ଅଶ୍ୱିନ-କୁଲଦୀପଙ୍କ ବ୍ୟାଟିଂ ବାଂଲାଦେଶର ଉଡ଼ାଇଲା ହୋସ, ପ୍ରଶଂସକମାନେ ସୋସିଆଲ ମିଡିଆରେ KL ରାହୁଲଙ୍କୁ କଲେ ଟ୍ରୋଲ୍

  1. Home
  2. Cricket News

ଅଶ୍ୱିନ-କୁଲଦୀପଙ୍କ ବ୍ୟାଟିଂ ବାଂଲାଦେଶର ଉଡ଼ାଇଲା ହୋସ, ପ୍ରଶଂସକମାନେ ସୋସିଆଲ ମିଡିଆରେ KL ରାହୁଲଙ୍କୁ କଲେ ଟ୍ରୋଲ୍


କ୍ରିକେଟ ଖବର : ବାଂଲାଦେଶ ବିପକ୍ଷରେ ଚାଲିଥିବା ଟେଷ୍ଟ ମ୍ୟାଚରେ ଭାରତୀୟ କ୍ରିକେଟ୍ ଦଳର ଲୋୟର ଅର୍ଡର ବ୍ୟାଟ୍ସମ୍ୟାନ୍ ଆୟୋଜକ ଦଳକୁ ଅସୁବିଧାରେ ପକାଇଛନ୍ତି। ପ୍ରଥମ ଦିନ ଶେଷରେ 6 ୱିକେଟ୍ ହରାଇ 278 ରନ୍ ସ୍କୋର କରିଥିବା ଟିମ୍ ଇଣ୍ଡିଆ ଦ୍ୱିତୀୟ ଦିନର ଖେଳରେ ମଧ୍ୟାହ୍ନ ଭୋଜନ ପର୍ଯ୍ୟନ୍ତ ଶ୍ରେୟସ୍ ଆୟରଙ୍କ ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ହରାଇବା ପରେ 348 ରନ୍ ସ୍କୋର କରିଥିଲା। ଯେଉଁଥିରେ ରବିଚନ୍ଦ୍ରନ ଅଶ୍ୱିନ ଏବଂ କୁଲଦୀପ ଯାଦବଙ୍କ 55 ରନ୍ ର ସହଭାଗୀତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। 

ଏଥି ସହିତ, ଏହି ଲୋୟର ଅର୍ଡର ଖେଳାଳିଙ୍କ ବ୍ୟାଟିଂ ଦେଖିବା ପରେ ପ୍ରଶଂସକମାନେ ସୋସିଆଲ ମିଡିଆରେ ସେମାନଙ୍କୁ ପ୍ରଶଂସା କରିବା ଆରମ୍ଭ କରି ଦେଇଛନ୍ତି। ଆଉ କେତେକ ଖେଳାଳିଙ୍କୁ ଟ୍ରୋଲ୍ ମଧ୍ୟ କରିଛନ୍ତି। ତେବେ ଟିମ ଇଣ୍ଡିଆର ଲୋୟର ଅର୍ଡର ଖେଳାଳିମାନେ ଭଲ ବ୍ୟାଟିଂ କରି ଦଳୀୟ ସ୍କୋରକୁ 404 ରେ ପହଞ୍ଚାଇଛନ୍ତି।

aswin kuldeep

ଶେଷ ଭାଗରେ ଅଶ୍ୱିନ ଏବଂ କୂଳଦୀପ ଭଲ ବ୍ୟାଟିଂ କରିଥିଲେ। ଅଶ୍ୱିନ ବ୍ୟକ୍ତିଗତ ରୂପେ 55 ରନ କରିଥିବା ବେଳେ କୂଳଦୀପ ଯାଦବ 40 ରନ୍ କରିଥିଲେ। ଯାହା ପରେ ସୋସିଆଲ ମିଡିଆରେ ଏହି ଯୋଡିଙ୍କୁ ପ୍ରଶଂସା କରାଯାଉଛି। 

ସୋସିଆଲ ମିଡିଆରେ ପ୍ରଶଂସା ଭାରତୀୟ ପ୍ରଶଂସକ କହୁଛନ୍ତି ଏମିତି :

kl rahul trolled

ଜଣେ ୟୁଜର୍ ଲୋକେଶ ରାହୁଲଙ୍କୁ ତୁଳନା କରି ଲେଖିଛନ୍ତି ଯେ, "ଆମର ଅଶ୍ୱିନ ଆଉ କୂଳଦୀପ ଭାଇ କେଏଲ ରାହୁଲଙ୍କ ଅପେକ୍ଷା ଭଲ ଖେଳିଲେ"। ଅନ୍ୟ ଜଣେ ୟୁଜର୍ ଲେଖିଛନ୍ତି " ଅଶ୍ୱିନ ଆଉ କୂଳଦୀପଙ୍କ ମଧ୍ୟରେ 50 ରନର ଭାଗିଦାରୀ ହୋଇଛି"। ଜାନଭି ନାମକ ଜଣେ ୟୁଜର୍ ଲେଖିଛନ୍ତି ଯେ, 'ଅଶ୍ୱିନଙ୍କ ଖେଳରେ ମୁଁ ଆଶ୍ଚର୍ଯ୍ୟ ନୁହଁ, ମାତ୍ର କୂଳଦୀପ ଯାଦବଙ୍କ ବ୍ୟାଟିଂ ଦେଖି ମୁଁ ଚକିତ।"

ଆହୁରି ପଢ଼ନ୍ତୁ : ଶତକ ଠାରୁ ବଂଚିତ ହେବା ପରେ ପିଚକୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଚେତେଶ୍ୱର ପୂଜାରା, ଭାରତକୁ ହେବ ଫାଇଦା

rahhul trolled2