ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ହାରିବା ପରେ WTC ପଏଣ୍ଟ ଟେବୁଲରେ ଭାରତକୁ ଲାଗିଲା ଶକ୍ତ ଧକ୍କା! ଦେଖନ୍ତୁ ପଏଣ୍ଟ ଟେବୁଲ….

  1. Home
  2. Test Cricket

ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ହାରିବା ପରେ WTC ପଏଣ୍ଟ ଟେବୁଲରେ ଭାରତକୁ ଲାଗିଲା ଶକ୍ତ ଧକ୍କା! ଦେଖନ୍ତୁ ପଏଣ୍ଟ ଟେବୁଲ….


ରବିବାର ଦିନ ଭାରତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ ହାରିଯାଇଛି। ଭାରତକୁ କିୱି ଦଳ ୮ ୱିକେଟରେ ପରାସ୍ତ କରିବାରେ ସଫଳ ହୋଇଥିଲା। ତେବେ, ଏହି ପରାଜୟ ପରେ ଭାରତକୁ ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସିପ୍ ୨୦୨୫ର ପଏଣ୍ଟ ଟେବୁଲରେ କ୍ଷତିର ସମ୍ମୁଖୀନ ହେବାକୁ ପଡିଛି। ଭାରତ ବର୍ତ୍ତମାନ ମଧ୍ୟ ଶୀର୍ଷ ସ୍ଥାନରେ ରହିଥିଲେ ହେଁ ଏହାର ଜିତିବା ପ୍ରତିଶତ ୭୪.୨୪ ରୁ ୬୮.୦୫ କୁ ହ୍ରାସ ପାଇଛି।

India

ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ୧୨ ଟିମ୍ୟାଚ ଖେଳିଥିବା ବେଳେ ସେଥିମଧ୍ୟରୁ ୮ ଟି ମ୍ୟାଚ ଜିତିଛି, ୩ଟି ରେ ପରାଜୟ ବରଣ କରିଥିବା ବେଳେ ଗୋଟିଏ ମ୍ୟାଚ ଡ୍ର ରହିଛି। ଏହି ବିଜୟ ସହିତ କିୱି ଦଳ ଦୁଇଟି ସ୍ଥାନ ଉପରକୁ ଉଠି ଚତୁର୍ଥ ସ୍ଥାନରେ ପହଞ୍ଚିଛି। ନ୍ୟୁଜିଲ୍ୟାଣ୍ଡ ବିଜୟ ପ୍ରତିଶତ ୩୭.୫୦ ରୁ ୪୪.୪୪ କୁ ଚାଲିଯାଇଛି। ଏହି ଦଳ ୯ଟି ମ୍ୟାଚ ଖେଳିଥିବା ବେଳେ ସେଥିମଧ୍ୟରୁ ୫ଟି ମ୍ୟାଚ ହାରିଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ୬୨.୫୦ ବିଜୟ ଶତକଡା ସହିତ ଦ୍ଵିତୀୟ ସ୍ଥାନରେ ରହିଛି।

Nz

ଏହି ଟେବୁଲରେ ଶ୍ରୀଲଙ୍କା (୫୫.୫୬) ତୃତୀୟ, ଇଂଲଣ୍ଡ (୪୩.୦୬) ପଞ୍ଚମ ସ୍ଥାନରେ ଓ ଦକ୍ଷିଣ ଆଫ୍ରିକା (୩୮.୮୯) ଷଷ୍ଠ ସ୍ଥାନରେ ରହିଛି। ବାଂଲାଦେଶ (୩୪.୩୮) ସପ୍ତମ ସ୍ଥାନରେ ଓ ପାକିସ୍ତାନ (୨୫.୯୩) ଅଷ୍ଟମ ସ୍ଥାନରେ ରହିଛି। ଶ୍ରୀଲଙ୍କା ଭଲ ପ୍ରଦର୍ଶନ କରିଥିବା ବେଳେ ଆଗକୁ ଫାଇନାଲ ଖେଳିବାର ଆଶା ମଧ୍ୟ ଉଜ୍ଜୀବିତ ରଖିଛି।