କଣ ପାଇଁ ହାରିଲା ଭାରତ? ମୁଖ୍ୟ କାରଣ ଗୁଡିକ ଖୋଲି କହିଦେଲେ ରୋହିତ ଶର୍ମା….

  1. Home
  2. Test Cricket

କଣ ପାଇଁ ହାରିଲା ଭାରତ? ମୁଖ୍ୟ କାରଣ ଗୁଡିକ ଖୋଲି କହିଦେଲେ ରୋହିତ ଶର୍ମା….


ନିଜ ମାଟିରେ ଲଜ୍ଜାଜନକ ପରାଜୟ ଭୋଗିଛି ଭାରତ। ପ୍ରଥମଥର ପାଇଁ ଭାରତକୁ ନିଜ ମାଟିରେ ୩-୦ ରେ ମୂଳପୋଛ କରିବାରେ ସଫଳ ହୋଇଛି ନ୍ୟୁଜିଲ୍ୟାଣ୍ଡ। ଭାରତର ଏଭଳି ଶୋଚନୀୟ ପରାଜୟର କାରଣ କଣ ସେଥିନେଇ କଳ୍ପନାଜଳ୍ପନା ଜାରି ରହିଛି। ବ୍ୟାଟିଂ ବିଭାଗ ବିଫଳତା ଏବଂ ଭାରତର ସ୍ପିନ ଖେଳିନପାରିବାର ସମସ୍ୟା ପଦାରେ ପଡିଛି।

Rohit

ପ୍ରଥମ ଦୁଇଟି ଟେଷ୍ଟରେ ଭାରତକୁ ହରାଇବା ପରେ ତୃତୀୟ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡ ବ୍ୟାକଫୁଟରେ ରହିଥିଲା। ଭାରତକୁ ଶେଷ ଇନିଂସରେ ଜିତିବା ପାଇଁ ମାତ୍ର ୧୪୭ ରନ ଦରକାର ରହିଥିବା ବେଳେ କିନ୍ତୁ ଭାରତୀୟ ବ୍ୟାଟର୍ ମାନେ ଦୟନୀୟ ବ୍ୟାଟିଂ କରିଥିଲେ। ପରିସ୍ଥିତି ଏପରି ରହିଥିଲା ଯେ ଏକଦା ଭାରତ ମାତ୍ର ୨୫ ରନରେ ୫ ୱିକେଟ ହରାଇ ବସିଥିଲା।

Win

କେବଳ ଋଷବ ପନ୍ତ ହିଁ ଏକମାତ୍ର ଖେଳାଳି ଯିଏକି ଭାରତକୁ ବିଜୟ ଆଡକୁ ନେଇ ଯାଉଥିଲେ। କିନ୍ତୁ, ସେ ଆଉଟ ହେବାପରେ ଭାରତୀୟ ବ୍ୟାଟିଂ ଲାଇନଅପ୍ ଭୁଶୁଡି ପଡିଥିଲା। ଶେଷରେ ଭାରତ ୨୫ ରନରେ ପରାଜୟ ଭୋଗିଥିଲା। ତେବେ ଏଥିପାଇଁ କିଏ ଦାୟୀ ତାହା ରୋହିତ ଶର୍ମାଙ୍କୁ ପଚରା ଯାଇଥିଲା। ଯାହାର ଉତ୍ତରରେ ସେ ନିଜକୁ ଏବଂ ବ୍ୟାଟ୍ସମ୍ୟାନ ମାନଙ୍କୁ ହିଁ ଦାୟୀ କରିଥିଲେ।

Virat

ପ୍ରଥମ ଇନିଂସରେ ବେପରୁଆ ବ୍ୟାଟିଂ ଏବଂ ଦ୍ୱିତୀୟ ଇନିଂସରେ କମ ରନ ଚେଜ୍ ନ କରି ପାରିବା ହିଁ ମୁଖ୍ୟ କାରଣ ବୋଲି ସେ କହିଥିଲେ। ସେହିପରି ଉଭୟ ରୋହିତ ଏବଂ ବିରାଟ କୋହଲି ମୁମ୍ବାଇ ଟେଷ୍ଟର ଉଭୟ ଇନିଂସରେ ଫେଲ୍ ମାରିବା ଭାରତକୁ ମହଙ୍ଗା ପଡିଛି। ସେହପାରି ଟସ୍ ହାରିବା ମଧ୍ୟ ଭାରତ ପାଇଁ କାଳ ସାଜିଥିଲା। ଚତୁର୍ଥ ଇନିଂସରେ ବ୍ୟାଟିଂ କରିବା କଷ୍ଟକର ହେବ ବୋଲି ସମସ୍ତେ ଜାଣିଥିଲେ।

Out

ଏହା ବ୍ୟତୀତ କୌଣସି ପାର୍ଟନର୍ଶିପ୍ ଭାଙ୍ଗିବା ପରେ ଭାରତ ନିୟମିତ ବ୍ୟବଧାନରେ ୱିକେଟମାନ ହରାଇବାକୁ ଲାଗିଥିଲା। ଯାହାକି ସବୁଠାରୁ ବଡ଼ ଅସୁବିଧା ସୃଷ୍ଟି କରିଥିଲା। କେବଳ ଏହି ମ୍ୟାଚ ନୁହେଁ ବରଂ ପୂର୍ବ ଦୁଇଟି ମ୍ୟାଚରେ ମଧ୍ୟ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଆଗାମୀ ଅଷ୍ଟ୍ରେଲିଆ ସିରିଜରେ ଯଦି ଏଭଳି ପରିସ୍ଥିତି ସୃଷ୍ଟି ହୁଏ ତେବେ ଭାରତ ପାଇଁ ସେଠାରେ ଜିତିବା କାଠିକର ପାଠ ହୋଇପାରେ।