ଦେଖନ୍ତୁ ଭିଡ଼ିଓ: ଏପରି ଭାବରେ ଯଶପ୍ରୀତ ବୁମ୍ରାଙ୍କ ଶିକାର ହେଲେ ଇଂଲଣ୍ଡ ଅଧିନାୟକ! ଭାଇରାଲ ହେଉଛି ଭିଡ଼ିଓ…..

  1. Home
  2. Video Story

ଦେଖନ୍ତୁ ଭିଡ଼ିଓ: ଏପରି ଭାବରେ ଯଶପ୍ରୀତ ବୁମ୍ରାଙ୍କ ଶିକାର ହେଲେ ଇଂଲଣ୍ଡ ଅଧିନାୟକ! ଭାଇରାଲ ହେଉଛି ଭିଡ଼ିଓ…..


ବିଶାଖାପାଟନମ ଠାରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଜସପ୍ରୀତ ବୁମ୍ରା ଇଂଲଣ୍ଡର ପ୍ରଥମ ଇନିଂସରେ ଚମତ୍କାର ବୋଲିଂ କରି ହଇଚଇ ସୃଷ୍ଟି କରିଛନ୍ତି। ଇଂଲଣ୍ଡ ବ୍ୟାଟ୍ସମ୍ୟାନ ମାନେ ବିଶାଖାପାଟନମ୍ ପିଚରେ ବୁମ୍ରାଙ୍କ ଶାଣିତ ବୋଲିଂର ସାମ୍ନା କରିପାରିନଥିଲେ। ଯେଉଁ ପିଚରେ ସ୍ପିନ ବୋଲରଙ୍କୁ ସହାୟତା ମିଳୁଥିବା ନେଇ ଆକଳନ କରାଯାଉଥିଲା ସେଠାରେ ବୁମ୍ରା ଚମତ୍କାର ପ୍ରଦର୍ଶନ କରିଥିଲେ।

Bumrah

ତାଙ୍କ ଆଗରେ ସମସ୍ତ ବ୍ୟାଟ୍ସମ୍ୟାନ୍ ଅସହାୟ ଦେଖାଯାଉଥିଲେ। ତେବେ, ଇଂଲଣ୍ଡ ଦଳର ଅଧିନାୟକ ବେନ୍ ଷ୍ଟୋକ୍ସଙ୍କୁ  ସେ ଯେପରି ଭାବରେ ଆଉଟ କରିଥିଲେ ତାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଇଂଲଣ୍ଡର ପ୍ରଥମ ଇନିଂସରେ ଜସପ୍ରୀତ ବୁମ୍ରାଙ୍କୁ ପୁରା ଫର୍ମରେ ଦେଖିବାକୁ ମିଳିଥିଲା।  ଇଂଲଣ୍ଡ ବ୍ୟାଟ୍ସମ୍ୟାନମାନେ ତାଙ୍କ ସୁଇଙ୍ଗ୍, ବାଉନ୍ସ ଏବଂ ୟର୍କର୍ ସାମ୍ନାରେ ଅସହାୟ ଜଣାପଡୁଥିଲେ।

Bumrah stokes wicket

୧୮୨ ରନ୍ ପାଇଁ ୭ ୱିକେଟ୍ ହରାଇବା ପରେ ବେନ୍ ଷ୍ଟୋକ୍ସ ଟମ୍ ହାର୍ଟଲିଙ୍କ ସହ ଇନିଂସକୁ ଆଗକୁ ନେବାକୁ ଚେଷ୍ଟା କରିଥିଲେ। ସେ ନିଜର ଅର୍ଦ୍ଧଶତକ ଆଡକୁ ଆଗେଇ ଯାଉଥିବା ବେଳେ ବୁମ୍ରା ତାଙ୍କୁ କ୍ଲିନ୍ ବୋଲ୍ଡ କରିବାରେ ସଫଳ ହୋଇଥିଲେ। ଷ୍ଟୋକ୍ସ ୪୭ ରନ କରି ଖେଳୁଥିବା ବେଳେ ବୁମ୍ରାଙ୍କର ରିଭର୍ସ ସୁଇଂ ହେଉଥିବା ଏକ ବଲକୁ ବୁଝିପାରିନଥିଲେ ଏବଂ ବୋଲ୍ଡ ହୋଇ ଯାଇଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


ଏଥିସହିତ ଷ୍ଟୋକ୍ସ ବୁମ୍ରାଙ୍କର ୧୫୦ ତମ ଟେଷ୍ଟ ଶିକାର ସାବ୍ୟସ୍ତ ହୋଇଛନ୍ତି।  ସେ ପ୍ରଥମ ଇନିଂସରେ ୧୫.୫ ଓଭର ବୋଲିଂ କରି ୪୫ ରନ୍ ଦେବା ସହିତ ୬ ୱିକେଟ୍ ଅକ୍ତିଆର କରିଥିଲେ। ବୁମ୍ରା ଓଲି ପୋପ୍, ଜୋ ରୁଟ୍, ଜନି ବେୟାରଷ୍ଟୋ, ବେନ୍ ଷ୍ଟୋକ୍ସ, ଟମ୍ ହାର୍ଟଲି ଏବଂ ଜେମ୍ସ ଆଣ୍ଡରସନଙ୍କ ୱିକେଟ୍ ନେଇ ଇଂଲଣ୍ଡ ବ୍ୟାଟିଂର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। 

Bumrah

ଜସପ୍ରୀତ ବୁମ୍ରାଙ୍କର ଚମତ୍କାର ବୋଲିଂ ମାଧ୍ୟମରେ ଭାରତ ଇଂଲଣ୍ଡକୁ ମାତ୍ର ୨୫୩ ରନରେ ଅଲଆଉଟ କରି ଦେଇଥିଲା। ଫଳରେ ଦଳ ପ୍ରଥମ ଇନିଂସରେ ୧୪୩ ରନର ଅଗ୍ରଣୀ ହାସଲ କରିବାରେ ସଫଳ ହୋଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତ ନିଜ ଦ୍ଵିତୀୟ ଇନିଂସରେ ୨୫୩ ରନ କରିବାର ସଫଳ ହୋଇଛି। ଏଥିସହିତ ଇଂଲଣ୍ଡ ଆଗରେ ଭାରତ ୩୯୯ ରନର ବିଶାଳ ଲକ୍ଷ ରଖିଛି। ଯାହାକୁ ପିଛା କରିବାକୁ ଯାଇ ଭ୍ରମଣକାରୀ ଦଳ ୧ ୱିକେଟ ହରାଇ ୬୭ ରନରେ କରିବାରେ ସଫଳ ହୋଇଛି।

News Hub