Asia Cup ଅଫିସିଆଲ କାର୍ଯ୍ୟସୂଚୀ ହେଲା ଘୋଷଣା, ଜାଣନ୍ତୁ କେବେ କେବେ ଅଛି ଭାରତ-ପାକିସ୍ତାନ ମ୍ୟାଚ୍ ?

  1. Home
  2. Cricket News

Asia Cup ଅଫିସିଆଲ କାର୍ଯ୍ୟସୂଚୀ ହେଲା ଘୋଷଣା, ଜାଣନ୍ତୁ କେବେ କେବେ ଅଛି ଭାରତ-ପାକିସ୍ତାନ ମ୍ୟାଚ୍ ?

asia-cup-2022-full-schedule-india-vs-apakistan-match


କ୍ରିକେଟ୍ ଖବର : ଏସିଆ କପ୍ 2022 ପାଇଁ କାର୍ଯ୍ୟସୂଚୀ ଘୋଷଣା ହୋଇଛି। ଏହି ଟୁର୍ନାମେଣ୍ଟ ଆସନ୍ତା 27 ତାରିଖରୁ ସେପ୍ଟେମ୍ବର 11 ତାରିଖରେ ଏହାର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଭାରତ-ପାକିସ୍ତାନ ଅଗଷ୍ଟ 28 ତାରିଖରେ ଦୁବାଇରେ ଗ୍ରୁପ୍ ଏ ମୁକାବିଲାରେ ମୁହାଁମୁହିଁ ହେବ।  ଏହା ପୂର୍ବରୁ ଏହି ଟୁର୍ନାମେଣ୍ଟ ୟୁଏଇରେ ଶ୍ରୀଲଙ୍କା ଆୟୋଜନ କରିବ ବୋଲି ନିଶ୍ଚିତ କରାଯାଇଥିଲା।  ଜାରି ରହିଥିବା ଅର୍ଥନୈତିକ ସଙ୍କଟ ଯୋଗୁଁ ଏହି ଟୁର୍ନାମେଣ୍ଟ ଶ୍ରୀଲଙ୍କାରୁ ୟୁଏଇକୁ ସ୍ଥାନାନ୍ତରିତ ହୋଇଛି। 

asia cup 2022

ଅନ୍ୟପକ୍ଷରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ ଆସନ୍ତା ଏସିଆ କପରେ ଭାରତର ପ୍ରଥମ ଫିଚର ହେବ ଏବଂ ଏହି ମ୍ୟାଚ୍ ପରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳ କ୍ୱାଲିଫାୟରକୁ ଯାଇଥିବା ଦଳ ବିପକ୍ଷରେ ମୁହାଁମୁହିଁ ହେବ।  ଗ୍ରୁପ୍ ଷ୍ଟେଜ୍ ଫିକ୍ଚର୍ସ ପରେ ଏକ ସୁପର 4 ପର୍ଯ୍ୟାୟ ହେବ ଏବଂ ସର୍ବୋତ୍ତମ ଦୁଇଟି ଦଳ ଫାଇନାଲକୁ ଉନ୍ନୀତ ହେବ। 

ବିସିସିଆଇର ସଚିବ ଜୟ ଶାହା ଟୁଇଟ୍ କରି କହିଛନ୍ତି, "ଏସିଆ କପ 27 ଅଗଷ୍ଟ ରୁ 11-ସେପ୍ଟେମ୍ବର ପର୍ଯ୍ୟନ୍ତ ଖେଳାଯିବ। ଏସିଆ କପ୍ ର 15 ତମ ସଂସ୍କରଣ ଆଇସିସି ଟି -20 ବିଶ୍ୱକପର ପୂର୍ବ ପ୍ରସ୍ତୁତି ଭଳି କାର୍ଯ୍ୟ କରିବ।" 

ଏହିଭଳି ରହିଛି କାର୍ଯ୍ୟସୂଚୀ :

ଯଦି ଆମେ ଟୁର୍ନାମେଣ୍ଟର କାର୍ଯ୍ୟସୂଚୀ ଉପରେ ନଜର ଦେବା ତେବେ, ପ୍ରଥମ ମ୍ୟାଚ୍ 27 ଅଗଷ୍ଟରେ ଶ୍ରୀଲଙ୍କା ବନାମ ଆଫଗାନିସ୍ତାନ ଟକ୍କର ହେବ। ଆଉ ଦ୍ଵିତୀୟ ମ୍ୟାଚ, 28 ଅଗଷ୍ଟରେ ହେବ। ଏହି ମ୍ୟାଚରେ ମୁହାଁମୁହିଁ ହେବେ ଚୀର ପ୍ରତିଦ୍ୱନ୍ଦୀ ଭାରତ - ପାକିସ୍ତାନ। ସେହିଭଳି ତୃତୀୟ ମ୍ୟାଚ୍ 30 ଅଗଷ୍ଟରେ ବାଙ୍ଗାଲାଦେଶ - ଆଫଗାନିସ୍ତାନ ମଧ୍ୟରେ ହେବ। ଚତୁର୍ଥ ମ୍ୟାଚ୍ ଟିମ୍ ଇଣ୍ଡିଆ ସହିତ କ୍ୱାଲିଫାୟରକୁ ଯାଇଥିବା ଦଳ ଖେଳିବ। ଏହି ମ୍ୟାଚ୍ 31 ଅଗଷ୍ଟରେ ହେବ। 

ASIA-Cup-2022-Schedule-ind-pak-match

ଏହାପରେ 1 ସେପ୍ଟେମ୍ବରରେ ଶ୍ରୀଲଙ୍କା ସହିତ ବାଙ୍ଗାଲାଦେଶ ଦଳ ଦୁବାଇ ପଡ଼ିଆରେ ଧମାଲ ସୃଷ୍ଟି କରିବେ। ସେହିପରି 2 ସେପ୍ଟେମ୍ବରରେ ପାକିସ୍ତାନ ସହିତ କ୍ୱାଲିଫାୟର ଦଳ ଖେଳିବ । ତେବେ 3 ସେପ୍ଟେମ୍ବରରୁ ସୁପର 4 ରାଉଣ୍ଡ ହେବ। ଏଥିରେ 4ଟି ଦଳ ମଧ୍ୟରେ ଘମାଘୋଟ ଲଢେଇ ହେବ। ଏହି 4ଟି ଦଳକୁ ଦୁଇଟି ବିଭାଗ ଯଥା A ଆଉ B ରେ ଭାଗ କରାଯାଇଛି। 

ସୁପର 4 ରାଉଣ୍ଡ ବିଷୟରେ :

ସୁପର 4 ର ପ୍ରଥମ ମ୍ୟାଚ୍ B ବିଭାଗର ଦୁଇ ଦଳ ମଧ୍ୟରେ ହେବ। ସେହିଭଳି ଦ୍ଵିତୀୟ ମ୍ୟାଚ୍ A ବିଭାଗର ଦୁଇଟି ଦଳ ମଧ୍ୟରେ ହେବ। ତୃତୀୟ ମ୍ୟାଚ୍ A ବିଭାଗର ପ୍ରଥମ ସ୍ଥାନରେ ଥିବା ଦଳ ଆଉ B ବିଭାଗର ପ୍ରଥମ ସ୍ଥାନରେ ଥିବା ଦଳ ମଧ୍ୟରେ ହେବ। ଚତୁର୍ଥ ମ୍ୟାଚ୍ A ବିଭାଗର ଦ୍ଵିତୀୟ ଦଳ ଆଉ B ବିଭାଗର ଦ୍ଵିତୀୟ ଦଳ ମଧ୍ୟରେ ହେବ। 

ସେହିପରି ପଞ୍ଚମ ମ୍ୟାଚ୍ A ବିଭାଗର ପ୍ରଥମ ସ୍ଥାନରେ ଥିବା ଦଳ ଆଉ B ବିଭାଗର ଦ୍ଵିତୀୟ ଦଳ ମଧ୍ୟରେ ହେବ। ସୁପର 4 ରାଉଣ୍ଡର ଷଷ୍ଠ ମ୍ୟାଚ୍ B ବିଭାଗର ପ୍ରଥମ ସ୍ଥାନରେ ଥିବା ଦଳ ବନାମ A ବିଭାଗର ଦ୍ଵିତୀୟ ଦଳ ମଧ୍ୟରେ ହେବ। ପରିଶେଷରେ ସୁପର 4 ରାଉଣ୍ଡର ପ୍ରଥମ ସ୍ଥାନରେ ଥିବା ଦଳ ଆଉ ଦ୍ଵିତୀୟ ସ୍ଥାନରେ ଥିବା ଦଳ ମଧ୍ୟରେ 11 ସେପ୍ଟେମ୍ବରରେ ଫାଇନାଲ୍ ଲଢେଇ ହେବ।