କୋହଲିଙ୍କ ମୁର୍ଖତା ଉପରେ ରାଗିଲେ ରୋହିତ ଶର୍ମା! ଭିଡ଼ିଓ ହେଲା ଭାଇରାଲ….
ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ୨ ମ୍ୟାଚ୍ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଚେନ୍ନାଇରେ ଖେଳାଯାଉଛି। ଦ୍ୱିତୀୟ ଦିନର ଖେଳ ଶେଷ ହେବା ବେଳକୁ ଭାରତ ଦ୍ୱିତୀୟ ଇନିଂସରେ ୩ ୱିକେଟ୍ ହରାଇ ୮୧ ରନ୍ ସଂଗ୍ରହ କରିଥିଲା। ଏଥିସହିତ ଭାରତ ୩୦୮ ରନର ଅଗ୍ରଣୀ ହାସଲ କରିଛି। କିନ୍ତୁ, ବିରାଟ କୋହଲିଙ୍କ ୱିକେଟ୍ ହେଡଲାଇନରେ ରହିଛି। କାରଣ, ତାଙ୍କ ଭୁଲ ହେତୁ ସେ ୧୭ ରନ୍ ସ୍କୋର କରି ନିଜ ୱିକେଟ୍ ହରାଇଛନ୍ତି। ଯାହାପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ବ୍ୟତିବ୍ୟସ୍ତ ହୋଇ ପଡୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ପ୍ରଥମ ଇନିଂସରେ ୬ ରନ୍ ସ୍କୋର କରିବା ପରେ ବିରାଟ କୋହଲି ଶସ୍ତାରେ ଆଉଟ ହୋଇ ଯାଇଥିଲେ। କିନ୍ତୁ, ଦ୍ୱିତୀୟ ଇନିଂସରେ କୋହଲି ଭଲ ଫର୍ମରେ ଥିବା ଦେଖିବାକୁ ମିଳିଥିଲା। ପିଚ୍ରେ ସମୟ ଅତିବାହିତ କରୁଥିବାବେଳେ ସେ ୩୭ ବଲର ସମ୍ମୁଖୀନ ହୋଇ ସାରିଥିଲେ। କିନ୍ତୁ ସେ ମାତ୍ର ୧୭ ରନ୍ ସ୍କୋର କରିବା ପରେ ଆଉଟ ହୋଇ ଯାଇଥିଲେ।
— Team India The Loser (@teamindialooser) September 20, 2024
ବାସ୍ତବରେ କୋହଲି ମେହେଦି ହାସନ ମିରାଜଙ୍କ ବଲରେ ଏଲବିଡବ୍ଲୁ ଆଉଟ୍ ହୋଇଥିଲେ। ରିଭ୍ୟୁ ନିଆଯିବା ଉଚିତ କି ନାହିଁ ସେଥିନେଇ ସେ ଶୁଭମାନ ଗିଲଙ୍କ ସହ କଥା ହୋଇଥିଲେ। କିନ୍ତୁ, ବଲ ଲାଇନରେ ପିଚ ହୋଇଥିବା ଏବଂ ୱିକେଟ୍ ସାମ୍ନାରେ ଥିବାରୁ ଗିଲ ମନା କରିଦେଇଥିଲେ। କିନ୍ତୁ, ବଲଟି ପ୍ୟାଡ଼ରେ ବାଜିବା ପୂର୍ବରୁ ବିରାଟଙ୍କ ବ୍ୟାଟରେ ବାଜିଥିବା ରିଭ୍ୟୁରେ ସ୍ପଷ୍ଟ ଦେଖିବାକୁ ମିଳିଥିଲା। ତେଣୁ ବିରାଟ ସ୍ପଷ୍ଟ ଭାବରେ ନଟଆଉଟ ହିଁ ଥିଲେ।
ବିରାଟ କୋହଲିଙ୍କ ୱିକେଟ୍ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। କାରଣ ରୋହିତ ଶର୍ମା ଏବଂ ଯଶସ୍ୱି ଜୟସୱାଲ ୨୮ ରନ ସ୍କୋରରେ ପାଭିଲିୟନକୁ ଫେରି ସାରିଥିଲେ। ଏଭଳି ପରିସ୍ଥିତିରେ କୋହଲିଙ୍କଠାରୁ ଏକ ବଡ଼ ଇନିଂସ ଆବଶ୍ୟକ ଥିଲା। କିନ୍ତୁ, ସେ ୧୭ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇ ଯାଇଥିଲେ। ବିରାଟଙ୍କୁ ଅମ୍ପାୟାର ଭୁଲ ଆଉଟ ଦେଇଥିବା ବେଳେ ସେ କିପରି ଜାଣିନପାରି ରିଭ୍ୟୁ ନେଲେ ନାହିଁ ସେଥିନେଇ ରୋହିତ ବେସ୍ ରାଗି ଯାଇଥିବା ଦେଖିବାକୁ ମିଳିଥିଲା।