ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିନପାରନ୍ତି ରୋହିତ ଶର୍ମା! ତାଙ୍କ ସ୍ଥାନ ନେବେ ଏହି ଖେଳାଳି, ସ୍ପଷ୍ଟ କରିଲେ ଗମ୍ଭୀର….
ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତରେ ଯାଇଛି। ଭାରତୀୟ ଦଳ ଦୃଷ୍ଟିରୁ ଏହି ସିରିଜ୍ ବହୁତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ଏହି ଟୁରରେ ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କ ଖେଳିବାକୁ ନେଇ ଏବେବି ସନ୍ଦେହ ରହିଛି। ଏହି ଟୁରକୁ ଯିବା ପୂର୍ବରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଅନେକ କଥା ପ୍ରକାଶ କରିଛନ୍ତି ଏବଂ ଏହି ସିରିଜରେ ଟିମ୍ ଇଣ୍ଡିଆର କିଏ ଅଧିନାୟକ ରହିବେ ତାହା ମଧ୍ୟ ସ୍ପଷ୍ଟ କରିଛନ୍ତି। ଏହି ସିରିଜରେ ସେ ଭାରତୀୟ ଦଳ ବିଷୟରେ କ’ଣ କହିଛନ୍ତି ତାହା ଆସନ୍ତୁ ଜାଣିବା….
ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଅଷ୍ଟ୍ରେଲିଆ ଗସ୍ତରେ ପ୍ରଥମ ଟେଷ୍ଟରେ ଖେଳିବେ କି ନାହିଁ ତାହା ଉପରେ କୌଣସି ବିଧିବଦ୍ଧ ନିଶ୍ଚିତତା ନାହିଁ। ପର୍ଥ ଟେଷ୍ଟରେ ତାଙ୍କ ଖେଳକୁ ନେଇ ଏବେବି ସନ୍ଦେହ ରହିଛି। ଯଦି ରିପୋର୍ଟ ଗୁଡିକୁ ବିଶ୍ୱାସ କରାଯାଏ, ତେବେ ରୋହିତ ଶର୍ମା ଏହି ବିଷୟରେ ତାଙ୍କର ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି। ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ କେ.ଏଲ୍ ରାହୁଲ ଏବଂ ଅଭିମନ୍ୟୁ ଇସ୍ଵରନ୍ ଟିମ୍ ଇଣ୍ଡିଆ ପାଇଁ ଓପନିଂ ବିକଳ୍ପ ହେବେ।
ପର୍ଥ ଟେଷ୍ଟରେ ରୋହିତ ଶର୍ମା ନ ଖେଳିଲେ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଟିମ୍ ଇଣ୍ଡିଆର ଦାୟିତ୍ୱ ଗ୍ରହଣ କରିବେ। ଅଷ୍ଟ୍ରେଲିଆ ଗସ୍ତ ଯିବା ପୂର୍ବରୁ ଗମ୍ଭୀର ନିଜେ ଏହା ନିଶ୍ଚିତ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଜସପ୍ରୀତ ବୁମରାଙ୍କୁ ଉପ-ଅଧିନାୟକ ଭୂମିକାରେ ଦେଖିବାକୁ ମିଳିଥିଲା। ତେବେ ଯଦି ଏହି ମ୍ୟାଚ୍ ପାଇଁ ରୋହିତ ଶର୍ମା ଉପଲବ୍ଧ ହୁଅନ୍ତିନାହିଁ ତେବେ ବୁମ୍ରା ହିଁ ଅଧିନାୟକ ପଦ ସମ୍ଭାଳିବେ। ବୁମ୍ରାଙ୍କ ବିଷୟରେ କହିବାକୁ ଗଲେ ସେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆର ଅଧିନାୟକତ୍ୱ କରିଛନ୍ତି, କିନ୍ତୁ ସେଠାରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା।
ନ୍ୟୁଜିଲ୍ୟାଣ୍ଡ ସିରିଜରେ ପରାଜୟ ପରେ ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନମାନଙ୍କୁ କଡ଼ା ସମାଲୋଚନା କରାଯାଉଛି। ଅଭ୍ୟାସ ପାଇଁ ମ୍ୟାନେଜମେଣ୍ଟ ଏକ ସପ୍ତାହ ପୂର୍ବରୁ କେ.ଏଲ୍ ରାହୁଲଙ୍କୁ ଅଷ୍ଟ୍ରେଲିଆ ପଠାଇଥିଲା। କିନ୍ତୁ ଏଠାରେ ମଧ୍ୟ ଇଣ୍ଡିଆ ଏ ପାଇଁ ଖେଳିବା ବେଳେ ତାଙ୍କ ପ୍ରଦର୍ଶନ ନିରାଶାଜନକ ରହିଛି। ଗମ୍ଭୀର ତାଙ୍କ ବିଷୟରେ କହିଛନ୍ତି ଯେ, “କେ.ଏଲ୍ ରାହୁଲ ଟପ୍ ଅର୍ଡରରେ ବ୍ୟାଟିଂ କରିପାରିବେ। ସେ ନମ୍ବର-୩ ରେ ବ୍ୟାଟିଂ କରିପାରିବେ, ନମ୍ବର-୬ ରେ ବ୍ୟାଟିଂ କରିପାରିବେ। ଯଦି ରୋହିତ ଶର୍ମା ପ୍ରଥମ ଟେଷ୍ଟ ପାଇଁ ଉପଲବ୍ଧ ନହୁଅନ୍ତି, ତେବେ ରାହୁଲ ଏବଂ ଈଶ୍ୱରନଙ୍କ ମଧ୍ୟରୁ ଜଣେ ଓପନିଂ କରିପାରନ୍ତି”।