ଦେଖନ୍ତୁ ଭିଡ଼ିଓ: ଡେଭିଡ ୱିଲିଙ୍କ ଓଭରରେ ରିଷଭ ପନ୍ତ ମାରିଲେ ଲଗାତାର 5ଟି ଚୌକା, ଇଂଲଣ୍ଡ ଖେଳାଳି ହେଲେ ଆଶ୍ଚର୍ଯ୍ୟ

  1. Home
  2. Cricket News

ଦେଖନ୍ତୁ ଭିଡ଼ିଓ: ଡେଭିଡ ୱିଲିଙ୍କ ଓଭରରେ ରିଷଭ ପନ୍ତ ମାରିଲେ ଲଗାତାର 5ଟି ଚୌକା, ଇଂଲଣ୍ଡ ଖେଳାଳି ହେଲେ ଆଶ୍ଚର୍ଯ୍ୟ

Rishabh-Pant-ENG-vs-IND-3rd-ODI


କ୍ରିକେଟ୍ ଖବର : ଇଂଲଣ୍ଡ ଗସ୍ତରେ ଥିବା ଟିମ୍ ଇଣ୍ଡିଆ ପ୍ରଥମେ ଟେଷ୍ଟ ସିରିଜ୍ ଡ୍ର' କରିବା ପରେ , ଟି-20 ସିରିଜରେ ବିଜୟ ହାସଲ କରିଥିଲା। ଆଉ ବର୍ତ୍ତମାନ ଗତକାଲି ଖେଳାଯାଇଥିବା ଦିନିକିଆ ସିରିଜର ନିର୍ଣ୍ଣାୟକ ମ୍ୟାଚରେ ରିଷଭ ପନ୍ତଙ୍କ ଶତକୀୟ ପାଳି କାରଣରୁ ଭାରତୀୟ କ୍ରିକେଟ୍ ଦଳ ଇଂଲଣ୍ଡକୁ 5 ୱିକେଟରେ ପରାସ୍ତ କରିବାରେ ସଫଳ ହୋଇଛି ।

ଏହି ସିରିଜ ଜିତିବା ସହିତ ତୃତୀୟ ଥର ପାଇଁ ଟିମ୍ ଇଣ୍ଡିଆ ଇଂଲଣ୍ଡ ମାଟିରେ ଇଂରାଜୀ ଦଳକୁ ପରାସ୍ତ କରିଛି। ମଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ଷ୍ଟାଡିୟମରେ ହୋଇଥିବା ଏହି ଶେଷ ମ୍ୟାଚରେ ରିଷଭ ପନ୍ତ ଆକ୍ରମଣାତ୍ମକ ବ୍ୟାଟିଂ କରିଛନ୍ତି। ସେ 113 ବଲରେ 125 ରନର ଏକ ବିଶାଳ ସ୍କୋର କରିଛନ୍ତି।

pant 5 fours

ସେ 16 ଟି ଚୌକା ଆଉ 2ଟି ଛକା ସାହାଯ୍ୟରେ ଏହି ରନ କରିଛନ୍ତି। ଏହି ସମୟରେ ସେ ଡେଭିଡ ୱିଲିଙ୍କ ଏକ ଓଭରରେ ଲଗାତାର 5 ଟି ଚୌକା ମାରିଥିଲେ। ଏହି 5ଟି ଚୌକା ସହିତ 21 ରନ ସଂଗ୍ରହ କରିଥିଲେ ରିଷଭ। ଏହି ଘଟଣା 42 ତମ ଓଭରରେ ହୋଇଥିଲା। 

ଦେଖନ୍ତୁ ଭିଡିଓ :