ଦ୍ଵିତୀୟ ଇନିଂସରେ ଶତକ ସହିତ ରେକର୍ଡ ସୃଷ୍ଟି କରିଲେ ଯଶସ୍ବୀ ଜୟସୱାଲ୍! ପ୍ରଶଂସାରେ ପୋତି ପକାଇଲେ ନେଟିଜେନ୍ସ….
ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ପର୍ଥର ଅପ୍ଟସ୍ ଗ୍ରାଉଣ୍ଡରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ଟସ୍ ଜିତିବା ପରେ ଏବଂ ପ୍ରଥମ ଇନିଂସରେ ୧୫୦ ରନ୍ ପାଇଁ ଅଲଆଉଟ ହେବାପରେ ଟିମ୍ ଇଣ୍ଡିଆ ଦ୍ୱିତୀୟ ଇନିଂସରେ ଦୃଢ ପ୍ରତ୍ୟାବର୍ତ୍ତନ କରି ମ୍ୟାଚ୍ରେ ନିଜର ସ୍ଥିତିକୁ ଦୃଢ କରିଛି।
First Test And 1st Hundred 🔥
— Lokesh 🕉️ (@LokeshKhatri__) November 24, 2024
Bright Future Of India Yashasvi Jaiswal ❤#INDvsAUS #YashasviJaiswal pic.twitter.com/xoPoZkWBtE
ଦ୍ୱିତୀୟ ଦିନର ଖେଳ ଶେଷ ହେବା ବେଳକୁ ଭାରତ କୌଣସି ୱିକେଟ୍ ନ ହରାଇ ୧୭୧ ରନ୍ ସଂଗ୍ରହ କରିଥିଲା। ଭାରତୀୟ ଦଳର ତାରକା ଓପନିଂ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସୱାଲ ଏହି ଇନିଂସର ସବୁଠାରୁ ବଡ ହିରୋ ସାଜିଥିଲେ। ମାତ୍ର ୨୪ ଘଣ୍ଟା ମଧ୍ୟରେ, ଏହି ବ୍ୟାଟ୍ସମ୍ୟାନ୍ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ଟେଷ୍ଟ କ୍ରିକେଟ୍ ରେ ନିଜର ବ୍ୟାଟିଂ ଶକ୍ତିକୁ ପୁଣି ଥରେ ପ୍ରମାଣ କରିଛନ୍ତି।
Well deserved 100 by "Yashasvi Jaiswal"#INDvAUS pic.twitter.com/jF5UYDZfvy
— 𝐈𝐳𝐡𝐚𝐚𝐧༉ (@IzhaanShaikh_) November 24, 2024
ପର୍ଥ ଟେଷ୍ଟର ତୃତୀୟ ଦିନରେ ସେ ଏକ ଶତକ ସ୍କୋର କରିଛନ୍ତି, ନେଟିଜେନ୍ସ ଏବଂ ପ୍ରଶଂସକଙ୍କ ଦ୍ଵାରା ତାଙ୍କୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ଟେଷ୍ଟ କ୍ରିକେଟ୍ ଖେଳୁଥିବା ଯଶସ୍ବୀ ଜୟସୱାଲ ପର୍ଥ ଟେଷ୍ଟର ଦ୍ୱିତୀୟ ଇନିଂସରେ ଶତକ ହାସଲ କରିଛନ୍ତି। ପ୍ରଥମ ଇନିଂସରେ ଶୂନ ସ୍କୋରରେ ପାଭିଲିୟନକୁ ଫେରିଥିବା ଜୟସୱାଲ ଦ୍ୱିତୀୟ ଇନିଂସରେ ଧର୍ଯ୍ୟର ସହ ବ୍ୟାଟିଂ କରି ୨୦୫ ବଲରେ ଟେଷ୍ଟ କ୍ୟାରିୟରର ଚତୁର୍ଥ ଶତକ ହାସଲ କରିଛନ୍ତି। ୟଶସ୍ବୀ ଜୟସୱାଲ ଅଷ୍ଟ୍ରେଲିଆ ଗସ୍ତରେ ନିଜର ପ୍ରଥମ ଟେଷ୍ଟରେ ଶତକ ହାସଲ କରିଥିବା ତୃତୀୟ ଭାରତୀୟ ହୋଇପାରିଛନ୍ତି। ଏହି ଶତକ ଏବଂ ପ୍ରଥମ ୱିକେଟ୍ ପାଇଁ କେ.ଏଲ୍ ରାହୁଲଙ୍କ ସହ ସେ ୨୦୬ ରନ୍ ଭାଗିଦାରୀ ଗଢିଥିଲେ।
- Sunil Gavaskar in 1977.
— Tanuj Singh (@ImTanujSingh) November 24, 2024
- Sachin Tendulkar in 1992.
- Virat Kohli in 2018.
- Yashasvi Jaiswal in 2024*.
- The 4 Generations scored Hundreds in Perth from India..!!!! 🇮🇳🌟 pic.twitter.com/0GWYisLlLz
ଯଶସ୍ୱୀ ଜୟସୱାଲଙ୍କ ସହ ରୋହିତ ଶର୍ମାଙ୍କ ସ୍ଥାନରେ ଇନିଂସ ଓପନ କରିବାକୁ ଆସିଥିବା କେ.ଏଲ୍ ରାହୁଲ ମଧ୍ୟ ତାଙ୍କ ବ୍ୟାଟିଂରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ଯଦିଓ ସେ ଶତକ ହାସଲ କରିପାରିନାହାଁନ୍ତି। କିନ୍ତୁ ଏହା ତାଙ୍କ କ୍ୟାରିୟରର ଆଉ ଏକ ସ୍ମରଣୀୟ ଇନିଂସ ହୋଇ ରହିବ ନିଶ୍ଚିତ। ରାହୁଲ ୧୭୭ ବଲ ସମ୍ମୁଖିନ ହୋଇ ୭୭ ରନ ସ୍କୋର କରିଛନ୍ତି। ଏହି ଅବଧି ମଧ୍ୟରେ ତାଙ୍କ ବ୍ୟାଟରୁ ୫ ଚୌକା ଆସିଥିଲା। ତେବେ, ଉଭୟଙ୍କର ଚମତ୍କାର ବ୍ୟାଟିଂକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି।