ବାଂଲାଦେଶ ବିପକ୍ଷରେ ଖେଳିବାକୁ କିଏ ପାଇବ ସୁଯୋଗ? କିଏ ହେବ ନିରାଶ….

  1. Home
  2. Test Cricket

ବାଂଲାଦେଶ ବିପକ୍ଷରେ ଖେଳିବାକୁ କିଏ ପାଇବ ସୁଯୋଗ? କିଏ ହେବ ନିରାଶ….


ଭାରତ ଏବଂ ବାଂଲାଦେଶ ମଧ୍ୟରେ ଟେଷ୍ଟ ସିରିଜ ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଭାରତ ଦୀର୍ଘଦିନ ପରେ ଟେଷ୍ଟ ମ୍ୟାଚ ଖେଳୁଥିବା ବେଳେ ଏଥିପାଇଁ ଜୋରଦାର୍ ପ୍ରସ୍ତୁତି ଚଳାଇଛି। ତେବେ, ପ୍ରଥମ ଟେଷ୍ଟ ପାଇଁ ଭାରତୀୟ ଚୂଡାନ୍ତ ଦଳରେ କେଉଁ ଖେଳାଳି ସ୍ଥାନ ପାଇବେ ଏବଂ କେଉଁମାନେ ବାଦ୍ ପଡ଼ିବେ ସେଥିନେଇ ଚର୍ଚ୍ଚା ଜୋର୍ ଧରିଛି।

Sreyash

ପ୍ରଥମ ଟେଷ୍ଟ ମ୍ୟାଚ ୧୯ ତାରିଖରୁ ୨୩ ତାରିଖ ଯାଏଁ ଚେନ୍ନାଇ ଠାରେ ଖେଳାଯିବ। ସେହିପରି ଭାବରେ କାନପୁର ଠାରେ ୨୭ ତାରିଖରୁ ଦ୍ଵିତୀୟ ଟେଷ୍ଟ ମ୍ୟାଚ ଆରମ୍ଭ ହେବ। ୧୬ ଜଣିଆ ଟେଷ୍ଟ ଦଳରୁ ଶ୍ରେୟାସ୍ ଆୟର ଏବଂ ମହମ୍ମଦ ସାମିଙ୍କ ଭଳି ଖେଳାଳିଙ୍କୁ ବିଭିନ୍ନ କାରଣ ବଶତଃ ବାଦ୍ ଦିଆଯାଇଛି। ଏମାନଙ୍କ ବ୍ୟତୀତ ଆହୁରି ଅନେକ ଷ୍ଟାର ଖେଳାଳି ମଧ୍ୟ ବାଦ୍ ପଡିଛନ୍ତି।

Sarfaraz

୧୬ ଜଣିଆ ଦଳରେ ସର୍ଫରାଜ୍ ଖାନ୍ ସ୍ଥାନ ପାଇଥିଲେ ହେଁ ତାଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବା କଷ୍ଟକର ହେବ। ତାଙ୍କ ସ୍ଥାନରେ ଲୋକେଶ ରାହୁଲ ପୁଣିଥରେ ଖେଳିବାକୁ ସୁଯୋଗ ମିଳିପାରେ। ସେହିଭଳି ଯଦି ଟିମ୍ ଇଣ୍ଡିଆଢ ୬ ଜଣ ବ୍ୟାଟରଙ୍କୁ ନେଇ ପଡିଆକୁ ଓହ୍ଲାଏ ତେବେ ଧ୍ରୁବ ଜୁରେଲଙ୍କୁ ସୁଯୋଗ ମିଳିବ। ନଚେତ୍ ଜଣେ ବୋଲରଙ୍କୁ ସୁଯୋଗ ମିଳିପାରେ। ଏମିତି ହେଲେ ଶୁବମନ ଗିଲ୍‌, ଧ୍ରୁବ ଜୁରେଲ, କୁଲଦୀପ ଯାଦବ, ଆକାଶ ଦୀପ ଓ ୟସ୍‌ ଦୟାଲ ବାହାରେ ବସିପାରନ୍ତି।

Rishab

ସେହିପରି ଭାବରେ ଆଘାତଜନିତ ସମସ୍ୟା ହେତୁ ମହମ୍ମଦ ସାମିଙ୍କୁ ଦଳରେ ସ୍ଥାନ ମିଳିନାହିଁ। ଦୀର୍ଘଦିନ ପରେ ଋଷବ ପନ୍ତ ଏବଂ ରବି ଅଶ୍ୱିନଙ୍କୁ ମଧ୍ୟ ଟେଷ୍ଟ ଦଳରେ ଦେଖିବାକୁ ମିଳିବ। ବାଂଲାଦେଶ ଟେଷ୍ଟ ପାଇଁ ଭାରତୀୟ ଦଳ:- ରୋହିତ ଶର୍ମା (ଅଧିନାୟକ), ଯଶସ୍ବୀ ଜୟସ୍ବାଲ, ଶୁବମନ ଗିଲ୍‌, ବିରାଟ କୋହଲି, ଲୋକେସ ରାହୁଲ, ସର୍ଫରାଜ ଖାନ, ଋଷଭ ପନ୍ତ, ଧ୍ରୁବ ଜୁରେଲ, ରବିଚନ୍ଦ୍ରନ ଅଶ୍ବିନ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଆକାଶ ଦୀପ, ଯଶପ୍ରୀତ ବୁମରାହ ଏବଂ ୟସ୍‌ ଦୟାଲ।