ଆଶିଷ ନେହେରା ଚୟନ କଲେ ଟି-20 ବିଶ୍ୱକପ 2022 ପାଇଁ ଭାରତୀୟ ଦଳ, ଏହି ଖେଳାଳୀମାନଙ୍କୁ କଲେ ବାହାର

  1. Home
  2. Cricket News

ଆଶିଷ ନେହେରା ଚୟନ କଲେ ଟି-20 ବିଶ୍ୱକପ 2022 ପାଇଁ ଭାରତୀୟ ଦଳ, ଏହି ଖେଳାଳୀମାନଙ୍କୁ କଲେ ବାହାର

ashis nehera selcted indian xi fro t20 wc 2022


କ୍ରିକେଟ୍ ଖବର : ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି -20 ବିଶ୍ୱକପ 2022 ପାଇଁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି।  ଏଥର ଭାରତୀୟ ଦଳକୁ ମଧ୍ୟ ଟି -20 ବିଶ୍ୱକପ ଟାଇଟଲ ଜିତିବା ପାଇଁ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିବେଚନା କରାଯାଉଛି। ତେବେ ଟି -20 ବିଶ୍ୱକପ ପାଇଁ ଭାରତୀୟ ଦଳ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। କିନ୍ତୁ ଖୁବଶୀଘ୍ର ଦଳ ଘୋଷଣା କରାଯିବ, କାରଣ ଏହା ସୂଚନା ମିଳିଛି ଯେ ସେପ୍ଟେମ୍ବର 16 ତାରିଖ ସୁଦ୍ଧା ଟି -20 ବିଶ୍ୱକପ ପାଇଁ ଦଳ ଘୋଷଣା କରିବାକୁ ଆଇସିସି ସମସ୍ତ ଦେଶର କ୍ରିକେଟ୍ ବୋର୍ଡକୁ କହିଛି। 

ଏହାପୂର୍ବରୁ ଅନେକ ଭେଟେରାନ ଭାରତୀୟ କ୍ରିକେଟର ଟି -20 ବିଶ୍ୱକପରେ କେଉଁ ଭାରତୀୟ ଖେଳାଳି ଖେଳିବା ଉଚିତ ସେ ସମ୍ପର୍କରେ ନିଜର ମତ ପ୍ରକାଶ କରୁଛନ୍ତି।  ନିକଟରେ ଭାରତର କିମ୍ବଦନ୍ତୀ କ୍ରିକେଟର ଆଶିଷ ନେହେରା ଟି-୨୦ ବିଶ୍ୱକପ 2022 ପାଇଁ ତାଙ୍କ ଦଳ ଚୟନ କରିଛନ୍ତି।  ଆସନ୍ତୁ ଜାଣିବା ସେ କେଉଁ କେଉଁ ଖେଳାଳିଙ୍କୁ ଆସନ୍ତା ଆଇସିସି ଟି-20 ବିଶ୍ୱକପ ପାଇଁ ବାଛିଛନ୍ତି। 

ଏହି ଖେଳାଳିମାନଙ୍କୁ ବାଛିଛନ୍ତି ନେହେରା :

ଆଶିଷ ନେହେରା ନିଜ ଦଳରେ ରୋହିତ ଶର୍ମା ଏବଂ କେ.ଏଲ୍ ରାହୁଲଙ୍କୁ ଓପନର୍ ଭାବରେ ସ୍ଥାନ ଦେଇଛନ୍ତି।  ସେ ବିରାଟ କୋହଲିଙ୍କୁ 3 ନମ୍ବରରେ, ସୂର୍ଯ୍ୟକୁମାର ଯାଦବଙ୍କୁ ଚତୁର୍ଥ ସ୍ଥାନରେ ଏବଂ ରିଷଭ ପନ୍ତଙ୍କୁ 5 ନମ୍ବରରେ ରଖିଛନ୍ତି, ଯିଏ ୱିକେଟ୍ କିପିଂ ଦାୟିତ୍ୱ ତୁଲାଇବେ। 

ସେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରବିନ୍ଦ୍ର ଜାଡେଜାଙ୍କୁ ଅଲରାଉଣ୍ଡର ଭାବେ ନିଜ ଦଳରେ ସ୍ଥାନ ଦେଇଛନ୍ତି। ଏଥି ସହିତ ସେ ରବିଚନ୍ଦ୍ରନ ଅଶ୍ୱିନ ଏବଂ ୟୁଜବେନ୍ଦ୍ର ଚହଲଙ୍କୁ ସ୍ପିନର ଭାବରେ ଚୟନ କରିଛନ୍ତି।

Team-India-bumrah-out-asia-cup

ନେହେରା, ଦୀନେଶ କାର୍ତ୍ତିକଙ୍କୁ ବ୍ୟାକଅପ୍ ୱିକେଟ୍ କିପର ଭାବରେ ଚୟନ କରିଛନ୍ତି। ଦ୍ରୁତ ବୋଲର ଭାବେ ଜସପ୍ରୀତ ବୁମରା, ହର୍ଷଲ ପଟେଲ, ଅର୍ଶଦୀପ ସିଂ ଏବଂ ଭୁବନେଶ୍ୱର କୁମାରଙ୍କୁ ସେ ମନୋନୀତ କରିଛନ୍ତି। ଆଉ ଦୀପକ ହୁଡାଙ୍କୁ ନିଜ ଦଳର ବ୍ୟାକଅପ୍ ଅଲରାଉଣ୍ଡର ଭାବରେ ମନୋନୀତ କରିଛନ୍ତି ନେହରା । ଏସିଆ କପ ରେ ଖରାପ ପ୍ରଦର୍ଶନ କରିଥିବା ଆବେଶ ଖାନ ଙ୍କୁ ଦଳରେ ସ୍ଥାନ ଦେଇ ନାହାନ୍ତି ନେହେରା ।

ଆଶିଷ ନେହେରାଙ୍କ ସାମ୍ଭବ୍ୟ ଟି-20 ବିଶ୍ୱକପ ଦଳ :

ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ଯୁଜବେନ୍ଦ୍ର ଚହଲ, ଦୀନେଶ କାର୍ତ୍ତିକ, ଜସପ୍ରୀତ ବୁମ୍ରା, ହର୍ଷଲ ପଟେଲ, ଅର୍ଶଦୀପ ସିଂ, ଭୂବନେଶ୍ୱର କୁମାର, ଦୀପକ ହୁଡା।