ପରାଜୟ ପରେ ଜୋସ୍‌ ବଟଲର ଦେଲେ ବୟାନ, କହିଲେ "ଆମେ ଖେଳରେ ଆଗ୍ରେସିଭ୍‌, ହେଲେ ଟିମ୍‌ ଇଣ୍ଡିଆ ତ..."

  1. Home
  2. T20 Cricket

ପରାଜୟ ପରେ ଜୋସ୍‌ ବଟଲର ଦେଲେ ବୟାନ, କହିଲେ "ଆମେ ଖେଳରେ ଆଗ୍ରେସିଭ୍‌, ହେଲେ ଟିମ୍‌ ଇଣ୍ଡିଆ ତ..."


ଭାରତ-ଇଂଲଣ୍ଡ ଟି-20 ସିରିଜ : ବୁଧବାର ଦିନ କୋଲକାତାର ଇଡେନ ଗାର୍ଡେନ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍‌ ଖେଳାଯାଇଥିଲା ।୫ଟିକିଆ ଟି-୨୦ ସିରିଜ୍‌ର ଏହା ପ୍ରଥମ ମ୍ୟାଚ୍‌ ଥିଲା । ଯେଉଁଥିରେ ଟସ୍‌ ଜିତି ଟସ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା ।

ପ୍ରଥମ ବ୍ୟାଟିଂ କରି ଇଂଲଣ୍ଡ ୨୦ ଓଭରରେ ମାତ୍ର ୧୩୨ ରନ୍‌ କରିଥିଲା । ଜବାବରେ ଭାରତୀୟ ଟିମ୍‌ ମାତ୍ର ୧୩ ଓଭରରେ ଏହି ଛୋଟ ଟାର୍ଗେଟକୁ ହାସଲ କରିଦେଇଥିଲା । ଅଭିଷେକ ଶର୍ମାଙ୍କ ଧୁଆଁଧାର ବ୍ୟାଟିଂ ଥିଲା । ଅଭିଷେକ ଶର୍ମା ମାତ୍ର ୩୪ ବଲ୍‌ରେ ଖେଳିଥିଲେ ୭୯ ରନ୍‌ କରିଥିଲେ, ଯେଉଁଥିରେ ସାମିଲ ଥିଲା ୮ଟି ବିଶାଳ ଛକା ଏବଂ ୫ ଚୌକା ।

ତେବେ ମ୍ୟାଚ୍‌ ବିଜୟ ପରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଜୋସ୍‌ ବଟ୍‌ଲର କହିଥିଲେ ଯେ, ଆମେ ଆଗ୍ରେସିଭ୍‌ କ୍ରିକେଟ୍‌ ଖେଳୁଛି । ଯାହାକି ବିଶ୍ୱ କ୍ରିକେଟ୍‌ରେ ଆମକୁ ପରିଚୟ ଦେଇଛି । ହେଲେ ଟିମ୍‌ ଇଣ୍ଡିଆ ଆମଠାରୁ ବି ଅଧିକ ଆଗ୍ରେସିଭ୍‌ କ୍ରିକେଟ୍‌ ଖେଳୁଛି । ମୋ ମତରେ ଟିମ୍‌ ଇଣ୍ଡିଆ ବର୍ତ୍ତମାନ ଅଲ୍‌ଟ୍ରା ଆଗ୍ରେସିଭ୍‌ କ୍ରିକେଟ୍‌ ଖେଳୁଛି । 

ସୂଚନାଯୋଗ୍ୟ ଯେ, ଭାରତ-ଇଂଲଣ୍ଡ ମଧ୍ୟରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ୫ଟିକିଆ ଟି-୨୦ ସିରିଜ୍‌ । ପ୍ରଥମ ମ୍ୟାଚ୍‌ ଜାନୁଆରୀ ୨୨ ତାରିଖରେ ଥିଲା । ଯାହାକୁ ଭାରତୀୟ ଟିମ୍‌ ବିଜୟୀ ହୋଇଛି । ଏହାପରେ ୨୫ ତାରିଖରେ ୨ୟ ଟି-୨୦ ଚେନ୍ନାଇ ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯିବ, ତୃତୀୟ ୩ୟ ଟି-୨୦ ମ୍ୟାଚ୍‌  ଜାନୁଆରୀ ୨୮ରେ ରାଜକୋଟରେ ଖେଳାଯିବ, ୪ର୍ଥ ଟି-୨୦ ମ୍ୟାଚ୍‌ ଜାନୁଆରୀ ୩୧ରେ ପୁନେରେ ଖେଳାଯିବ, ଶେଷରେ ପଞ୍ଚମ ଟି-୨୦ ମ୍ୟାଚ୍‌ ଫେବୃଆରୀ ୨ରେ ମୁମ୍ବାଇରେ ଖେଳାଯିବ ।