ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି! ୪ ୱିକେଟ ହରାଇ ସଂକଟରେ ଦଳ…

  1. Home
  2. Test Cricket

ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି! ୪ ୱିକେଟ ହରାଇ ସଂକଟରେ ଦଳ…


ଯେଉଁ ଦିନକୁ କ୍ରିକେଟ୍ ପ୍ରେମୀମାନେ ଅପେକ୍ଷା କରିଥିଲେ ସେହି ଦିନ ଆସିଯାଇଛି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ହାଇ ପ୍ରୋଫାଇଲ୍ ଟେଷ୍ଟ ସିରିଜ୍ ଆରମ୍ଭ ହୋଇଛି। ପର୍ଥର ଅପ୍ଟସ୍ କ୍ରିକେଟ୍ ଷ୍ଟାଡିୟମରେ ବର୍ଡର ଗାଭାସ୍କର ଟ୍ରଫି ୨୦୨୪-୨୫ ର ପ୍ରଥମ ମ୍ୟାଚ୍ ରେ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି। କିନ୍ତୁ ଏହାପୂର୍ବରୁ ଉଭୟ ଦଳର ଅଧିନାୟକ ଟସ୍ ପାଇଁ ପଡ଼ିଆକୁ ଡକାଯାଇଥିଲା, ଯାହା ଜିତିବା ପରେ ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଅବଶ୍ୟ ଭାରତ ଏହାପରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୫୧ ରନ ମଧ୍ୟରେ ୪ ଟି ୱିକେଟ ହରାଇଛି।

Bgt

ବର୍ଡର ଗାଭାସ୍କର ଟ୍ରଫି ୨୦୨୪-୨୫ ର ପ୍ରଥମ ମ୍ୟାଚ୍ ୨୨ ରୁ ୨୬ ନଭେମ୍ବର ମଧ୍ୟରେ ପର୍ଥଠାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଟିମ୍ ଇଣ୍ଡିଆର କମାଣ୍ଡ ଜସପ୍ରୀତ ବୁମ୍ରାଙ୍କ ହାତରେ ରହିଛି। ମ୍ୟାଚ୍‌ର ପ୍ରଥମ ବଲ ଭାରତୀୟ ସମୟ ସକାଳ ୭.୫୦ ରେ ପଡିଥିଲା। ତେବେ ଏହାପୂର୍ବରୁ ଉଭୟ ଦଳର ଅଧିନାୟକ ପଡ଼ିଆକୁ ଆସିଥିଲେ, ପରେ ଟସ୍ ଭାରତ ସପକ୍ଷରେ ପଡିଥିଲା। ଏଭଳି ପରିସ୍ଥିତିରେ ଅଧିନାୟକ ଜସପ୍ରୀତ ବୁମ୍ରା ବ୍ୟାଟିଂ କରିବାକୁ ବାଛିଥିଲେ ଏବଂ କଙ୍ଗାରୁ ଦଳକୁ ପ୍ରଥମେ ବୋଲିଂ କରିବାକୁ ଆମନ୍ତ୍ରଣ କରିଥିଲେ। ଅବଶ୍ୟ ପ୍ରଥମ ଅଧିବେଶନରେ ଭାରତ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଯାହା ଫଳରେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।  

Washi

ଚୂଡାନ୍ତ ଏକାଦଶରେ ଭାରତୀୟ ଦଳ ପର୍ଥ ଟେଷ୍ଟ ମ୍ୟାଚ୍ ପାଇଁ ୪ଜଣ ଦ୍ରୁତ ବୋଲର ଏବଂ ଜଣେ ସ୍ପିନରଙ୍କ ସହ ପଡ଼ିଆକୁ ଓଲ୍ହାଇଅଛି। ଅଷ୍ଟ୍ରେଲିୟ ପିଚ୍‌ର ଅବସ୍ଥାକୁ ଦୃଷ୍ଟିରେ ରଖି ଟିମ୍ ଇଣ୍ଡିଆ ମ୍ୟାନେଜମେଣ୍ଟ ଏକାଦଶରେ ଅଭିଜ୍ଞ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଅନ୍ତର୍ଭୁକ୍ତ କରି ନାହିଁ।  ଏମାନଙ୍କ ବ୍ୟତୀତ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଡେବ୍ୟୁ କରିଥିବା ସରଫରାଜ ଖାନଙ୍କୁ ମଧ୍ୟ ସାମିଲ କରାଯାଇ ନାହିଁ।

Jaiswal

ଆଇପିଏଲ୍ ୨୦୨୪ ରେ ଗୌତମ ଗମ୍ଭୀରଙ୍କ ନେତୃତ୍ୱରେ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଖେଳିଥିବା ହର୍ଷିତ ରାଣା ଏବଂ ଯୁବ ଅଲରାଉଣ୍ଡର ନୀତୀଶ କୁମାର ରେଡ୍ଡୀ ଡେବ୍ୟୁ କରିବାର ସୁଯୋଗ ପାଇଥିଲେ। ଶୁଭମାନ ଗିଲଙ୍କ ସ୍ଥାନରେ ଦେବଦତ୍ତ ପାଡିକଲଙ୍କୁ ଦଳରେ ସାମିଲ କରାଯାଇଛି। ଯୁବ ବ୍ୟାଟ୍ସମ୍ୟାନ୍ ନାଥାନ୍ ମ୍ୟାକସ୍ୱେନି ଅଷ୍ଟ୍ରେଲିଆ ପାଇଁ ଡେବ୍ୟୁ ମ୍ୟାଚ୍ ଖେଳୁଛନ୍ତି। ଇଣ୍ଡିଆ ଏ ବିପକ୍ଷରେ ଖେଳାଯାଇଥିବା ଅନଔପଚାରିକ ଟେଷ୍ଟ ସିରିଜରେ ତାଙ୍କର ପ୍ରଦର୍ଶନ ଅତ୍ୟନ୍ତ ଭଲ ରହିଥିଲା। 

Kohli

ପର୍ଥ ଟେଷ୍ଟ ମ୍ୟାଚ୍ ପାଇଁ ଉଭୟ ଦେଶର ଚୂଡାନ୍ତ ଏକାଦଶ:-

ଟିମ୍ ଇଣ୍ଡିଆର ଚୂଡାନ୍ତ ଏକାଦଶ: କେ.ଏଲ୍ ରାହୁଲ, ଯଶସ୍ୱୀ ଜୟସୱାଲ, ଦେବଦତ୍ତ ପାଡିକଲ, ବିରାଟ କୋହଲି, ଋଷଭ ପନ୍ତ, ଧ୍ରୁଭ ଜୁରେଲ, ନୀତୀଶ ରେଡ୍ଡୀ, ୱାଶିଂଟନ୍ ସୁନ୍ଦର, ହର୍ଷିତ ରାଣା, ଜସପ୍ରୀତ ବୁମରା, ମହମ୍ମଦ ସିରାଜ।

ଅଷ୍ଟ୍ରେଲିଆର ଚୂଡାନ୍ତ ଏକାଦଶ: ଉସମାନ ଖ୍ୱାଜା, ନାଥାନ୍ ମ୍ୟାକସ୍ୱେନି, ମାର୍ନସ୍ ଲାବୁସାନ୍, ଷ୍ଟିଭେନ୍ ସ୍ମିଥ୍, ଟ୍ରାଭିସ୍ ହେଡ୍, ମିଚେଲ ମାର୍ଶ, ଆଲେକ୍ସ କେରି, ପ୍ୟାଟ୍ କମିନ୍ସ, ମିଚେଲ ଷ୍ଟାର୍କ, ନାଥାନ୍ ଲିଅନ୍, ଜୋସ୍ ହାଜଲେଉଡ୍।

News Hub