ASIA CUP 2022: ପାକିସ୍ତାନ ବିପକ୍ଷ ମ୍ୟାଚ୍ ରେ କେମିତିକା ରହିବ ଭାରତୀୟ ଦଳ ? BCCI ଟ୍ୱିଟ କରି ଦେଲା ସୂଚନା

  1. Home
  2. Cricket News

ASIA CUP 2022: ପାକିସ୍ତାନ ବିପକ୍ଷ ମ୍ୟାଚ୍ ରେ କେମିତିକା ରହିବ ଭାରତୀୟ ଦଳ ? BCCI ଟ୍ୱିଟ କରି ଦେଲା ସୂଚନା

ind-vs-pak-indian-playing xi


କ୍ରିକେଟ୍ ଖବର : ଭାରତୀୟ ଦଳ ଏସିଆ କପ୍ 2022 ଟୁର୍ଣ୍ଣାମେଣ୍ଟ ପାଇଁ ୟୁଏଇରେ ପହଞ୍ଚିଛି ଏବଂ ଦଳ ପହଞ୍ଚିବା ମାତ୍ରେ ଅଭ୍ୟାସ ଆରମ୍ଭ କରିଛି। ଆସନ୍ତାକାଲି ଏସିଆ କପରେ ଭାରତୀୟ ଦଳ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ। ବର୍ତ୍ତମାନ ବିସିସିଆଇ ପାକିସ୍ତାନ ବିପକ୍ଷ ମ୍ୟାଚ୍ ପାଇଁ playing 11 ଘୋଷଣା କରିଛି। 

india-vs-pakistan-match-in-asia-cup-2022-ind-vs-pak

ବିସିସିଆଇ ଏହାର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଖେଳାଳିଙ୍କ ଅଭ୍ୟାସର ଚିତ୍ର ଆଉ ଭିଡ଼ିଓ ସେୟାର କରିଛି, ବିସିସିଆଇ ମୋଟ 11 ଖେଳାଳିଙ୍କ ଚିତ୍ର ସେୟାର କରିଛି। ଏହି 11 ଖେଳାଳି ପ୍ରଥମ ମ୍ୟାଚରେ ଦଳର ଏକାଦଶରେ ଖେଳିବେ ବୋଲି ଜଣାପଡିଛି। 

BCCI ର ଟ୍ୱିଟ ରୁ ଅନୁମାନ କରାଯାଇଥିବା ଭାରତୀୟ ପ୍ଲେଇଙ୍ଗି XI:

କେ.ଏଲ୍ ରାହୁଲ, ରୋହିତ ଶର୍ମା (କ୍ୟାପଟେନ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ, ଭୁବନେଶ୍ୱର କୁମାର, ଯୁଜବେନ୍ଦ୍ର ଚହଲ, ଆବେଶ ଖାନ, ଅର୍ଶଦୀପ ସିଂ।