ପାକିସ୍ତାନ ବିପକ୍ଷରେ ଜିତିବା ପରେ ବଢ଼ିଲା ବାଂଲାଦେଶର ଗର୍ବ! ଭାରତକୁ ନେଇ ଏପରି ମନ୍ତବ୍ୟ ଦେଲେ ଅଧିନାୟକ….
ବାଂଲାଦେଶ ପାକିସ୍ତାନ ବିପକ୍ଷରେ ୨ଟି ଟେଷ୍ଟ ମ୍ୟାଚ୍ ସିରିଜ୍ ଖେଳିଥିଲା। ଏହି ସିରିଜରେ ବାଂଲାଦେଶ ଚମତ୍କାର ପ୍ରଦର୍ଶନ କରି ଏହାକୁ ୨-୦ରେ ଜିତିଛି। ଦ୍ୱିତୀୟ ମ୍ୟାଚ୍ରେ ବାଂଲାଦେଶ ଚମତ୍କାର ପ୍ରଦର୍ଶନ କରି ପାକିସ୍ତାନକୁ ୬ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ପାଇଁ ଗର୍ବିତ କ୍ୟାପଟେନ ନାଜମୁଲ ହାସନ ଶାନ୍ତୋ ଭାରତ ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ସମ୍ପର୍କରେ ନିଜର ବିବୃତ୍ତି ଦେଇଛନ୍ତି।
କେଉଁ ଖେଳାଳିମାନେ ଭାରତ ବିପକ୍ଷରେ ଚମତ୍କାର ଖେଳିପାରିବେ ସେ ମଧ୍ୟ କହିଛନ୍ତି। ନାଜମୁଲ ହାସନ ଶାନ୍ତୋଙ୍କ ନେତୃତ୍ୱରେ ବାଂଲାଦେଶ ଚମତ୍କାର ପ୍ରଦର୍ଶନ କରି ପାକିସ୍ତାନକୁ ସହଜରେ ପରାସ୍ତ କରିଥିଲା। ନାଜମୁଲ ହାସନ ବିଜୟ ପରେ ପୋଷ୍ଟ ମ୍ୟାଚ୍ ସାକ୍ଷାତକାରର ଅଂଶ ରହିଥିଲେ।
ଭାରତ ବିପକ୍ଷ ସିରିଜ୍ ସମ୍ପର୍କରେ ଶାନ୍ତୋ କହିଛନ୍ତି ଯେ,“ଆମର ପରବର୍ତ୍ତୀ ଟେଷ୍ଟ ସିରିଜ୍ ଭାରତ ବିପକ୍ଷରେ ଏବଂ ଏହା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହି ସିରିଜ୍ ଜିତିବା ଆମକୁ ବହୁତ ଆତ୍ମବିଶ୍ୱାସ ଦେବ। ମେହେଦି, ଶାକିବ ଏବଂ ମୁସଫିକୁର ଭାରତରେ ଭାରତ ବିପକ୍ଷରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି।
ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଦ୍ୱିତୀୟ ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୭୪ ରନ୍ ସଂଗ୍ରହ କରିଥିଲା, ଏହାର ଉତ୍ତରରେ ବାଂଲାଦେଶ ୨୬୨ ରନ୍ ସଂଗ୍ରହ କରିଥିଲା। ତୃତୀୟ ଇନିଂସରେ ପାକିସ୍ତାନ ମାତ୍ର ୧୭୨ ରନ୍ ସ୍କୋର କରି ପାରିଥିଲା। ଯାହା ପରେ ବାଂଲାଦେଶ ୬ଟି ୱିକେଟ୍ ହରାଇ ୧୮୫ ରନ୍ ସ୍କୋର କରି ମ୍ୟାଚ୍ ଜିତି ନେଇଥିଲା। ଭାରତୀୟ ଦଳ ୧୯ ସେପ୍ଟେମ୍ବରରୁ ବାଂଲାଦେଶ ବିପକ୍ଷ ଦ୍ଵିତୀୟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଖେଳିବ, ଦ୍ୱିତୀୟ ମ୍ୟାଚ୍ ୨୭ ସେପ୍ଟେମ୍ବରରୁ ଖେଳାଯିବ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଅଂଶଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି । ତେବେ ଏହି ସିରିଜରେ ବାଂଲାଦେଶର ଯାତ୍ରା ସହଜ ହେବ ନାହିଁ । କାରଣ ଭାରତୀୟ ଦଳ ଘରୋଇ ମାଟିରେ ଚମତ୍କାର ପ୍ରଦର୍ଶନ କରନ୍ତି ।