ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ଭାରତ ପାଇଁ କଣ୍ଟା ସାଜିଛନ୍ତି ଏହି ଅଲରାଉଣ୍ଡର! ଟେଷ୍ଟ ସିରିଜ ହାରିପାରେ ଭାରତ….

  1. Home
  2. Test Cricket

ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ଭାରତ ପାଇଁ କଣ୍ଟା ସାଜିଛନ୍ତି ଏହି ଅଲରାଉଣ୍ଡର! ଟେଷ୍ଟ ସିରିଜ ହାରିପାରେ ଭାରତ….


ଭାରତ ଶ୍ରୀଲଙ୍କା ବିପକ୍ଷରେ ଖେଳା ଯାଇଥିବା ଏକଦିବସୀୟ ସିରିଜରେ ଭାରତ ୨-୦ ରେ ପରାଜୟ ବରଣ କରିଥିଲା। ଗୌତମ ଗମ୍ଭୀରଙ୍କ ଏହା ଥିଲା ପ୍ରଥମ ସିରିଜ୍ ଯେଉଁଥିରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଆହୁରି ମଧ୍ୟ ୨୭ ବର୍ଷ ପରେ ଶ୍ରୀଲଙ୍କା ବିପକ୍ଷ ଏକଦିବସିୟ ସିରିଜରେ ଭାରତକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଏବେ ଭାରତୀୟ ଦଳ ବାଂଲାଦେଶ ସହିତ ଏକ ଟେଷ୍ଟ ସିରିଜ ଖେଳିବାକୁ ଯାଉଛି।

India vs ban

ଏହି ସିରିଜରେ ମଧ୍ଯ ଭାରତୀୟ ଦଳ ପରାଜୟର ସାମ୍ନା କରିପାରେ ବୋଲି ଅନେକଙ୍କ ମତ ରହିଛି। ଏହାର କାରଣ ହେଉଛି ଜଣେ ବାଂଲାଦେଶୀ କ୍ରିକେଟର, ଯାହାଙ୍କର ସମ୍ପ୍ରତି ପ୍ରଦର୍ଶନ ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆ ପାଇଁ ଏକ ଦୁଃସ୍ୱପ୍ନ ସାବ୍ୟସ୍ତ ହୋଇପାରେ। ତେବେ ଆସନ୍ତୁ ଜାଣିବା ଏହି ଖେଳାଳୀ ଜଣକ କିଏ.......

ଭାରତ ବନାମ ବାଂଲାଦେଶ ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆ ପାଇଁ ମେହେନ୍ଦି ହାସନ ମିରାଜ ସବୁଠାରୁ ବଡ ସମସ୍ୟା ସୃଷ୍ଟି କରି ପାରନ୍ତି। ତାଙ୍କର ସମ୍ପ୍ରତି ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଏହା କୁହାଯାଉଛି। ଆହୁରି ମଧ୍ୟ, ଭାରତର ଦୁର୍ବଳତାକୁ ବିଚାର କରି ଏହାର ଅନୁମାନ କରାଯାଇପାରେ।

Miraz

ଏହା ଜଣା ଯେ ଶ୍ରୀଲଙ୍କା ବିପକ୍ଷ ଏକଦିବସିୟ ସିରିଜରେ ଭାରତୀୟ ଦଳକୁ ସ୍ପିନ୍ ଖେଳିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ସ୍ପିନର୍ସମାନେ ଭାରତ ପାଇଁ ୨୭ ୱିକେଟ୍ ନେଇଥିଲେ। କିନ୍ତୁ ସୂଚନା ଅନୁଯାୟୀ, ମେହେନ୍ଦୀ ହାସନ ମିରାଜ ଏକ ମ୍ୟାଚରେ ୫ଟି ୱିକେଟ୍ ନେବା ସହ ୭୭ରନ୍ ସ୍କୋର କରିଥିଲେ। ମେହେନ୍ଦିଙ୍କର ଏଭଳି ପ୍ରଦର୍ଶନ ତାଙ୍କୁ ଭାରତ ଗସ୍ତରେ ବାଂଲାଦେଶ ଦଳ ପାଇଁ ମୁଖ୍ୟ ଅସ୍ତ୍ର ସାବ୍ୟସ୍ତ ହୋଇପାରେ।

Miraz

ତେଣୁ ତାଙ୍କୁ ଅଣଦେଖା କରିବା ଟିମ୍ ଇଣ୍ଡିଆ ପାଇଁ ଏକ ବଡ଼ ଭୁଲ ହୋଇପାରେ। ତେଣୁ ଗୌତମ ଗମ୍ଭୀର ଏବଂ ରୋହିତ ଶର୍ମାଙ୍କୁ ଏହି ଅଲରାଉଣ୍ଡର ଖେଳାଳିଙ୍କ ପାଇଁ ଏକ ଭଲ ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ। ନଚେତ୍ ନିଜ ଘରେ ଭାରତ ପାଇଁ ମିରାଜ ଅନେକ ପ୍ରକାର ଅସୁବିଧା ସୃଷ୍ଟି କରିପାରନ୍ତି।