିନିକିଆ ସିରିଜ୍ ସରିବା ପରେ ଟିମ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ ଟୁର୍ ରେ ଯିବ। ସେଠାରେ ଦଳ ୩ଟି ୱାନଡେ ସିରିଜ୍ ଖେଳିବ, ଏହା ସହିତ ପାଞ୍ଚଟି ଟି-୨୦ ମ୍ୟାଚ୍ ମଧ୍ୟ ଖେଳିବାର ଯୋଜନା ରହିଛି। ତେବେ ବର୍ତ୍ତମାନ କେବଳ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି।

Team india

ଦଳରେ ୧୬ ଜଣ ଖେଳାଳିଙ୍କୁ ସ୍ଥାନ ଦିଆଯାଇଛି ଏବଂ ଦଳର ଅଧିନାୟକ ଦାୟିତ୍ୱ ଭେଟେରାନ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନଙ୍କ ହାତରେ ରହିଛି। ସୂଚନାଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ଧାୱନ ଭାରତୀୟ ଦଳରେ ଅଧିନାୟକ କାର୍ଯ୍ୟ କରିସାରିଛନ୍ତି।

Dhawan

ତେବେ ଏହି ସିରିଜ ପାଇଁ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଏହି ୱାନଡେ ସିରିଜ୍ ଜୁଲାଇ ୨୨ ରୁ ଆରମ୍ଭ ହେବାକୁ ଯାଉଛି। 

ଇଂଲଣ୍ଡ ଗସ୍ତ ପରେ କ୍ୟାପଟେନ ରୋହିତ ଶର୍ମା, ବିରାଟ କୋହଲି, ରିଷଭ ପନ୍ତ ଏବଂ ଜସପ୍ରୀତ ବୁମ୍ରାଙ୍କୁ ବିଶ୍ରାମ ଦିଆଯାଇଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜରେ ସ୍ଥାନ ମିଳିନାହିଁ। ରିତୁରାଜ ଗାଇକୱାଡଙ୍କୁ ଏହି ଦଳରେ ସ୍ଥାନ ମିଳିଛି। ଏଥି ସହିତ ଶୁଭମାନ ଗିଲ ମଧ୍ୟ ଦୀର୍ଘ ଦିନ ପରେ ୱାନଡେ ଦଳରେ ସାମିଲ ହୋଇଛନ୍ତି। ସେପଟେ ସଞ୍ଜୁ ସାମସନ ମଧ୍ୟ ୱାନଡେ ଦଳରେ ସ୍ଥାନ ପାଇଛନ୍ତି। 

Team India squard

ଟି -୨୦ ରେ ଭାରତୀୟ ଦଳ ପାଇଁ କ୍ରମାଗତ ପ୍ରଦର୍ଶନ କରିଆସୁଥିବା ଦୀପକ ହୁଡାଙ୍କୁ ମଧ୍ୟ ୱାନଡେ ଦଳରେ ସାମିଲ କରାଯାଇଛି। ବୋଲିଂ ବିଭାଗରେ ଶାର୍ଦ୍ଦୁଲ ଠାକୁର, ୟୁଜଭେନ୍ଦ୍ର ଚହଲ, ଅକ୍ସର ପଟେଲ, ଆଭେଶ ଖାନ, ପ୍ରସିଦ୍ଧ କୃଷ୍ଣ, ମହମ୍ମଦ ସିରାଜ ଏବଂ ଅର୍ଶଦୀପ ସିଂ ନଜର ଆସିବେ।

ସୂଚନାଯୋଗ୍ୟ ଯେ, ODI ସିରିଜର ତିନୋଟି ମ୍ୟାଚ୍ ଯଥାକ୍ରମେ 22, 24 ଏବଂ 27 ଜୁଲାଇରେ ତ୍ରିନିଦାଦରେ ଖେଳାଯିବ। ଏଥି ସହିତ ଉଭୟ ଦଳ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -20 ସିରିଜ୍ ମଧ୍ୟ ଦିନିକିଆ ସିରିଜ୍ ପରେ ଆୟୋଜିତ ହେବ।

ୱେଷ୍ଟଇଣ୍ଡିଜ୍ ବିପକ୍ଷ ODI ସିରିଜ୍ ପାଇଁ ଭାରତୀୟ ଦଳ :

ଶିଖର ଧାୱନ (କ୍ୟାପଟେନ), ରୁତୁରାଜ ଗାଇକୱାଡ, ଶୁଭମାନ ଗିଲ, ଦୀପକ ହୁଡା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଇଶାନ କିଶନ ( ୱିକେଟ୍ କିପର୍ ), ସଞ୍ଜୁ ସାମସନ (ୱିକେଟ୍ କିପର୍), ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ୟୁଜବେନ୍ଦ୍ର ଚହଲ, ଅକ୍ସର ପଟେଲ, ଆଭେଶ ଖାନ୍, ପ୍ରସିଦ୍ଧ କୃଷ୍ଣ, ମହମ୍ମଦ ସିରାଜ, ଅର୍ଶଦୀପ ସିଂ।