ଦେଖନ୍ତୁ ଭିଡିଓ: ଅକ୍ସର ପଟେଲଙ୍କ ଯାଦୁ ଆଗରେ ହାର ମାନିଲେ ବେୟାରଷ୍ଟୋ, ଆଉଟ ହେବା ପରେ ଆଶ୍ଚର୍ଯ୍ୟ ହୋଇ ରହିଗଲେ….

  1. Home
  2. Test Cricket

ଦେଖନ୍ତୁ ଭିଡିଓ: ଅକ୍ସର ପଟେଲଙ୍କ ଯାଦୁ ଆଗରେ ହାର ମାନିଲେ ବେୟାରଷ୍ଟୋ, ଆଉଟ ହେବା ପରେ ଆଶ୍ଚର୍ଯ୍ୟ ହୋଇ ରହିଗଲେ….


୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ହାଇଦ୍ରାବାଦରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଇଂଲଣ୍ଡର ବ୍ୟାଜବଲ୍ ଏବଂ ଭାରତର ସ୍ପିନରଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। କିନ୍ତୁ, ଭାରତୀୟ ସ୍ପିନ୍ ବୋଲରଙ୍କ ଆଗରେ ଇଂଲିଶ ବ୍ୟାଟରମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। 

Ind vs eng

ତେବେ କିଛି ସମୟ ପାଇଁ ଜନି ବେୟାରଷ୍ଟୋ ପିଚରେ ଭାରତୀୟ ବୋଲରଙ୍କର ଉଚିତ ମୁକାବିଲା କରିଥିଲେ। କିନ୍ତୁ ଅକ୍ସର ପଟେଲଙ୍କ ଯାଦୁକରୀ ବୋଲିଂ ତାଙ୍କୁ ଆଉଟ କରିବାରେ ସକ୍ଷମ ହୋଇଥିଲା। ଏବେ ଏହି ୱିକେଟର ଏକ ଭିଡିଓ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଦଳ ୨୪୬ ରନ୍ କରି ଅଲଆଉଟ ହୋଇ ଯାଇଛି। ଅଧିନାୟକ ବେନ ଷ୍ଟୋକ୍ସ ସର୍ବାଧିକ ୭୦ ରନ୍ ସ୍କୋର କରିଥିଲେ।

Out

ଇଂଲଣ୍ଡ ଇନିଂସରେ ଭାରତୀୟ ସ୍ପିନ୍ ବୋଲରମାନେ ନିଜର ପ୍ରାଧାନ୍ୟ ବିସ୍ତାର କରିଥିବା ଦେଖିବାକୁ ମିଳିଥିଲା। ରବିଚନ୍ଦ୍ରନ୍ ଅଶ୍ୱିନ୍ ଏବଂ ରବିନ୍ଦ୍ର ଜାଡେଜାଙ୍କ ସହିତ ଅକ୍ସର ପଟେଲ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ। ଅକ୍ସର ପଟେଲ ଜବରଦସ୍ତ ବୋଲିଂ କରିବା ସହିତ ଜନି ବେୟାରଷ୍ଟୋଙ୍କୁ କ୍ଲିନ୍ ବୋଲ୍ଡ କରି ତାଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ।  

Eng

ଯେତେବେଳେ ଇଂଲଣ୍ଡର ଗୋଟିଏ ପରେ ଗୋଟିଏ ୱିକେଟ୍ ପଡ଼ି ଚାଲିଥିଲା। ୫ମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଜନି ବେୟାରଷ୍ଟୋ ପିଚ୍‌ରେ କିଛି ସମୟ ବିତାଇବାକୁ ଚେଷ୍ଟା କରିଥିଲେ।  ସେ ତାଙ୍କ ପ୍ଲାନରେ ବହୁ ପରିମାଣରେ ସଫଳ ହୋଇଥିବା ପରି ମନେ ହେଉଥିଲା। କିନ୍ତୁ, ଅକ୍ସର ତାଙ୍କ ୱିକେଟ୍ ନେଇ ବାଜି ପଲଟାଇ ଦେଇଥିଲେ।


୩୭ ରନ୍ ସ୍କୋର କରି ଜନି ବେୟାରଷ୍ଟୋ ଖେଳୁଥିବା ବେଳେ ଇଂଲଣ୍ଡ ଇନିଂସର ୩୩ତମ ଓଭରରେ ଅକ୍ଷର ଅଫ୍ ଷ୍ଟମ୍ପରେ ବେୟାରଷ୍ଟୋଙ୍କୁ  ବୋଲିଂ କରିଥିଲେ। ଯାହାକୁ ବେୟାରଷ୍ଟୋ ଡିଫେନ୍ସ କରିବାକୁ ଚେଷ୍ଟା କରିଥିଲେ ହେଁ ବଲ୍ ସ୍ପିନ ହୋଇ ସିଧା ୱିକେଟରେ ବାଜିଥିଲା। ଯାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଆହୁରି ପଢ଼ନ୍ତୁ:- ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ କୋହଲି ହେଲେ ବାହାର ତ ଏହି 35 ବର୍ଷୀୟ ଖେଳାଳିଙ୍କୁ ରୋହିତ ଦେବେ ସୁଯୋଗ….