ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଦ୍ଵିତୀୟ ଟେଷ୍ଟରେ ବର୍ଷା ସାଜିବ କି ବାଧକ? ଜାଣନ୍ତୁ କିପରି ରହିବ ପାଣିପାଗ ଏବଂ ପିଚ୍ ରିପୋର୍ଟ….
ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଆଜି ପୁଣେ ଠାରେ ଖେଳାଯାଉଛି। ଏହି ମ୍ୟାଚ୍ ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ପ୍ରଥମ ଟେଷ୍ଟ ଜିତିବା ପରେ ନ୍ୟୁଜିଲ୍ୟାଣ୍ଡ ଦଳର ମନୋବଳ ଅଧିକ ରହିଛି ନିଶ୍ଚିତ। ସିରିଜ୍ ଜିତିବାର ଉଦ୍ଦେଶ୍ୟରେ କ୍ୟାପଟେନ୍ ଟମ୍ ଲାଥାମ୍ ପଡ଼ିଆକୁ ଓଲ୍ହାଇଛନ୍ତି। ନ୍ୟୁଜିଲ୍ୟାଣ୍ଡ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି।
ଦ୍ୱିତୀୟ ଟେଷ୍ଟ ଜିତିବା ଏବଂ ସିରିଜକୁ ୧-୧ ସ୍ତରକୁ ଆଣିବା ପାଇଁ ରୋହିତ ଶର୍ମା ଯଥାସମ୍ଭବ ଚେଷ୍ଟା କରିବେ, କିନ୍ତୁ ଏହି ମ୍ୟାଚ୍ ପୂର୍ବରୁ ପ୍ରଶଂସକଙ୍କ ମନରେ ବର୍ଷା ପାଇଁ ବହୁତ ଚିନ୍ତା ରହିଛି। ବର୍ଷା ବେଙ୍ଗାଲୁରୁ ପରି ପୁଣେରେ ମଧ୍ୟ ବାଧା ସୃଷ୍ଟି କରିପାରିବ କି? ଏହି ରିପୋର୍ଟରେ ଆସନ୍ତୁ ଜାଣିବା ...
ପ୍ରଥମ ଦିନ:- ଆଜି ମ୍ୟାଚ ଆରମ୍ଭ ହୋଇଥିବା ବେଳେ ବର୍ଷାର କୌଣସି ସୂଚନା ମିଳିନାହିଁ। ପଡ଼ିଆରେ ଖରା ହେଉଥିବା ବେଳେ ବର୍ଷାର କୌଣସି ପୂର୍ବାନୁମାନ ମଧ୍ୟ ନାହିଁ।
ଦ୍ଵିତୀୟ ଦିନ:- ଦ୍ଵିତୀୟ ଦିନ ଅର୍ଥାତ ଶୁକ୍ରବାର ଦିନ ମଧ୍ୟ ବର୍ଷା ହେବାର ମାତ୍ର ୧ ପ୍ରତିଶତ ସମ୍ଭାବନା ରହିଛି। ତେଣୁ ଦ୍ଵିତୀୟ ଦିନ ମଧ୍ୟ ବର୍ଷା ହେବନାହିଁ ବୋଲି ଆମ୍ଭେ କହିପାରିବା।
ତୃତୀୟ ଦିନ: ଶନିବାର ଅର୍ଥାତ୍ ତୃତୀୟ ଦିନ ମେଘୁଆ ରହିବ କିନ୍ତୁ ବର୍ଷା ହେବାର କୌଣସି ସମ୍ଭାବନା ନାହିଁ। ପାଣିପାଗ ବିଭାଗ ଅନୁଯାୟୀ ଗୁରୁବାର ଦିନ ୧୦ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି। ଯେଉଁଠାରେ ସର୍ବାଧିକ ତାପମାତ୍ରା ୩୨ ପର୍ଯ୍ୟନ୍ତ ଏବଂ ସର୍ବନିମ୍ନ ତାପମାତ୍ରା ୧୯ ଡିଗ୍ରୀ ପର୍ଯ୍ୟନ୍ତ ଯାଇପାରେ। ଘଣ୍ଟା ପ୍ରତି ୧୧ କିଲୋମିଟର ବେଗରେ ପବନ ବହିବ।
ଚତୁର୍ଥ ଦିନ: ରବିବାର ଅର୍ଥାତ୍ ଖେଳର ଚତୁର୍ଥ ଦିନ ମେଘୁଆ ରହିବ କିନ୍ତୁ ବର୍ଷା ହେବାର କୌଣସି ସମ୍ଭାବନା ନାହିଁ। ପାଣିପାଗ ବିଭାଗ ଅନୁଯାୟୀ ଗୁରୁବାର ଦିନ ୧୦ ପ୍ରତିଶତ ବର୍ଷା ହେବାର ସମ୍ଭାବନା ଅଛି। ଯେଉଁଠାରେ ସର୍ବାଧିକ ତାପମାତ୍ରା ୩୨ ପର୍ଯ୍ୟନ୍ତ ଏବଂ ସର୍ବନିମ୍ନ ତାପମାତ୍ରା ୧୯ ଡିଗ୍ରୀ ପର୍ଯ୍ୟନ୍ତ ଯାଇପାରେ। ଘଣ୍ଟା ପ୍ରତି ୧୧ କିଲୋମିଟର ବେଗରେ ପବନ ବହିବ।
ପଞ୍ଚମ ଦିନ: ଯଦି ଖେଳ ପଞ୍ଚମ ଦିନ ପର୍ଯ୍ୟନ୍ତ ଖେଳାଯାଏ, ତେବେ ସୋମବାର ସୁଦ୍ଧା ବର୍ଷା ଏଥିରେ କୌଣସି ପ୍ରତିବନ୍ଧକ ସୃଷ୍ଟି କରିବ ନାହିଁ। ପ୍ରଶଂସକମାନେ କୌଣସି ବାଧା ବିନା ସମଗ୍ର ମ୍ୟାଚ୍ ଦେଖିବାକୁ ପାଇବେ। କାରଣ ପାଣିପାଗ ବିଭାଗ ଅନୁଯାୟୀ ଗୁରୁବାର ଦିନ ବର୍ଷା ହେବାର ସମ୍ଭାବନା ୧୦ ପ୍ରତିଶତ ରହିଛି। ଯେଉଁଠାରେ ସର୍ବାଧିକ ତାପମାତ୍ରା ୩୨ ପର୍ଯ୍ୟନ୍ତ ଏବଂ ସର୍ବନିମ୍ନ ତାପମାତ୍ରା ୨୧ ଡିଗ୍ରୀ ପର୍ଯ୍ୟନ୍ତ ଯାଇପାରେ।
ଦ୍ୱିତୀୟ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡକୁ ଫସାଇବା ପାଇଁ ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ସ୍ପିନ ଟ୍ରାକ୍ ପ୍ରସ୍ତୁତ କରାଯାଇଛି। ପୁଣେରେ ଦ୍ୱିତୀୟ ଟେଷ୍ଟ କଳା ମାଟି ପିଚରେ ଖେଳାଯାଇପାରିବ। ଯାହାକି ସ୍ପିନକୁ ସହାୟତା କରିବ। ଏହି ପିଚରେ ବାଉନ୍ସ ମଧ୍ୟ କମ୍ ରହିବ। ଏଭଳି ପରିସ୍ଥିତିରେ ସ୍ପିନର ବୋଲରମାନେ ବ୍ୟାଟ୍ସମ୍ୟାନଙ୍କ ପାଇଁ ବିପର୍ଯ୍ୟୟ ସୃଷ୍ଟି କରିପାରନ୍ତି।