ଚେନ୍ନାଇରେ କମାଲ କରିବେ କୂଳଦୀପ ଯାଦବ! ନେବେ ୩୦୦ ୱିକେଟ….
୧୯ ସେପ୍ଟେମ୍ବରରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜର ପ୍ରଥମ ମ୍ୟାଚରେ ଭାରତର ତାରକା ଚାଇନାମ୍ୟାନ ସ୍ପିନର କୁଲଦୀପ ଯାଦବଙ୍କୁ ମଧ୍ୟ ଏକ ବଡ଼ ରେକର୍ଡ ପୂରଣ କରିବାର ସୁବର୍ଣ୍ଣ ସୁଯୋଗ ରହିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ସିରିଜର ପ୍ରଥମ ମ୍ୟାଚ୍ ଚେନ୍ନାଇର ଏମ୍.ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବ। ଅନ୍ୟପକ୍ଷରେ ଦ୍ୱିତୀୟ ମ୍ୟାଚ୍ କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଅନୁଷ୍ଠିତ ହେବ।
ଏହି ଦୁଇଟି ସ୍ଥାନରେ ସ୍ପିନରମାନେ ବହୁତ ସାହାଯ୍ୟ ପାଇଥାନ୍ତି। ତେଣୁ ଏଭଳି ପରିସ୍ଥିତିରେ ସ୍ପିନର କୁଲଦୀପ ଯାଦବ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ଟ୍ରମ୍ପ କାର୍ଡ ସାବ୍ୟସ୍ତ ହୋଇପାରନ୍ତି। ଏଥିସହିତ କୁଲଦୀପ ଯାଦବଙ୍କୁ ମଧ୍ୟ ଏହି କ୍ରମରେ ରେକର୍ଡ ସୃଷ୍ଟି କରିବାର ସୁଯୋଗ ମିଳିବ। ଭାରତ ଏବଂ ବାଂଲାଦେଶ ମଧ୍ୟରେ ଆରମ୍ଭ ହେବାକୁ ଥିବା ଏହି ସିରିଜରେ କୁଲଦୀପ ଯାଦବ ରେକର୍ଡ ସୃଷ୍ଟି କରିବାର ସୁବର୍ଣ୍ଣ ସୁଯୋଗ ପାଇବେ। ଆନ୍ତର୍ଜାତୀୟ କ୍ରିକେଟ୍ ବିଷୟରେ କହିବାକୁ ଗଲେ ବର୍ତ୍ତମାନ ତାଙ୍କ ନାମରେ ୧୫୮ ଟି ମ୍ୟାଚରେ ୨୯୪ ୱିକେଟ୍ ରହିଛି। ଯଦି କୁଲଦୀପ ଯାଦବ ଏହି ସିରିଜର ପ୍ରଥମ ମ୍ୟାଚରେ ୬ ଟି ୱିକେଟ୍ ନେବାରେ ସଫଳ ହୁଅନ୍ତି, ତେବେ ସେ ଅନ୍ତର୍ଜାତୀୟ କ୍ରିକେଟରେ ୩୦୦ ୱିକେଟ୍ ନେବାରେ ସଫଳ ହୋଇପାରିବେ।
ଏହାପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରେ କୁଲଦୀପ ଯାଦବଙ୍କ ନାମରେ ଅନେକ ବଡ ରେକର୍ଡ ରହିଛି। ଯଦି କୁଲଦୀପ ଯାଦବଙ୍କୁ ଅନ୍ତର୍ଜାତୀୟ କ୍ରିକେଟରେ ହ୍ୟାଟ୍ରିକ୍ ର ରାଜା କୁହାଯାଏ ତେବେ ଏହା ଭୁଲ ହେବ ନାହିଁ। ତାଙ୍କର ଛୋଟ କ୍ୟାରିୟରରେ, ସେ ଅନେକ ସଫଳତା ହାସଲ କରିଛନ୍ତି ଯାହା ଶ୍ରେଷ୍ଠ ବୋଲରମାନେ ମଧ୍ୟ ହାସଲ କରିବାରେ ଅସମର୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ଖେଳାଯାଇଥିବା ୧୦୬ ଟି ଏକଦିବସିୟ ମ୍ୟାଚରେ କୁଲଦୀପ ଯାଦବ ଦୁଇଥର ହ୍ୟାଟ୍ରିକ୍ ନେଇଛନ୍ତି ଏବଂ ଦୁଇଥର ଇନିଂସରେ ୫ ୱିକେଟ୍ ମଧ୍ୟ ନେଇଛନ୍ତି।
ସେ ଏପର୍ଯ୍ୟନ୍ତ ଏକଦିବସିୟରେ ୧୭୨ ୱିକେଟ୍ ନେଇଛନ୍ତି। ଟି-୨୦ ଇଣ୍ଟରନ୍ୟାସନାଲ ବିଷୟରେ କହିବାକୁ ଗଲେ ସେ ଭାରତ ପାଇଁ ୪୦ ଟି ମ୍ୟାଚ୍ ଖେଳିଛନ୍ତି ଯେଉଁଥିରେ ସେ ୬୯ ୱିକେଟ୍ ନେଇଛନ୍ତି। କୁଲଦୀପ ଯାଦବ ଭାରତ ପାଇଁ ଟ୍ରମ୍ପକାର୍ଡ ସଦୃଶ ଅଟନ୍ତି। ଟେଷ୍ଟ କ୍ରିକେଟ୍ ଠାରୁ ଆରମ୍ଭ କରି ଟି-୨୦ ଇଣ୍ଟରନ୍ୟାସନାଲ୍ ପର୍ଯ୍ୟନ୍ତ ସେ ଭାରତ ପାଇଁ ଅନେକ ଚମତ୍କାର ପ୍ରଦର୍ଶନ କରିଛନ୍ତି। ନିକଟରେ ଭାରତ ଟି-୨୦ ବିଶ୍ୱକପ ଜିତିଥିଲା ଏବଂ ଏଥିରେ ତାଙ୍କର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇଥିଲା। ଯଦି ଭାରତକୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲରେ ପହଞ୍ଚିବାକୁ ଅଛି, ତେବେ କୁଲଦୀପ ଯାଦବଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। ବାଂଲାଦେଶ ପରେ ଭାରତକୁ ମଧ୍ୟ ନ୍ୟୁଜିଲ୍ୟାଣ୍ଡ ସହିତ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବାକୁ ହେବ ଯେଉଁଥିରେ କୁଲଦୀପଙ୍କୁ ଭଲ ପ୍ରଦର୍ଶନ କରିବାକୁ ହେବ ନିଶ୍ଚିତ।