ଇଂଲଣ୍ଡର ବିଜୟ ପରେ ନାସିର ହୁସେନ୍ ଉଡ଼ାଇଲେ ଟିମ୍ ଇଣ୍ଡିଆର ମଜାକ, ଭାରତକୁ ନେଇ କହିଦେଲେ ଏମିତି

  1. Home
  2. Test Cricket

ଇଂଲଣ୍ଡର ବିଜୟ ପରେ ନାସିର ହୁସେନ୍ ଉଡ଼ାଇଲେ ଟିମ୍ ଇଣ୍ଡିଆର ମଜାକ, ଭାରତକୁ ନେଇ କହିଦେଲେ ଏମିତି


ଇଂଲଣ୍ଡର ବିଜୟ ପରେ ପୂର୍ବତନ ଅଧିନାୟକ ନାସିର ହୁସେନ୍‌ଙ୍କ ରଙ୍ଗ ସମ୍ପୂର୍ଣ୍ଣ ବଦଳି ଯାଇଛି, ସେ ଭାରତର ମଜାକ ଉଡାଇବା ଆରମ୍ଭ କରିଛନ୍ତି। ହାଇଦ୍ରାବାଦ ଟେଷ୍ଟରେ ଇଂଲଣ୍ଡ ୨୮ ରନରେ ବିଜୟ ହାସଲ କରିବା ପରେ ଭାରତର କଟା ଘା’ରେ ସେ ଏକ ପ୍ରକାର ଲୁଣ ଛିଞ୍ଚିଛନ୍ତି। ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସିର ହୁସେନ୍ କହିଛନ୍ତି ଯେ ହାଇଦ୍ରାବାଦ ଟେଷ୍ଟରେ ପରାଜୟ ଭାରତ ପାଇଁ ଏକ ସତର୍କ ଘଣ୍ଟି ହେବା ଉଚିତ। ଇଂଲଣ୍ଡର 'ବ୍ୟାଜବଲ୍' ରଣନୀତି ମନ୍ଥର ପିଚ୍ ଉପରେ ମଧ୍ୟ ପ୍ରଭାବଶାଳୀ ବୋଲି ସେ କହିଛନ୍ତି।

India loss

ପ୍ରଥମ ବଲରୁ ଆକ୍ରମଣର 'ବ୍ୟାଜବଲ୍' ରଣନୀତି ଆପଣେଇବା ପରଠାରୁ ଇଂଲଣ୍ଡ ଗୋଟିଏ ବି ଟେଷ୍ଟ ସିରିଜ୍ ହାରିନାହିଁ।  ପ୍ରଥମ ଟେଷ୍ଟରେ ଓଲି ପୋପଙ୍କ ୧୯୬ ରନ୍ ସାହାଯ୍ୟରେ ଇଂଲଣ୍ଡ ଭାରତକୁ ୨୮ ରନରେ ପରାସ୍ତ କରିଥିଲା। ନାସିର ହୁସେନ୍ 'ସ୍କାଏ ସ୍ପୋର୍ଟସ୍' ପାଇଁ ତାଙ୍କ ସ୍ତମ୍ଭରେ ଲେଖିଛନ୍ତି ଯେ, 'ଏହା ଭାରତ ପାଇଁ ଏକ ସତର୍କ ଘଣ୍ଟି ଅଟେ, କାରଣ ଇଂଲଣ୍ଡ ଦର୍ଶାଇଛି ଯେ ଏଠାରେ ମଧ୍ୟ ବ୍ୟାଜବଲ୍ ପ୍ରଭାବଶାଳୀ ଅଟେ'।

Nasser

ନାସିର ହୁସେନ୍‌ କହିଛନ୍ତି, 'ଏହା ପ୍ରମାଣ କରେ ଯେ ଇଂଲଣ୍ଡ ଦଳରେ ଭରପୂର ଆତ୍ମବିଶ୍ୱାସ ରହିଛି। ସେମାନଙ୍କର ନିଜ ଖେଳ ଉପରେ ଭରସା ରହିଛି। ସେମାନେ ବାହାର ଜିନିଷକୁ ନେଇ ବିଶେଷ ଚିନ୍ତିତ ନୁହଁନ୍ତି। ମୁଁ ସେମାନଙ୍କର ନିଷ୍ଠାକୁ ପ୍ରଶଂସା କରେ। ଯଦି ଆପଣ ସେମାନଙ୍କୁ ସନ୍ଦେହ କରନ୍ତି, ସେମାନେ ଅଧିକ ଜିଦଖୋର୍ ହେବେ ଏବଂ ଆପଣଙ୍କୁ ଭୁଲ୍ ପ୍ରମାଣିତ କରିବେ’। 

Loss

ନାସିର ହୁସେନ୍ କହିଛନ୍ତି, 'ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍ ପ୍ରଥମ ଇନିଂସରେ ୪୩୬ ରନ୍ ସଂଗ୍ରହ କରିଥିଲେ, କିନ୍ତୁ ସେମାନେ ଅଧିକ ରନ୍ ସ୍କୋର କରିପାରିଥାନ୍ତେ।  ଭାରତୀୟ ଦଳ ଉତ୍କୃଷ୍ଟ କ୍ରିକେଟ ଖେଳୁଛି ଏବଂ ଏହି ସିରିଜରେ ସେମାନେ ପ୍ରତ୍ୟବର୍ତନ କରିବେ। ଇତିହାସ ସାକ୍ଷୀ ରହିଛି ଯେ ଏଠାରେ ଇଂଲଣ୍ଡ ଜିତିବା ସହଜ ହୋଇ ନାହିଁ। ତେଣୁ ଭାରତ ଭଲ ଟକ୍କର ଦେବ ବୋଲି ସେ ଅଶାୟୀ ରହିଛନ୍ତି।

Naseer

ନାସିର ହୁସେନ୍‌ କହିଛନ୍ତି, 'ପ୍ରଥମ ଇନିଂସ ପରେ ଇଂଲଣ୍ଡ ୧୯୦ ରନ୍‌ ପଛରେ ଥିଲା, କିନ୍ତୁ ଓଲି ପୋପ୍‌ ଏପରି ଉତ୍କୃଷ୍ଟ ସ୍ପିନରଙ୍କ ବିପକ୍ଷରେ ସ୍ମରଣୀୟ ଇନିଂସ ଖେଳିଥିଲେ। ଏଥିସହ ପ୍ରଥମ ଇନିଂସରେ ସଂଘର୍ଷ କରୁଥିବା ଟମ ହାର୍ଟଲି ମଧ୍ୟ ୭ଟି ୱିକେଟ୍ ନେଇଥିଲେ।  ଟେଷ୍ଟ ଡେବ୍ୟୁ କରିବା ସମୟରେ ବହୁତ ଚାପ ରହିଥାଏ କିନ୍ତୁ ଦ୍ୱିତୀୟ ଇନିଂସରେ ହାର୍ଟଲି ଏହାକୁ ଭଲ ଭାବରେ ସାମ୍ନା କରିଥିଲେ ବୋଲି ନାସିର କହିଛନ୍ତି।

ଆହୁରି ପଢ଼ନ୍ତୁ:- ଏହି ଫ୍ଲପ ଖେଳାଳିଙ୍କୁ ଦଳରେ ସୁଯୋଗ ଦେଇ ବଡ଼ ଭୁଲ କଲେ ରୋହିତ ଶର୍ମା, ଏବେ ଅଗରକର କରିବେ ଦଳରୁ ବାହାର