ଦେଖନ୍ତୁ VIDEO: ଅକ୍ସର ପଟେଲଙ୍କ ଦମଦାର୍ ଇନିଂସ ଆଗରେ ହାର ମାନିଲେ ୱେଷ୍ଟଇଣ୍ଡିଜ୍ ଖେଳାଳି, ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ

  1. Home
  2. Cricket News

ଦେଖନ୍ତୁ VIDEO: ଅକ୍ସର ପଟେଲଙ୍କ ଦମଦାର୍ ଇନିଂସ ଆଗରେ ହାର ମାନିଲେ ୱେଷ୍ଟଇଣ୍ଡିଜ୍ ଖେଳାଳି, ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ

patel vs wi


କ୍ରିକେଟ୍ ଖବର : ୱେଷ୍ଟଇଣ୍ଡିଜ୍ ବିପକ୍ଷ ODI ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ୱେଷ୍ଟଇଣ୍ଡିଜକୁ 2 ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚରେ ରୋମାଞ୍ଚକର ବିଜୟ ସହ ଭାରତୀୟ ଦଳ ODI ସିରିଜ ଜିତିଛି।  ଅଲରାଉଣ୍ଡର ଅକ୍ସର ପଟେଲ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଟିମ୍ ଇଣ୍ଡିଆକୁ ମ୍ୟାଚ ଜିତାଇଥିଲେ। ସେ 64 ରନର ଅପରାଜିତ ଇନିଂସ ଖେଳିଥିଲେ। ତାଙ୍କ ପୂର୍ବରୁ ୱିକେଟ୍ କିପର ସଞ୍ଜୁ ସାମସନ୍ ଏବଂ ଶ୍ରେୟସ୍ ଆୟର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଆଉ ଅନ୍ୟପଟେ ଦ୍ରୁତ ବୋଲର ଶାର୍ଦ୍ଦୁଲ ଠାକୁର ଚମତ୍କାର ବୋଲିଂ ପ୍ରଦର୍ଶନ କରି 3 ୱିକେଟ୍ ନେଇଥିଲେ।

ଟସ ଜିତିଥିଲା ୱେଷ୍ଟଇଣ୍ଡିଜ୍ , କିନ୍ତୁ ମ୍ୟାଚ୍ ହାରିଗଲା :

ଟସ ଜିତି ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ଦଳ 50 ଓଭରରେ 311 ରନ୍ ସଂଗ୍ରହ କରି 6 ୱିକେଟ୍ ହରାଇଥିଲା।  ୱେଷ୍ଟଇଣ୍ଡିଜ୍ ଓପନର୍ ଶାଇ ହୋପ୍ ଏକ ଦମଦାର୍ ଶତକ ହାସଲ କରିଥିଲେ।  ସେ 8ଟି ଚୌକା ଓ 3ଟି ଛକା ସହାୟତାରେ 135 ବଲରେ 115 ରନ୍ ସଂଗ୍ରହ କରିଥିଲେ। ସେହିପରି ଅଧିନାୟକ ନିକୋଲାସ୍ ପୁରାନ୍ 6 ଟି ଛକା ଏବଂ ଗୋଟିଏ ଚାରି ସହାୟତାରେ 77 ବଲରୁ 74 ରନ୍ ସଂଗ୍ରହ କରିଥିଲେ।  ଅନ୍ୟ ବ୍ୟାଟ୍ସମ୍ୟାନ୍ଙ୍କ ମଧ୍ୟରେ ମେୟର 39, ବ୍ରୁକ୍ସ 35 ଏବଂ ପାୱେଲ 13 ରନ୍ ସ୍କୋର କରିଥିଲେ।

ଭାରତୀୟ ଦଳର ଦ୍ରୁତ ବୋଲର ଶାର୍ଦ୍ଦୁଲ ଠାକୁର ଚମତ୍କାର ବୋଲିଂ କରିଥିଲେ।  ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ଵିତୀୟ ଦିନିକିଆରେ ସେ 3ଟି ୱିକେଟ୍ ନେଇଥିଲେ।  ସେ 9 ଓଭର ବୋଲିଂ କରି 42 ରନ୍ ଦେଇଥିଲେ। ସେହିଭଳି ଦୀପକ ହୁଡା ଗୋଟିଏ ୱିକେଟ୍ ନେଇଥିଲେ।  9 ଓଭରରେ 40 ରନ୍ ଖର୍ଚ୍ଚ କରି ପଟେଲ ଗୋଟିଏ ୱିକେଟ୍ ନେଇଥିଲେ।  ୟୁଜବେନ୍ଦ୍ର ଚହଲ ମଧ୍ୟ ଗୋଟିଏ ୱିକେଟ୍ ନେଇଥିଲେ।  ଆବେଶ ଖାନ ଏବଂ ମହମ୍ମଦ ସିରାଜ ଗୋଟିଏ ବି ସଫଳତା ପାଇନଥିଲେ। ସିରିଜର ପ୍ରଥମ ମ୍ୟାଚର ହିରୋ ଥିବା ସିରାଜ ଏହି ମ୍ୟାଚରେ କୌଣସି ୱିକେଟ୍ ପାଇନାହାଁନ୍ତି।

ଭାରତୀୟ ଦଳ ଜିତିଲା ସିରିଜ୍ :

ଟାର୍ଗେଟକୁ ଫଲୋ କରି ଅଧିନାୟକ ଧାୱନ ମାତ୍ର 13 ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ସେହିପରି ଶୁଭମାନ 49 ବଲରୁ 43 ରନ ସ୍କୋର କରିଥିଲେ। ଏହି ମ୍ୟାଚରେ ଶ୍ରେୟସ୍ ଆୟର ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ।  ସେ 4 ଟି ଚୌକା ଓ ଗୋଟିଏ ଛକା ସହାୟତାରେ 71 ବଲରେ 63 ରନ ସ୍କୋର କରିଥିଲେ। 9 ରନ୍ ସ୍କୋର କରିବା ପରେ ସୂର୍ଯ୍ୟକୁମାର ଯାଦବ ଆଉଟ୍ ହୋଇ ପାଭିଲିୟନକୁ ଫେରିଥିଲେ।

ଅନ୍ୟପଟେ ସଞ୍ଜୁ ସାମସନ ତାଙ୍କ ODI କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। ସେ 3ଟି ଚୌକା ଓ 3ଟି ଛକା ସହାୟତାରେ 51 ବଲରେ 54 ରନ ସ୍କୋର କରିଥିଲେ। ଦୀପକ ହୁଡା 36 ବଲରୁ 33 ରନ ସ୍କୋର କରିଥିଲେ। ଅକ୍ସର ପଟେଲ ବହୁତ ଭଲ ଇନିଂସ ଖେଳିଲେ।

axar-patel

ସେ ଭାରତକୁ ଏକ ରୋମାଞ୍ଚକର ବିଜୟ ଦେଲେ। ପଟେଲ 35 ବଲରୁ 64 ରନର ଅପରାଜିତ ଇନିଂସ ଖେଳିଥିଲେ।  ତାଙ୍କ ଇନିଂସରେ 5ଟି ଛକା ଓ 3 ଚୌକା ଅନ୍ତର୍ଭୁକ୍ତ। 49.4 ଓଭରରେ ଭାରତ ମ୍ୟାଚ ଜିତିଥିଲା।