ଦେଖନ୍ତୁ ଭିଡ଼ିଓ: ଲାଇଭ ମ୍ୟାଚ ରେ ଜାଡେଜାଙ୍କ ଉପରେ ରାଗିଲେ ରୋହିତ, କହିଲେ "ଟେଷ୍ଟ କୁ ଟି-20 ବୋଲି ଭାବ ଏବଂ...

  1. Home
  2. Video Story

ଦେଖନ୍ତୁ ଭିଡ଼ିଓ: ଲାଇଭ ମ୍ୟାଚ ରେ ଜାଡେଜାଙ୍କ ଉପରେ ରାଗିଲେ ରୋହିତ, କହିଲେ "ଟେଷ୍ଟ କୁ ଟି-20 ବୋଲି ଭାବ ଏବଂ...

Jadeja


କ୍ରିକେଟ୍ ମ୍ୟାଚ୍ ସମୟରେ ରୋହିତ ଶର୍ମା ପ୍ରାୟତଃ ଏପରି କିଛି କରିଥାନ୍ତି ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ବେଳେବେଳେ ମଜାଳିଆ ଏବଂ ବେଳେବେଳେ ତାଙ୍କର କ୍ରୋଧିତ ଭିଡିଓ ଭାଇରାଲ ହୁଏ। ଏଭଳି ଏକ ଭିଡିଓ ପୁଣି ସୋସିଆଲ ମିଡିଆରେ ସେୟାର କରାଯାଉଛି। ଏହି ଭିଡିଓ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ରାଜକୋଟ ଟେଷ୍ଟର ଦ୍ୱିତୀୟ ଦିନର ଅଟେ ଯେତେବେଳେ ରବିନ୍ଦ୍ର ଜାଡେଜା ବୋଲିଂ କରୁଥିଲେ ଘଟିଥିଲା।

Rohit

ସୋସିଆଲ ମିଡିଆରେ ରୋହିତ-ଜାଡେଜାଙ୍କ ଏକ ଭିଡିଓ ଭାଇରାଲ ହେଉଛି। ବାସ୍ତବରେ ଇଂଲଣ୍ଡର ଇନିଂସ ସମୟରେ ଭାରତୀୟ ଅଲରାଉଣ୍ଡର ଜାଡେଜା ଦୁଇଟି ନୋ-ବଲ ବୋଲିଂ କରିଥିଲେ।  ଇନିଂସର ୩୧ ତମ ଓଭରରେ ଏହା ଘଟିଥିଲା। ଏହି ବାମହାତୀ ସ୍ପିନରଙ୍କର ଦ୍ୱିତୀୟ ନୋ-ବଲ୍ ପରେ ସ୍ଲିପ୍‌ରେ ଠିଆ ହୋଇଥିବା ଭାରତୀୟ ଅଧିନାୟକ କିଛି ମଜାଳିଆ ଟିପ୍ପଣୀ ଦେଇଥିଲେ।


ସେ କହିଥିଲେ ଯେ,’ଜାଡ୍ଡୁ, ଭାବ ଯେ ଏହା ଟି-୨୦ ଅଟେ, ଏଠାରେ ନୋ ବଲ ପକାଇବାକୁ ଅନୁମତି ନାହିଁ’।  ରୋହିତ ଏହା କହୁଥିବାର ଷ୍ଟମ୍ପ ମାଇକରେ ରେକର୍ଡ ହୋଇଥିଲା। ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମ୍ୟାଚ ବିଷୟରେ କହିବାକୁ ଗଲେ ଭାରତ ଏହି ଟେଷ୍ଟ ମ୍ୟାଚଟିକୁ ୪୩୪ ରନର ବୃହତ ବ୍ୟବଧାନରେ ଜିତିବାରେ ସଫଳ ହୋଇଛି। ଭାରତ ପ୍ରଥମ ଇନିଂସରେ ରୋହିତ ଶର୍ମା ଓ ରବୀନ୍ଦ୍ର ଜାଡେଜାଙ୍କ ଶତକ ଏବଂ ସର୍ଫରାଜଙ୍କ ଅର୍ଦ୍ଧଶତକ ବଳରେ ୪୪୫ ରନ କରି ପାରିଥିଲା।

India win

 

ବେନ ଡକେଟଙ୍କ ଶତକ ସତ୍ତ୍ୱେ ଇଂଲଣ୍ଡ ଏହାର ପ୍ରଥମ ଇନିଂସରେ ୩୧୯ ରନ ସ୍କୋର କରି ପାରିଥିଲା। କିନ୍ତୁ, ଯଶସ୍ବୀ ଜୟସ୍ୱାଲଙ୍କ ଚମତ୍କାର ଦ୍ବିଶତକ ବଳରେ ଭାରତ ଦ୍ଵିତୀୟ ଇନିଂସରେ ୪୩୦ ରନ କରିପାରିଥିଲା। ୫୫୬ ରନର ବିଶାଳ ଲକ୍ଷକୁ ପିଛା କରୁଥିବା ଇଂଲଣ୍ଡ ଦଳ ମାତ୍ର ୧୨୨ ରନରେ ଅଲଆଉଟ ହୋଇ ଯାଇଥିଲା। ଭାରତ ତରଫରୁ ରବୀନ୍ଦ୍ର ଜାଡେଜା ୫ ୱିକେଟ ନେଇଥିଲେ।